ଅନୁଭବ ଖୁସିରେ ପାଳୁଛନ୍ତି ଜନ୍ମଦିନ। ଠିକ ଏତିକି ବେଳେ କଣ କଲେ ବର୍ଷା। ଜାଣନ୍ତୁ ଏହି ପୋଷ୍ଟରେ।

ଅନୁଭବଙ୍କ ଜନ୍ମ ଦିନ କଣ କଲେ ବର୍ଷା, ଆର ବର୍ଷ ଜଣାଇ ନଥିଲେ ଜନ୍ମଦିନର ଅଭିନନ୍ଦନ। କିନ୍ତୁ ଏଥର କଣ କଲେ ବର୍ଷା ପ୍ରିୟାଦର୍ଶନୀ।ବନ୍ଧୁଗଣ ଆର ବର୍ଷ ଯେତେବେଳେ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଥିଲେ ଯେତେବେଳେ କୋର୍ଟରେ ଉଭୟଙ୍କର ଲଢେଇ ଚାଲିଥିଲା ଠିକ ସେତିକିବେଳେ ଲଭୁୟୁ ଲଣ୍ଡନର ସୁଟିଂ ସେଟରୁ ଅନୁଭବ ମହାନ୍ତି କହିଥିଲେ ମୋର ଜନ୍ମଦିନ ସେବେ ପାଳନ କରିବି ଯେବେ ମୋର ଡିଭର୍ସ ହେବ।

ଅର୍ଥାତ ଆରବର୍ଷ ଅନୁଭବ ମହାନ୍ତି ଜନ୍ମଦିନ ପାଳନ କରିନଥିଲେ। ଯେତେବେଳେ ସାରା ଓଡିଶା ଉତ୍ସକତାର ସହ ଭାଇଯାନଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ଅନେଇ ବସିଥିଲେ ଠିକ ସେତିକିବେଳେ ଏମିତି ଏକ ବାର୍ତ୍ତା ଦେଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି। ଆଉ ଆଜି ଯେତେବେଳେ ହାଇକୋର୍ଟ ଛାଡ଼ପତ୍ର ପାଇଁ ଅନୁମତି ପ୍ରଦାନ କରିଛନ୍ତି ଠିକ ସେତିକିବେଳେ ଅନୁଭବ ମହାନ୍ତି ଜନ୍ମଦିନ ପାଳନ କରୁଛନ୍ତି। ଭଲଭାବରେ ଜନ୍ମଦିନ ପାଳନ କରୁଛନ୍ତି। ଶୁଭେଚ୍ଛୁ ମାନଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି।

ଅନୁଭବଙ୍କୁ ଜାଣିଥିବା ଭଲପାଉଥିବା ସାଙ୍ଗସାଥି ମାନେ ସମସ୍ତେ ପହଁଚି happy birthday ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। ଆଉ ଠିକ ଏତିକିବେଳେ ଆରବର୍ଷ ଭଳି ଏ ବର୍ଷ ବି ଚୁପ ବସିଗଲେ ବର୍ଷା ପ୍ରିୟାଦର୍ଶନୀ। ଆଉ ଅନୁଭବଙ୍କ କଥା ଅନୁସାରେ ଏଥର ଛାଡ଼ପତ୍ର ପାଇଁ ଅନୁମତି ମିଳିବା ପରେ ଧୁମଧାମରେ ପାଳନ କରାଯାଉଛି ଜନ୍ମଦିନ।

ବନ୍ଧୁଗଣ ଏଠାରେ ଜଣେଇଦେବା ପାଇଁ ଚାହିଁବୁ ଅନୁଭବ ଯେତେବେଳେ ଦିଲ୍ଲୀରେ ଥିଲେ ହାଇକୋର୍ଟ ଏମିତି ଏକ ଅନୁମତି ନେଲେ ଆଉ ଦିଲ୍ଲୀରୁ ଗତ କାଲି ଯେତେବେଳେ ଅନୁଭବ ମହାନ୍ତି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱରରେ ପହଁଚିଛନ୍ତି ଏ ହେଉଛି ସେତେବେଳର ଦୃଶ୍ୟ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୁଭବ କହିଛନ୍ତି ବାପାଙ୍କ ପାଇଁ ଯାହା କର୍ତ୍ତବ୍ୟ ଗୋଟେ ପୁଅ ହିସାବରେ ସେଇଟା ଆଗ ଲିଭେଇବି।

ମୋର ଝିଆରୀ ମୋର ବହୁତ ପସନ୍ଦ। ମୋ ମା’ ମୋତେ ବହୁତ ଭଲପାଏ। ଆଉ ଆପଣମାନେ ମଧ୍ୟ ମୋ ପାଇଁ ଆଉ ଥରୁଟିଏ ଠାକୁରଙ୍କୁ ଡାକନ୍ତୁ ମୋ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଶୀଘ୍ର ରୁ ଶୀଘ୍ର ଠିକ ହୋଇଯାଉ। ମୁଁ ଆପଣ ମାନଙ୍କ ଖୁସିରେ ନିହାତି ଛିଡା ହେବି। ଆପଣ ମାନଙ୍କ ଦୁଃଖରେ ନିହାତି ଛିଡା ହେବି। ମୋ ଦେହରେ ୧୦୦ ସିଂହର ବଳ ଆସିଛି। ବର୍ଷାଙ୍କ ଠାରୁ ବିବାହ ବିଛେଦ ବାଟ ଫିଟିବା ପରେ ଗଣମାଧ୍ୟମକୁ ଏମିତି ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ମୋ ଦେହରେ ୧୦୦ ସିଂହର ବଳ ଆସିଛି।

କୋର୍ଟରେ ମାମଲା ଚାଲିଥିବା ଯୋଗୁ ବହୁତ କାମ କରିବାର ଥିଲା ଯାହା ମୁଁ କରି ପାରିନି ଏବେ ମୁଁ ସବୁ କାମ କରିବି। ସୁଖରେ ଦୁଃଖରେ ସମସ୍ତଙ୍କ ପାଖରେ ଛିଡା ହେବି। ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାରଣ କୋର୍ଟ ଏବେ ତାଙ୍କୁ ଛାଡ଼ପତ୍ର ପାଇଁ ଅନୁମତି ଦେଇଛନ୍ତି।ବନ୍ଧୁଗଣ ଏବେ ଯେଉଁ କଥା ଅନୁଭବ କହିଥିଲେ ଛାଡ଼ପତ୍ର ପରେ ହିଁ ଯାଇ ତାଙ୍କ ଜନ୍ମଦିନକୁ ସେ ଧୁମଧାମରେ ପାଳିବେ ଯାହା କାଲି ଗତ ରାତିଠୁ ଦେଖାଯାଉଛି।

Leave a Reply

Your email address will not be published. Required fields are marked *