ଶହ ଶହ ଲୋକଙ୍କ ମଝିରେ ଶୋଇଛି ମହାବଳ ବାଘ, ଭାଙ୍ଗୁ ନାହିଁ ନିଦ, ଯେତେବେଳେ ନିଦ ଭାଙ୍ଗୁଛି ଖାଲି ଘୁମାଉଛି।

ଗାଁରେ ବାଘ ପଶିଲା, ଆଉ ଖାଲି ଘୁମାଇଲା। ରାତି ସାରା ପାଚିରି ଉପରେ ଶୋଇଲା ହେଲେ ନିଦ ଭାଙ୍ଗିଲାନି। ସକାଳୁ ଉଠିଲା ବେଳକୁ ବାଘ ପୁରା ନିଶାରେ ଥିଲା। ଗାଁରେ ଶହ ଶହ ଲୋକ ସମସ୍ତେ ଜଗି ରହିଛନ୍ତି ମଝିରେ ଶୋଇଛି ମହାବଳ ବାଘ। ନିଦ ବିଲକୁଲ ବି ଭାଙ୍ଗୁନାହିଁ। ଆଉ ଯେତେବେଳେ ନିଦ ଭାଙ୍ଗିଲା ସେତେବେଳେ ବାଘ ଖାଲି ଘୁମାଇଲା। କୋଉଠି ଅଛି କିଛି ବୁଝିପାରିଲା ନାହିଁ।

ରାତିରେ ଗାଁକୁ ପଶି ଥିଲା କେହି ନଥିଲେ। ହେଲେ ସକାଳୁ ସକାଳୁ ଶହ ଶହ ଲୋକ କିନ୍ତୁ କାହାରିକୁ କିଛି ବି କଲା ନାହିଁ। ବାଘ ପୁରା କୁକୁର ପରି ନିରବ ହୋଇ ଗାଁ ମଝିରେ ଛିଡା ହୋଇଥିଲା। ଲୋକମାନେ ବି ଭୟ କଲେ ନାହିଁ। ଶହ ଶହ ଲୋକ ଗଦା ହୋଇ ମୋବାଇଲରେ ରେକଡ଼ିଂ କଲେ ଦେଖିବାକୁ ଲାଗିଲେ।

ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାଇଲବିଟ ଜିଲ୍ଲା କାଳୀନାଗ ଥାନା ଅନ୍ତର୍ଗତ ଡାକୁନ ଗାଁରେ। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ ବାଘ କେମିତି ଗୃହ ପାଳିତ ପଶୁ ପରି ଗାଁର ପାଚେରୀ ଉପରେ ସୋଇଛି। ଯେମିତି କୁକୁରମାନେ ଶୁଅନ୍ତି ଠିକ ସେମିତି। ଆଉ ଯେତେବେଳେ ନିଦ ଭାଙ୍ଗିଲା ସେତେବେଳେ ବି କାହାରିକୁ କିଛି ବି କଲା ନାହିଁ। ସେ ଏମିତି ପାଚେରୀ ଉପରେ ଜଗି ରହିଲା। ଏମିତି ଲାଗୁଥିଲା ବାଘ ଯେମିତି ପୁରା ନିଶାରେ ରହିଛି। ଠିକ ସେ ଚାଲି ବି ପାରୁନଥିଲା।

ଲୋକମାନେ ସନ୍ଦେହ କରିଥିଲେ କି ବାଘଟି ଜଙ୍ଗଲ ଭିତରେ କିଛି ନିଶା ଦ୍ରବ୍ୟ ଖାଇଦେଇଛି ଯେଉଁଥି ପାଇଁ ସେ କିଛି ବି ଜାଣି ପାରିନାହିଁ। କାରଣ ମହାବଳ ବାଘ କାହାରିକୁ କିଛି ବି ନକରି ସେମିତି ଗାଁ ମଝିରେ ଛିଡା ହେବା ଏକ ଅସମ୍ଭବ କଥା। କାରଣ ବାଘ ଗୃହପାଳିତ ପଶୁ ନୁହେଁ। ବାଘ ହେଉଛି ହିଂସ୍ରଜନ୍ତୁଟି।

ଖବର ମୁତାବକ ଏହି ବାଘଟି ବାଇଲବିଟ ଜିଲ୍ଲା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ଭିତରୁ ଗାଁ ଭିତରକୁ ଚାଲି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଗାଁ ମଧ୍ୟକୁ ଚାଲି ଆସି ପାଚେରୀ ଉପରେ ଶୋଇ ରହିଥିଲା। ସକାଳୁ ସକାଳୁ କୁକୁରମାନେ ଭୋକିବା ବେଳେ ଗାଁ ଲୋକେ ଆସି ବାଘକୁ ଦେଖିଥିଲେ। ଏହା ପରେ ପୁରା ଗାଁ ଲୋକେ ପୁରା ଭୟଭିତ ହୋଇପଡିଥିଲେ। କିନ୍ତୁ ଯେତେବେଳେ ଜାଣିଥିଲେ କି ବାଘ ଚାଲି ପାରୁନାହିଁ ତା ପରେ ବାଘକୁ ଦେଖିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ।ତେବେ ଫରେଷ୍ଟ ଡ଼ିପାଟମେଣ୍ଟକୁ ଖବର ଦେବା ପରେ ଫରେଷ୍ଟ ବିଭାଗ ଆସି ବାଘକୁ ଜନ୍ତାରେ ପଶାଇ ଜଙ୍ଗଲକୁ ନେଇଥିଲା। ହେଲେ ବାଘର ଏମିତି ଅବସ୍ଥା କଣ ପାଇଁ ହୋଇଥିଲା ତାହା ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *