ମୁମ୍ବାଇ ଇଣ୍ଡିଆନ୍ସର ଟେନସନ ବଢ଼ାଇଦେଲେ ହାର୍ଦ୍ଦିକ ପାଣ୍ଡିଆ… ଏବେ ରୋହିତ ଶର୍ମାଙ୍କ ପ୍ରଶଂସକ ଖୁସି।
ହାର୍ଦ୍ଦିକ ପାଣ୍ଡିଆଙ୍କୁ ଡବଲ ଝଟକା। ଖେଳିପାରିବେନି ଆଫଗାନିସ୍ତାନ ବିପକ୍ଷ ସିରିଜ। ଆଇପିଏଲ ୨୦୨୪ରୁ ବି ପଡିବେ ବାଦ। ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଟେନସନ।
ଆଜ୍ଞା ହଁ ବନ୍ଧୁଗଣ ଏବେ ଚିନ୍ତାରେ ପଡିଯାଇଛି ଆଇପିଏଲ ଫ୍ରାଚାଇଞ୍ଚ ଟିମ ମୁମ୍ବାଇ ଇଣ୍ଡିଆନ୍ସ। କାରଣ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଅଧିନାୟକ ଦେଇଥିଲା ମୁମ୍ବାଇ ଦଳ। ହେଲେ ଏବେ ଯାହା ଖବର ମିଳିଛି ସେଥିରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଂଚାଇଞ୍ଚର ଚିନ୍ତା ବଢି ଯାଇଛି। କାରଣ ଏବେ ଯାଏଁ ସୁସ୍ଥ ହୋଇନଥିବା ହାର୍ଦ୍ଦିକ ପାଣ୍ଡିଆ ଆଇପିଏଲ ୨୦୨୪ ବେଳକୁ ମଧ୍ୟ ସୁସ୍ଥ ହେବାର ଆଶା ଦିଶୁ ନାହିଁ।
ଜାତୀୟ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ଅନୁସାରେ ପାଣ୍ଡିଆଙ୍କ ଆହତ ସମସ୍ୟା ବହୁତ ଗୁରୁତ୍ୱର ରହିଛି। ତେଣୁ ଏତେ ଶୀଘ୍ର ସେ ପଡିଆକୁ ଫେରିବାର ଆଶା ନାହିଁ। ପୁରା ସୁସ୍ଥ ହେବା ପାଇଁ ପାଣ୍ଡିଆଙ୍କୁ ଆହୁରି ସମୟ ଲାଗିବ। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡିଆ। ବୋଲିଂ କରୁଥିବା ବେଳେ ଏକ ବୋଲକୁ ରୋକିବାକୁ ଯାଇ ଆହତ ହୋଇଥିଲେ ହାର୍ଦ୍ଦିକ। ତାଙ୍କ ପାଦର ଲିଗାମେଣ୍ଟ ଛିଡି ଯାଇଥିବା ଜଣା ପଡିଥିଲା।
ଯାହା ପରେ ତାଙ୍କୁ ବିଶ୍ୱକପ ଟିମରୁ ବାଦ ଦିଆଯାଇଥିଲା। ଆହତ ସମସ୍ୟା ଏତେ ଗୁରୁତ୍ୱର ଥିଲା ଯେ ବିଶ୍ୱକପ ପରେ ଭାରତୀୟ ଦଳ ଖେଳିଥିବା ଅଷ୍ଟ୍ରେଲିଆ ଓ ଦକ୍ଷିଣ-ଆଫ୍ରିକା ସିରିଜରୁ ବି ବାଦ ପଡ଼ିଥିଲେ ହାର୍ଦ୍ଦିକ। ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦଳକୁ ଫେରିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସେହି ଚର୍ଚ୍ଚାର ବୁ ଅନ୍ତ ହୋଇଯାଇଛି। କାରଣ ପ୍ରଥମେ ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡି ସାରିଛନ୍ତି। ଆଉ ଏବେ ହାର୍ଦ୍ଦିକ ପାଣ୍ଡିଆ ମଧ୍ୟ ଏହି ସିରିଜରୁ ବାଦ ପଡିଥିବା କଥା କୁହାଯାଉଛି।
ତେବେ ବିସିସିଆଇ କିମ୍ବା ପାଣ୍ଡିଆଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ଭାବେ ସୂଚନା ଦିଆଯାଇ ନାହିଁ। କିନ୍ତୁ ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ଜାନୁଆରୀରେ ଭାରତରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ସିରିଜରେ ପାଣ୍ଡିଆ ଖେଳି ପାରିବେନି। ସେହିପରି ଆଗାମୀ ଆଇପିଏଲ ସିରିଜରୁ ମଧ୍ୟ ବାଦ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡିଆ। ନିକଟରେ ପାଣ୍ଡିଆଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଂଚାଇଞ୍ଚ ଗୁଜୁରାଟ ଟାଇଟନ୍ସ ଠାରୁ ଉଇଣ୍ଡୋ ଟ୍ରେଣ୍ଡିଂ ଜରିଆରେ ଆଣିଥିଲା। ଆଉ ଏହା ପରେ ରୋହିତ ଶର୍ମାଙ୍କ ଜାଗାରେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଅଧିନାୟକ ଦାୟିତ୍ବ ଦେଇଥିଲା ମୁମ୍ବାଇ ଟିମ।
ତେବେ ଯଦି ଆଗାମୀ ଆଇପିଏଲ ସିରିଜ ପୂର୍ବରୁ ହାର୍ଦ୍ଦିକ ସୁସ୍ଥ ନହୁଅନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚିନ୍ତାର କାରଣ ହେବ। ତେବେ ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ହାର୍ଦିକ ପାଣ୍ଡିଆଙ୍କ କ୍ୟାରିୟରକୁ ଆଗକୁ ନେବାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୧୫ ରେ ପାଣ୍ଡିଆଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ୨୦୧୫ ୨୦୧୭ ୨୦୧୯ ଓ ୨୦୨୦ ରେ ଆଇପିଏଲ ଚାମ୍ପିୟାନ ମୁମ୍ବାଇ ଟିମର ସଦସ୍ୟ ଥିବା ପାଣ୍ଡିଆ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ସହିତ ରହିଥିଲେ।
କିନ୍ତୁ ୨୦୨୨ ମେଗା ନିଲାମୀ ପୂର୍ବରୁ ତାଙ୍କୁ ରିଲିଜ କରି ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଆଉ ସେ ଆଇପିଏଲ ଫ୍ରାଂଚାଇଞ୍ଚ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ବ ନେଇ ଦଳକୁ ଥରେ ଚାମ୍ପିୟାନ କରିବା ସହ ଆଉ ଥରେ ରୋନରସପ ମଧ୍ୟ କରାଇଥିଲେ। ଆଉ ୨୦୨୪ ଆଇପିଏଲ ପୂର୍ବରୁ ପୁଣି ମୁମ୍ବାଇ ଦଳକୁ ଫେରି ସେ ଘର ବାହୁଡା କରିଥିବା ବେଳେ ଏଥର ଅଧିନାୟକ ଦାୟିତ୍ୱ ମଧ୍ୟ ପାଇଛନ୍ତି।