ମୋ ଭଉଣୀର ମୂଷା, ମୋ ଭାଇର ଭାଲୁ ଆଉ ମୋର ମାଙ୍କଡ ଛୁଆ । ଡ୍ରେସ ନପିନ୍ଧିଲେ କଥା କହିବେନି ।
ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ।
ଆଜ୍ଞା ହଁ ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି ।ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହି ମୂଷା କହୁଥିବାକୁ ନେଇ ନିକଟରେ ଅନେକ ବିଶୃଙ୍ଖଳା ସୃଷ୍ଟି ହୋଇଛି । ୟୁଟ୍ୟୁବ୍ ହେଉ କିମ୍ବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହେଉ ଆମେ ଗୋଟାଏ ଜିନିଷ ଭଲ ପାଉ ସେଇଟା ହେଉଛି ରୋଷ୍ଟିଂ ।
ତେବେ ନିକଟରେ ଏହାକୁ ନେଇ ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ ମିସ୍ କୁଇନ୍ ଏକ ସାକ୍ଷାତକାର ଦେଇ ମୂଷା ଆଣିଥିବା ମହିଳାଙ୍କ ରୋଷ୍ଟିଂ କରି କହିଛନ୍ତି ଯେ ସେ ଜଣେ ଗୃହିଣୀ ଆହୁରି ପୁଣି ନିଜ ଶାଶୂ ଘରେ ରହି ରୋଷ୍ଟିଙ୍ଗ କରୁଛନ୍ତି ଏହା ସମ୍ଭବ ହୋଇ ପାରିଛି କେବଳ ତାଙ୍କ ପରିବାର ପାଇଁ । ତାଙ୍କ ସ୍ଵାମୀ, ତାଙ୍କ ଶାଶୂଙ୍କର୍ ସପୋର୍ଟ ବଳରେ ସେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି । ଗାଁ ଲୋକ ତୋ ସେମାନେ କହିବେ କିନ୍ତୁ କେତେ ଜଣ ଚାହାଁନ୍ତି ଆପଣ ଆଗକୁ ଯାଆନ୍ତୁ ବୋଲି । ଯଦି ତାଙ୍କ କଥା ଶୁଣିଥାନ୍ତେ ବଢ଼ି ପାରି ନଥାନ୍ତେ ଆଗକୁ । ଭିଡ଼ିଓ ରେ ବହୁତ୍ ଲୋକ ଖରାପ୍ କମେଣ୍ଟ କରନ୍ତି ଆଉ ବହୁତ୍ ଲୋକ ସପୋର୍ଟ କରନ୍ତି ।
ବାଲିଯାତ୍ରାରୁ ମହିଳା ଜଣଙ୍କ ମାଙ୍କଡ ଗୋଟେ ଆଣିଥିଲେ ୨୦୦ ଟଙ୍କା ଦେଇକି । ଯାହାକୁ ନେଇ ଭିଡ଼ିଓ ଗୋଟେ କରିଥିଲେ ଆଉ ତାହା ଭାଇରାଲ ହେଇଥିଲା । ମହିଳା ଜଣଙ୍କ କହିଥିଲେ ଯେ ତାଙ୍କ ମାଙ୍କଡ଼ କଥା ମଧ୍ୟ କହୁଛି । ଜୟ ଜଗନ୍ନାଥ ଠାକୁରଙ୍କ ନାଁରେ ସେ କିଛି କହିବେନି ବୋଲି ମହିଳା କହିଥିଲେ । କିନ୍ତୁ ସେ ସବୁ ପ୍ରକାର କଥା କୁହେ ଆଉ ସବୁବେଳେ କହେ ସେ କଦଳୀ ଖାଇବ ବୋଲି । ମହିଳା ଜଣକ କହିଥିଲେ ଭଉଣୀର ମୂଷା, ମୋ ଭାଇର ଭାଲୁ ଆଉ ମୋର ମାଙ୍କଡ ଛୁଆ । ଡ୍ରେସ ନପିନ୍ଧିଲେ କଥା କହିବେନି ।