“ମୁଁ ନଣନ୍ଦପୁଟୁଳି ନେବା ପାଇଁ ଅନେଇ ବସିଛି । ମୁଁ ଭାଉଜଙ୍କୁ କହିଦେଉଛି ମୋତେ ସୁନାଚେନ ଦରକାର” : ମିସ କୁଇନ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ଓଲିଉଡ କଳି ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ରେ ଏବେ ନୂଆ ମୋଡ ଆସିଛି । ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଏବେ ମାନ୍ୟବର ହାଇ କୋର୍ଟ ଦୁହିଙ୍କର ଛାଡପତ୍ରକୁ ନେଇ ମଞ୍ଜୁରୀ ଦେଲା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତେବେ ୟୁଟ୍ୟୁବ୍ ହେଉ କିମ୍ବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହେଉ ଆମେ ଗୋଟାଏ ଜିନିଷ ଭଲ ପାଉ ସେଇଟା ହେଉଛି ରୋଷ୍ଟିଂ । ଆଜ୍ଞା ହଁ ରୋଷ୍ଟିଙ୍ଗ ଭିଡିଓ କରିଥିବା ଜଣେ ୟୁଟ୍ଯୁବର ଯାହାଙ୍କୁ ଆପଣ ସୋସିଆଲ ମିଡିଆରେ ମିସ୍ କୁଇନ ନାମରେ ଜାଣିଛନ୍ତି ।
ନିକଟରେ ସେ ଏକ ସାକ୍ଷାତକାର ଅନୁଭବ ବର୍ଷାଙ୍କୁ ନେଇ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ମିସ୍ କୁଇନ ହେଉଛନ୍ତି ଅଙ୍କିତା ଦିଦି ହେଉଛନ୍ତି ତାଙ୍କର ଧରମ ଦିଦି ଆଉ ଅନୁଭବ ମହାନ୍ତି ହେଉଛନ୍ତି ତାଙ୍କର ଭାଇ । ଏହାର ଉତ୍ତରରେ ମିସ୍ କୁଇନ କହିଛନ୍ତି କଟକ ହେଉଛି ଭାଇଚାରା ସମ୍ପର୍କର ସହର । ତେଣୁ ସମସ୍ତେ ଭାଇ ଭାଇ ଓ ଭଉଣୀ ଭଉଣୀ । ଛୋଟ ହୁଅନ୍ତୁ କିମ୍ଵା ବଡ଼ ସମସ୍ତଙ୍କୁ ଭାଇ ଦିଦିର ସମ୍ମାନ ଦେବା ଟା ଠିକ୍ ।
ଆହୁରି ମିସ୍ କୁଇନ କହିଥିଲେ ଯେ ସେ ଅନୁଭବ ମହାନ୍ତିଙ୍କ ୫/୬ ନମ୍ୱର ଭଉଣୀ । ଆଉ ଅନୁଭବ ଭାଇଙ୍କ ହଜାରେ ହଜାରେ ଭଉଣୀ । ଆଉ ଦିଲ୍ଲୀରୁ ତାଙ୍କ ଭାଇ ଫେରିଛି ତାଙ୍କର ଇଚ୍ଛା ପୂରଣ ହୋଇଛି ତେଣୁ ତାଙ୍କ ଭାଇ ବହୁତ୍ ଖୁସି । ଆଉ ଭାଇ ସେଇ ଖୁସିରେ ନିଜର ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି । ଭାଇ ତାର ନିଜ ପସନ୍ଦରେ ବାହା ହୋଇ ଯାହା ଭୁଲ୍ କଲେ କଲେ ତେଣୁ ମିସ୍ କୁଇନ୍ ତାଙ୍କ ଅନୁଭବ ଭାଇଙ୍କୁ କହି ଦେଇଛନ୍ତି ଯେ ଆଉ ଜମା ସେ ଭୁଲ୍ କରିବେନି ଏଥର ଘରଲୋକ ଆଉ ସେ ଯେଉଁଠି ଠିକ୍ କରିବେ ତାଙ୍କର ମଙ୍ଗଳ ପାଇଁ ତେଣୁ ସେ ସେଇଠି ବାହା ହେବେ ।
ଦୁନିଆର ଲୋକ ଚାରି ଚାରିଟା ବାହା ହେଉଛନ୍ତି ଆଉ ତାଙ୍କ ଭାଇ କଣ ଗୋଟେ ଗଲେ ଆଉ ଗୋଟେ ବାହା ହେଇ ପାରିବେନି ବୋଲି ମିସ୍ କୁଇନ କହିଛନ୍ତି । ଆହୁରି ମଧ୍ୟ ଶେଷରେ କୁଇନ୍ କହିଛନ୍ତି ସେ ନଣନ୍ଦପୁଟୁଳି ନେବା ପାଇଁ ଅନେଇ ବସିଛନ୍ତି । ଆଉ ଭାଉଜଙ୍କୁ ସେ କହି ଦେଇଛନ୍ତି ତାଙ୍କୁ ସୁନାଚେନ ଗୋଟେ ଦରକାର ।