ମୁଁହ ଖୋଲିଲେ ବର୍ଷା,କହିଲେ ମୋ ହାତ ଗଣ୍ଠି ଉପରେ ମୋର ଭରସା ଅଛି…

ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହାତ ଗଣ୍ଠିର ଶକ୍ତି ବହୁତ୍ ଅଧିକ । ଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହେଉଥାଉ ନା କାହିଁକି ଦିନେ ନା ଦିନେ ତାର ଅନ୍ତ ଘଟିବ। ଆଉ ଶକ୍ତିର ବିଜୟ ହେବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୋତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ। ହଁ ଦର୍ଶକ ବନ୍ଧୁ ଏକଥା ଆମେ ନୁହେଁ ନିଜେ ବର୍ଷା ପ୍ରିୟଦର୍ଶିନୀ ଏମିତି କିଛି କହିଛନ୍ତି। କିଛିଦିନର ନିରବତା ପରେ ପୁଣି ବର୍ଷା ମୁଁହ ଖୋଲିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। କାରଣ ହାଇକୋର୍ଟ ଛାଡ଼ପତ୍ରକୁ ଅନୁମତି ଦେଇଥିବା ବେଳେ ଏମିତି ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯାହାକୁ ଦେଖି ସମସ୍ତେ କହୁଛନ୍ତି ମୁଁହ ଖୋଲିଲେ ବର୍ଷା।

ସତ୍ୟ ଉପରେ ବିଶ୍ୱାସ,ଧୈର୍ଯ୍ୟ, ସାହାସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ଦୀର୍ଘ ତିନି ବର୍ଷର ଲଢ଼େଇ, ତିନି ବର୍ଷର ମାନସିକ ଯନ୍ତ୍ରଣା , ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟ ମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା , ସାମାଜିକ ଗଣ ମାଧ୍ୟମରେ କଟୁ କଥା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ମୁଁ ଭାଙ୍ଗି ନ ପଡ଼ି ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା। ଏହି ଆଇନ୍ ଗତ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି।

ମୋ ପରିବାର ତଥା ମୋ ମାଆଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇପାରି ନଥାନ୍ତା। ଏହି ଆଇନ୍ ଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀ ମାନଙ୍କୁ ଏବଂ ସତ୍ୟକୁ ପଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟ ପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି। ଏହା ସହ ମୋ ଜୀବନର ଏହି ଦୁଃସମୟରେ ମୋତେ ଅକୁଣ୍ଠିତ ଭାବେରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କରି ତାହା ଧରାପଡ଼େ ଓ ନ୍ୟାୟ ପାଳିକା ଦ୍ଵାରା ଖାରଜ ହୋଇ ସଫଳ ହୁଏ ନାହିଁ। ଦର୍ଶକ ବନ୍ଧୁ ଏଇ ପୋଷ୍ଟଟି ହେଉଛି ସେବେକାର ଯେତେବେଳେ ଫ୍ୟାମିଲି କୋର୍ଟରେ ବର୍ଷାଙ୍କର ଆବେଦନକୁ ଖାରଜ କରାଯାଇଥିଲା ।

ଏମିତି କି ଅନୁଭବଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ଯାହାକୁ ଅନୁଭବ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଖଲ କରିଥିଲେ। ଆଉ ଶେଷରେ ହାଇକୋର୍ଟ ବିଚାରକୁ ନେଇ ଏବେ ଅନୁମତି ପ୍ରଦାନ କରିଛନ୍ତି। ଆଉ ଯାହା ପରେ ଏଯାଏଁ ମୁଁହ ଖୋଲି ନାହାଁନ୍ତି ବର୍ଷା। ଏମିତି କି ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିନାହାନ୍ତି। ଯାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି।ଯେତେବେଳେ ଅନୁଭବ କେକ୍ କାଟୁଛନ୍ତି, ଖୁସି ମନାଉଛନ୍ତି ଏବଂ ପ୍ରତିକ୍ରିୟା ଦେଉଛନ୍ତି,ସେତେବେଳେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ରହିଛି ତାହା ଜାଣିବାକୁ ସମସ୍ତେ ଅନାଇ ବସିଛନ୍ତି।

Leave a Reply

Your email address will not be published. Required fields are marked *