ପୁଅ ଜନ୍ମ ହୋଇଛି କହି ମିଠା ମାଗିଥିଲେ, ସ୍ତ୍ରୀ କଥା ପଚାରିବାରୁ କହିଥିଲେ ତୁମ ସ୍ତ୍ରୀ….।
ନର୍ସ ଆସି ସ୍ୱାମୀକୁ କହିଲେ ତୁମର ପୁଅଟିଏ ହୋଇଛି। ଆମକୁ ମିଠା ବାଣ୍ଟ। ଆଉ ସ୍ତ୍ରୀ କଥା ଯେତେବେଳେ ସ୍ୱାମୀ ପଚାରି ଥିଲା କହିଥିଲେ ସେ ଠିକ ଅଛି। କିନ୍ତୁ କିଛି ସମୟ ପରେ କହିଲେ ତୁମ ସ୍ତ୍ରୀ ଦେହରୁ ରକ୍ତ ଯାଉଛି ବନ୍ଦ ହେଉନି। ଆଉ ସ୍ୱାମୀ ଦେଖିଲା ବେଳକୁ ସ୍ତ୍ରୀର ଦେହରୁ ରକ୍ତ ବହି ଚାଲିଛି। ଦେଖିଲେ ଲାଗୁଥିଲା ଯେମିତି ସ୍ତ୍ରୀର ଶରୀର ଭିତରୁ କିଛି କଟି ଯାଇଛି। ଆଉ ରକ୍ତ ବନ୍ଦ ହେଉନି। ଆଖି ଆଗରେ ଡାକ୍ତରଙ୍କ ଭୁଲ ଯୋଗୁ ସ୍ତ୍ରୀର ଜୀବନ ଚାଲିଗଲା।
ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ। ଆଉ ସହି ପାରୁନି ସ୍ୱାମୀ। ଆଉ ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ମୃତ ଦେହ ରଖି ରାସ୍ତା ବନ୍ଦ ରଖିଛନ୍ତି ଗ୍ରାମବାସୀ।ଯାଜପୁର ମାନସପୋଲ ନିକଟରେ ଓଃ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ଜୀବନ ଚାଲି ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି।
ଏହି ମୃତ ମହିଳା ଜଣଙ୍କ ହେଲେ ଯାଜପୁର ଥାନା ପଣସା ପଞ୍ଚାୟତ ବିଜୟ କୁମାର ରାଉତଙ୍କ ପତ୍ନୀ ରଶ୍ମିତା ରାଉତ। ଗତ କାଲି ପ୍ରସବ ପାଇଁ ମହିଳାଙ୍କୁ ଏଠାରେ ଭର୍ତି କରିଥିଲେ ସ୍ୱାମୀ। କିନ୍ତୁ ଅପରେସନ ପରେ ମହିଳାଙ୍କର ଅଧିକ ରକ୍ତସ୍ରାବ ହେବା ପରେ ମହିଳାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର।
ପରିବାର ବର୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତି କରିବାରୁ ଡାକ୍ତର ବି ସେଠାରେ ଦେଖୁ ଦେଖୁ କହିଦେଲେ ଜୀବନ ଚାଲିଯାଇଛି ସ୍ତ୍ରୀର। ଆଉ ସ୍ୱାମୀର ପାଦ ତଳୁ ଯେମିତି ମାଟି ଖସି ପଡିଛି। ତେବେ ଏନେଇ ପରିବାର ଲୋକଙ୍କ ପକ୍ଷରୁ ନର୍ସିଂହୋମ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଏଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜରାସ୍ତାରେ ମୃତ ଦେହକୁ ରଖି ଗ୍ରାମବାସୀ ଏବଂ ପରିବାର ବର୍ଗ ରାସ୍ତା ରୋକ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଏବେ ଦାବି କରିଛନ୍ତି। ସେପଟେ ଯାଜପୁର ତହସିଲଦାରଙ୍କ ସହିତ SDPO ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।