ପୁଳା ପୁଳା ନାଗ ଦେହରେ ବାଜିଲେ । ଯୁବକ ଡରି ପଳାଇଆସିଲେ, ଦେଖିଲା ବେଳକୁ ଏକାଧିକ ନାଗ ।

ମହାନଦୀ ଭିତରେ ଗାଧୋଉ ଗାଧୋଉ ଗୋଡ଼ରେ ବାଜିଲା ନାଗ । ଆଜ୍ଞା ହଁ ସମସ୍ତେ ଗାଧୋଉଥିଲେ ହେଲେ ପାଣି ଭିତରେ ନାଗ ସାପ ଗୋଡ଼ରେ ବାଜିଲା । ଆଉ ସାଙ୍ଗେ ସାଙ୍ଗେ ଯୁବକ ଜଣକ ନଦୀ କୂଳକୁ ଚାଲି ଆସିଲେ । ଆଉ ତାପରେ ସମସ୍ତଙ୍କୁ ଡ଼ାକି ନାଗକୁ ଉ-ଦ୍ଧାର କଲେ । ଦର୍ଶକବନ୍ଧୁ ୧ ନୁହେଁ ୨ ନୁହେଁ ଏକାଧିକ ନାଗ ମହାନଦୀ ଭିତରୁ ଉ-ଦ୍ଧାର ହେଲା । ଦର୍ଶକବନ୍ଧୁ ଜଣେ ଗାଧୋଇବା ପାଇଁ ନଦୀକୁ ଆସିଥିବ ଆଉ ନଦୀରେ ଦେଖିଲେ ୮ଟି ନାଗ । ଏମିତି ଏକ ଖବର ବର୍ତ୍ତମାନ ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଘଟ-ଣାକୁ ନେଇ ବେଶି ଚର୍ଚ୍ଚା ହୋଇଥାଏ ।

ବେଳେ ନଦୀ, ସମୁଦ୍ର ଆଦିରୁ କିଛି ବିରଳ ମୂର୍ତ୍ତି ବା ଜିନିଷ ଉ-ଦ୍ଧାର ହୋଇଥାଏ । ଏପରି ସ୍ଥିତିରେ କିଛି ଲୋକ ଈଶ୍ୱରଙ୍କ କୃପା କହୁଥିବା ବେଳେ ଆଉ କିଛି ଅନ୍ୟ କିଛି କଥା କହିଥାନ୍ତି । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଘ-ଟଣା । ସୂଚନା ମୁତାବକ, ମହାନଦୀରୁ ୮ଟି ନାଗ ମୂର୍ତ୍ତି ଉ-ଦ୍ଧାର ହୋଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମ ନିକଟ ଦେଇ ଯାଇଥିବା ମହାନଦୀରୁ ଏହି ମୂର୍ତ୍ତିଗୁଡ଼ିକ ଉ-ଦ୍ଧାର ହୋଇଥିବା ଜଣାପଡ଼ିଛି ।

ମହାନଦୀର ଅତଳ ଜଳ ରାଶିରେ ବୁଡ଼ି ରହିଥିବା ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିରର ଦୁଇ କିମି ପୂର୍ବରୁ ଏହି ମୂର୍ତ୍ତିଗୁଡ଼ିକ ଉ-ଦ୍ଧାର ହୋଇଛି । ସକାଳ ୮ଟା ସମୟରେ ପଦ୍ମାବତୀ ଗ୍ରାମର ଜଣେ ବ୍ୟକ୍ତି ପାଣିରେ ଏକ ବିରାଟକାୟ ନାଗ ମୂର୍ତ୍ତି ଦେଖି ସମସ୍ତଙ୍କୁ ଡାକ ପକାଇଥିଲେ । ଏହାପରେ ଗାଁଲୋକେ ଘଟ-ଣାସ୍ଥଳରେ ରୁଣ୍ଡ ହେବା ସହ ଗଭୀର ଜଳରାଶିରୁ ଏହି ୮ଟି ନାଗ ମୂର୍ତ୍ତି ଉଦ୍ଧାର କରିଥିଲେ । ତେବେ ନାଗ ମୂର୍ତ୍ତି ମିଳିଥିବା ସ୍ଥାନରେ ୧୦-୧୫ ଫୁଟ ଉଚ୍ଚରେ ପାଣି ରହିଥିବା ବେଳେ ସେଠାରେ ଆହୁରି ଅନେକ କିଛି ରହିଥିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ ।

ଗ୍ରାମବାସୀମାନେ ନାମ ସଂକୀ-ର୍ତ୍ତନ କରି ନାଗ ମୂର୍ତ୍ତିକୁ ଆଣି ପଦ୍ମାବତୀ ବଉଳା କ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ରଖିଛନ୍ତି । ପୂର୍ବରୁ ପଦ୍ମାବତୀ ଗ୍ରାମର ମହାନଦୀ ଗଭୀର ଜଳରାଶିରେ ଏକ ମନ୍ଦିର ଦୃଶ୍ୟମାନ ହେଇଥିଲା । ସେହି ମନ୍ଦିରଟି ଗୋପୀନାଥ ମନ୍ଦିର ବୋଲି ଜଣାପଡିଥିଲା । ସେଥିପାଇଁ ମହାନଦୀର ଏହି ଅଞ୍ଚଳକୁ ଭଲ ଭାବରେ ଅନୁସ-ନ୍ଧାନ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *