ମହାନଦୀରେ ୮ ନାଗ.. ଗାଁ ଲୋକେ ଦେଖି ହେଲେ ଛାନିଆ…ଉଦ୍ଧାର କରି ଗାଁ ମନ୍ଦିରରେ ରଖାଯାଇଛି।
ବନ୍ଧୁଗଣ ଜଣେ ଗାଧୋଇବା ପାଇଁ ନଦୀକୁ ଆସିଥିବ। ଆଉ ନଦୀରେ ଦେଖିବ ନାଗ। ଏକ ନୁହଁ ଦୁଇ ନୁହଁ ଏକାଥରକେ ଆଠ ଆଠଟି ନାଗ। ଏମିତି ଏକ ଖବର ସାରା ଓଡ଼ିଶାକୁ ଏବେ ସ୍ତବ୍ଧ କରି ଦେଇଛି।ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗାଁ ନିକଟରେ ବହି ଯାଇଥିବା ମହାନଦୀରୁ ୮ଟି ନାଗ ଦେଖିବାକୁ ମିଳିଛି। ଆଜ୍ଞା ହଁ ବୁଡି ରହିଥିବା ଗୋପୀନାଥ ମନ୍ଦିରର ୨ କିଲୋମିଟର ପୂର୍ବରେ ମିଳିଛି ୮ ଟି ନାଗ। ଯାହାକୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରା ସରିଛି। ମହାନଦୀରେ ଅତଳ ଜଳ ରାଶିରେ ବୁଡି ରହିଥିବା ୫୦୦ ବର୍ଷର ଗୋପୀନାଥ ମନ୍ଦିରର ୨ କିଲୋମିଟର ପୂର୍ବରୁ ଏହି ୮ ଟି ନାଗ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି।
ସକାଳ ୮ ଟା ସମୟରେ ପଦ୍ମାବତୀ ଗ୍ରାମର ତ୍ରିନାଥ ରଣା ମାଙ୍କଡ଼ ଖିଆ ପାହାଡ଼ ନିକଟ ମହାନଦୀର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଏକ ବିରାଟକାୟ ନାଗ ମୂର୍ତ୍ତି ଦେଖି ଲୋକଙ୍କୁ ଡାକ ପକାଇଥିଲେ। ଭାଇମାନେ ଦୌଡ଼ି ଆସ ପାଣିରେ ନାଗ ଭାସୁଛି।
ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଗ୍ରାମର ରଘୁନାଥ ବେହେରା ଶ୍ରୀଧର ରଣା ପ୍ରଦୀପ୍ତ କୁମାର ସାହୁ ପ୍ରକାଶ ଦଳେଇ ପ୍ରମୁଖ ମହାନଦୀର ଗଭୀର ଜଳ ରାଶିରେ ବୁଡି ୮ ଟି ନାଗ ମୂର୍ତିକୁ ଉଦ୍ଧାର କରିଥିଲେ। ଆପଣ ଏଇ ଫୋଟରେ ଦେଖୁଛନ୍ତି ମହାନଦୀରୁ ଉଦ୍ଧାର କରାଯାଇଥିବା ୮ ଟି ନାଗ ମୂର୍ତି ଗୁଡିକୁ। ଯାହା କୁଆଡେ ୫୦୦ ବର୍ଷ ପୂର୍ବରୁ ପାଣି ଭିତରେ ବୁଡି ରହିଥିଲା। ଆଉ ଗ୍ରାମର ରଘୁନାଥ ବେହେରା କୁହନ୍ତି ନାଗ ମୂର୍ତ୍ତି ମିଳିଥିବା ସ୍ଥାନରେ ୧୦ ରୁ ୧୫ ଫୁଟ ଉଚ୍ଚରେ ପାଣି ରହିଛି। ଆହୁରି ବିଭିନ୍ନ ମୂର୍ତ୍ତି ପାଣି ଭିତରେ ଥାଇପାରେ ବୋଲି ଏମାନେ ଆଶଙ୍କା କରୁଛନ୍ତି।
ଏପରିକି ବଡ଼ ଘୋଡା କୁଆଡେ ସେଇ ନଦୀ ଭିତରେ ଅଛି। ତାହା ମାଟି କିମ୍ବା ପିତଳ ଜଣା ପଡୁନାହିଁ। କିନ୍ତୁ ଗୋଟେ ଘୋଡ଼ା ପାଣି ଭିତରେ ରହିଛି। ଆଉ ଅପରାହ୍ନରେ ପଦ୍ମାବତୀ ଗ୍ରାମର ଗ୍ରାମବାସୀମାନେ ନାମ କୀର୍ତ୍ତନ କରିଥିଲେ। ଉଦ୍ଧାର ହୋଇଥିବା ନାଗ ମୂର୍ତି ଗୁଡିକୁ ଆଣି ପଦ୍ମାବତୀ ବୋଉଳା କ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ରଖିଛନ୍ତି। ଆଉ ସ୍ଥାନୀୟ ସରପଞ୍ଚଙ୍କ କହିବା କଥା ସଂକୀର୍ତ୍ତନ ମାଧ୍ୟମରେ ନାଗ ମୂର୍ତି ଗୁଡିକୁ ନଦୀ କୂଳରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ରଖାଯାଇଛି।
ଆଉ ସେପଟେ ଥାନା ଅଧିକାରୀଙ୍କ କହିବା କଥା କୌଣସି ମନ୍ଦିରରୁ ଚୋରିର କିଛି ଖବର ଆସିନାହିଁ। ଯଦି ଆସେ ତେବେ ପ୍ରକୃତ ସତ୍ୟାସତ୍ୟ ପ୍ରକାଶ କରାଯିବ। ବନ୍ଧୁଗଣ ଏସବୁ ଭିତରେ କିନ୍ତୁ ଏହା ହେଉଛି ଭାବାବେଗର କଥା। ମହାନଦୀରୁ ଯେତେବେଳେ ୮ ଟି ନାଗ ମୂର୍ତି ମିଳିଛି ସମସ୍ତେ କହୁଛନ୍ତି ହର ହର ମହାଦେବ।