ଭରଣପୋଷଣ ପାଇଁ ବର୍ଷାଙ୍କୁ ଟଙ୍କାଟିଏ ବି ଦେବେନି ଅନୁଭବ। ଅନୁମତି ମିଳିବା ପରେ ଏବେ ଅନୁଭବ ଖୁସି।

ଛାଡ଼ପତ୍ର ହେବ କିନ୍ତୁ ବର୍ଷାଙ୍କୁ ମିଳିବନି ଟଙ୍କା। ଭରଣପୋଷଣ ପାଇଁ ଅନୁଭବ ଆଉ ଦେବେନି ଟଙ୍କା। ଓକିଲ କହିଲେ ନିଷ୍ଠୁର ହେଲ ମିଳିବନି ଟଙ୍କା। ବର୍ଷାଙ୍କୁ ଅନୁଭବ ଆଉ ଦେବେନି ମାସିକ ଟଙ୍କା। ଏବେ ଅନୁମତି ମିଳିବା ପରେ ବର୍ଷାଙ୍କ ଠାରୁ ଅଲଗା ହୋଇଯିବେ ଅନୁଭବ। ଆଉ ଅନୁଭବଙ୍କୁ ଓକିଲ କହିଛନ୍ତି ଯେ ବର୍ଷାଙ୍କୁ ଆଉ ଏବେ ମିଳିବନି ଭରଣପୋଷଣ ପାଇଁ ଟଙ୍କା।

ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ମଧ୍ୟରେ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ।ଯାହା ପରେ ଖୁସି ବ୍ୟକ୍ତ କରିଥିଲେ ଅନୁଭବ ମହାନ୍ତି ଓ ଆଖିରେ ଲୁହ ପୋଛି ନିଜ ପରିବାରକୁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ କାରଣ ନିଜ ଜୀବନରେ ବଡ଼ ଭୁଲ ନିଷ୍ପତ୍ତି ନେଇଥିଲେ ବର୍ଷାଙ୍କୁ ବିବାହ କରି। ସେ ତାଙ୍କୁ ଏବେ ଛାଡ଼ପତ୍ର ଦେବା ପାଇଁ ଅନୁମତି ମିଳିଯାଇଛି। ହେଲେ ଏପଟେ କଥା ଉଠୁଛି ଯେ ଛାଡ଼ପତ୍ର ହେବା ପରେ ବର୍ଷାଙ୍କୁ କଣ ମାସକୁ ମାସ ଭରଣପୋଷଣ ପାଇଁ ଅନୁଭବ ମହାନ୍ତି ଟଙ୍କା ଦେବେ?

ହେଲେ ଏପଟେ ଅନୁଭବଙ୍କ ଓକିଲ କହିଛନ୍ତି ଯେ ବର୍ଷା ତଳ ଦିନେ ଯେଭଳି ଭାବରେ ନିଷ୍ଠୁରତା ଦେଖାଇଛନ୍ତି ସେଥିପାଇଁ ଛାଡ଼ପତ୍ର ପରେ ଟଙ୍କା ମିଳିବନି।ହଁ ଆଜ୍ଞା ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶା ଯାଇଥିଲା। ଯେହେତୁ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭଳି ସମ୍ପର୍କ ନାହିଁ ତେଣୁ ଅନୁଭବ ବର୍ଷାଙ୍କୁ ଭରଣପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ନାହିଁ। ଯୁକ୍ତି ଆଧାରରେ ହାଇକୋର୍ଟ ବିବାହ ବିଛେଦ ପାଇଁ ଅନୁମତି ଦେଇଥାଇପାରନ୍ତି ବୋଲି ଅନୁଭବଙ୍କ ଓକିଲ ଏପଟେ କହିଛନ୍ତି।

ତେବେ ଅନୁଭବଙ୍କ ଓକିଲ କହିବା ଅନୁଯାୟୀ ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇନଥିଲା ଆଉ ସେଥିପାଇଁ ସ୍ୱାମୀ ସ୍ତ୍ରୀ ସମ୍ପର୍କର କୌଣସି ଅସ୍ତିତ୍ୱ ନାହିଁ। ଯେହେତୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ଯୁକ୍ତି ଦର୍ଶା ଯାଇଥିଲା କି ବର୍ଷା ତାଙ୍କୁ ସ୍ୱାମୀ ଭାବେ ଶାରୀରିକ ସମ୍ପର୍କ ରଖିବାକୁ ସୁଯୋଗ ଦେଉନଥିଲେ। ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ମେଣ୍ଟାଲ ସ୍କୁରେଲିଟି ବା ମାନସିକ ନିର୍ଯ୍ୟାତନା କୁହାଯାଏ। ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭଳି ସମ୍ପର୍କ ନାହିଁ। ତେଣୁ ଅନୁଭବ ବର୍ଷାଙ୍କୁ ଭରଣପୋଷଣ ପାଇଁ କିଛି ବି ଅର୍ଥ ଟଙ୍କା ଦେବାର ଆବଶ୍ୟକତା ନାହିଁ।

ଏବେ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି ତଥା ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ଥାଇପାରେ। ହଁ ଆଜ୍ଞା ଏହି ରାୟକୁ ନେଇ ପୁଣି ଥରେ ଆବେଦନ କରିପାରନ୍ତି ବର୍ଷା। ତେବେ ରିଭ୍ୟୁ ପିଟିସନ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇପାରିବେ। ଏବେ ଜାଣିବାକୁ ବାକି ରହିଲା ଆଗକୁ ଯାଇ ଏ ଭରଣପୋଷଣର ଟଙ୍କା ବର୍ଷାଙ୍କୁ ସତରେ ମିଳୁଛି ନାଁ ମିଳୁନି। ଆଉ ଦୁହିଙ୍କ ଭିତରେ ଛାଡ଼ପତ୍ର ହେଉଛି ନାଁ ଆଉ କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *