ୟୁଟ୍ୟୁବ ରୁ କେତେ ଟଙ୍କା ରୋଜଗାର କରନ୍ତି ବିକି-ରକି ?
ଜୀବନରେ କିଛି କରିବାକୁ ହେଲେ କାହାର ସପୋର୍ଟ ଦରକାର ଥାଏ।କେତେବେଳେ ଗୋଟେ ଝିଅ କୁହେ କି ମୋ ସ୍ୱାମୀର ସପୋର୍ଟ ମିଳିଲା।କେତେବେଳେ ଗୋଟେ ପୁଅ କୁହେ କି ମୋ ସ୍ତ୍ରୀର ସପୋର୍ଟ ମିଳିଲା। କିନ୍ତୁ ଦୁଇ ଭାଇଙ୍କର ସପୋର୍ଟ ଆଜି ପୁରା ଓଡ଼ିଶା ଦେଖୁଛି ଏବଂ ତାଙ୍କ ଦୁଇଜଣଙ୍କର ଯେଉଁ କଣ୍ଟେଣ୍ଟସ୍ ସେ ଆଣୁଛନ୍ତି ତାକୁ ଭଲ ପାଇବା ଆପଣ ଢ଼ାଳି ଦେଉଛନ୍ତି। ମୁଁ ଜାଣେନି ଆପଣମାନେ ଜାଣିଛନ୍ତି କି ନାହିଁ ସଠିକ୍ ଭାବେ ଯେ ସେମାନେ ଭାଈ ବୋଲି। କାହିଁକି ନା ତାଙ୍କ ଆକ୍ଟିଂ ହିଁ ସେମିତି ଯେ ତାଙ୍କ ଭିତରେ ପଶିଛନ୍ତି ଆଉ ତାଙ୍କ କ୍ୟାରକ୍ଟରକୁ ଭଲ ପାଇଛନ୍ତି।
କିନ୍ତୁ ମୋ ପାଖରେ ସେ ଦୁଇ ଜଣ ଅଛନ୍ତି ବିକି ଆଉ ରକି ଭାଇ। ତାଙ୍କ ସହିତ କଥା ହେବା ଯେ ସେ ୟୁଟୁବର ପ୍ଲାଟଫର୍ମକୁ କାହିଁକି ବାଛିଥିଲେ। ଆଉ କାହାକୁ ପ୍ରଥମେ ସପୋର୍ଟ କରିଥିଲେ। ଏବଂ କିଏ କାହାକୁ କହିଥିଲେ ଯେ ଚାଲ୍ ମିଶିକି ଭିଡ଼ିଓ ବନେଇବା। ଆଉ ଆଜି ଦୁଇଜଣ ୟୁଟୁବ୍ ପ୍ଲାଟଫର୍ମରେ ବେଷ୍ଟ୍ ୟୁଟୁବର୍ ଭାବେ ଜଣାଯାଆନ୍ତି ବିକି ଆଉ ରକି ସେ ସୋସିଆଲ ମିଡ଼ିଆ ହଉ କି ୟୁଟୁବ୍ ପ୍ଲାଟଫର୍ମରେ ହଉ । ଛୋଟ ବେଳୁ ଗୋଟେ ଆଶା ଫେମୋସ୍ ହେବାର।
ଚେଷ୍ଟା ବଳରେ ତ ସବୁକିଛି କରୁଛୁ। ଏବେ ତ ୟୁଟୁବ୍ ଚାଲିଛି। ଯଦି କିଛିଦିନ ଆପଣ ଗାଭ ହେଇଯିବେ ତାହେଲେ ଲୋକମାନେ ଆପଣଙ୍କୁ ଭୁଲିବା ଷ୍ଟାର୍ଟ କରିଦେବେ। ତ ସେଥିପାଇଁ ଲୋକମାନଙ୍କୁ କଳା ପ୍ରଦର୍ଶନ ଦେଖାଇବା ଜରୁରୀ। ମୋର ବାପା ପ୍ରଥମେ ରେଡ଼ିଓରେ ଗୀତ ଗାଉଥିଲେ ତାଙ୍କୁ ବି ଧୀରେ ଧୀରେ ଦେଖା ଗଲାଣି। ସେ ରକିକୁ ଇନ୍ସପାୟାର କଲେ ଯେ ତୁ ଆକ୍ଟିଂ ଲାଇନକୁ ଯାଆ ଆଉ ମୋର ଯେଉଁ ସ୍ଵପ୍ନ ଅଛି ତୁ ପୂରଣ କର। ରକି ତା ପଛରେ ଲାଗିଲା ଆଉ ତାକୁ ପୂରଣ କରିବା ପାଇଁ ଚେଷ୍ଟା କଲା।
ଆପଣ ଦେଖିଥିବେ ଆମ ଭିଡ଼ିଓରେ ଯିଏ ବୁଢ଼ା ରୋଲ୍ କରନ୍ତି ସେ ହେଉଛନ୍ତି ଆମ ନିଜ ବାପା। ଆମ ପରିବାରଟା ଆକ୍ଟର୍। ମୋ ବାପା ଆକ୍ଟିଂ କରନ୍ତି, ମୋ ମାଆ ଆକ୍ଟିଂ କରନ୍ତି, ମୋ ଭାଇ ବି ଆକ୍ଟିଂ କରେ। ୟା ପରେ ମୁଁ ଯାହାକୁ ବାହା ହେବି ସିଏ ବି ଆକ୍ଟର୍ ହବ ଆଉ ମୋ ଛୁଆ ବି ଚାଇଲ୍ଡ ଆର୍ଟିଷ୍ଟ୍ ହବ। କଥାରେ ଅଛି ସ୍ତ୍ରୀ କେତେ ସୁନ୍ଦର କାହାକୁ କହିବୁନି ଆଉ ପାଖରେ କେତେ ଟଙ୍କା ରଖିଚୁ କାହାକୁ କହିବୁନି। ୟୁଟୁବ୍ ହେଉଛି ଗୋଟେ ପେଶା। ଆଜିକା ସମୟରେ ଗୋଟେ କଳାକାରକୁ ସୁଯୋଗ ମିଳିବାଟା ଭାରି କଷ୍ଟ। ଗୋଟେ ଫିଲ୍ମ ଲାଇନ୍ ହଉ କି ଗୋଟେ ସେରିଏଲ୍ ଲାଇନ୍ ହଉ ଗୋଟେ କଳାକାର ଯଦି କଳା ପ୍ରଦର୍ଶନ କରିବା ପାଇଁ ଚାହିଁବ ତାହେଲେ ତାକୁ ବହୁତ୍ କଷ୍ଟ କରିବା ପାଇଁ ପଡ଼ିବ।