ସ୍ୱାମୀକୁ ବନ୍ଧା ପକାଇ ସ୍ତ୍ରୀ ଟଙ୍କା ନେଇ ଫେରାର ହେଲା, କାନ୍ଦୁଛନ୍ତି ୨ ପିଲା,।

ହାତରେ ଅଭିଯୋଗ ପତ୍ରଟିଏ ଧରି ଛିଡା ହୋଇଛି ସ୍ୱାମୀ। ଆଉ ସ୍ତ୍ରୀକୁ ହାତ ଯୋଡି ଅନୁରୋଧ କରୁଛି ଚିନୁ ତୁ ଯୋଉଠି ବି ଅଛୁ ତୁ ଜଲଦି ଆମ ପାଖକୁ ଫେରି ଆସ। ତୋ ବିନା ଏ ଘରଟା ଖାଲି ଖାଲି ଲାଗୁଛି। ତୁ ଆମ ସମସ୍ତଙ୍କୁ ଛାଡି କୁଆଡେ ଚାଲିଗଲୁ। ଆମ ସମସ୍ତଙ୍କ ପାଖକୁ ଫେରି ଆ।

ହଁ ଆଜ୍ଞା ଦୁଇ ପିଲାଙ୍କ ମା’ ନିଖୋଜ ହୋଇଯାଇଛି। ନିଷ୍ପାପ କୁନି କୁନି ପିଲା ମା’ର ଫୋଟକୁ ଧରି ଖୋଜି ବୁଲୁଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ମା’ ତୁ କୁଆଡେ ଗଲୁ। ମା’କୁ ଝୁରି ଝୁରି ପିଲାଙ୍କ ଆଖିରୁ ଲୁହ ଶୁଖୁନାହିଁ। ମା’ର ପଣତ କାନିରେ ଆଶ୍ରୟ ନେଇଥିବା ଏଇ ନିଷ୍ପାପ ମାନେ ମା’କୁ ଝୁରି ହେଉଛନ୍ତି। ସ୍ୱାମୀ ସ୍ତ୍ରୀକୁ ପାଗଳ ପରି ଖୋଜି ବୁଲୁଛି। ୮ ଦିନ ହୋଇଗଲାଣି ଚୁଲିକୁ ଭାତହାଣ୍ଡି ଯାଇନି। ମା’ ନଥିବାରୁ ପିଲା ମାନଙ୍କର ଖାଇବା ପିଇବା ବି ବନ୍ଦ ହୋଇଯାଇଛି। କେବଳ ପିଲାମାନେ ନୁହଁନ୍ତି ପରିବାର ଲୋକ ବି ଆଜି ନିଖୋଜ ବୋହୂକୁ ଖଜୁଛନ୍ତି। ହେଲେ ଏଯାଏଁ ବି ବୋହୂର କୌଣସି ପତା ମିଳୁନାହିଁ।

ସ୍ତ୍ରୀକୁ ଖୋଜି ଖୋଜି ନୟାନ୍ତ ହୋଇଗଲାଣି ସ୍ୱାମୀ ଆଉ ଶେଷରେ ହତାଶ ହୋଇ ବସି ପଡିଛନ୍ତି। ୮ ଦିନ ହୋଇଗଲାଣି ଆଉ ସ୍ତ୍ରୀକୁ କେତେ ବା ଖୋଜିବେ ଫୋଟଟିକୁ ଧରି ସହର ବଜାର ଗଳି କନ୍ଦି କୁଆଡେ ବା ନ ବୁଲିଛନ୍ତି। କିନ୍ତୁ ସ୍ତ୍ରୀର ଏଯାଏଁ ବି ସନ୍ଧାନ ମିଳୁନାହିଁ।ଜଗତସିଂହପୁର ଥାନା ସମଗ ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା। ସମଗ ଗ୍ରାମର ପ୍ରବୀର କୁମାରଙ୍କ ପୁଅ ରାକେଶ କୁମାର ପରିଡା ୨୦୧୨ ମସିହା ମେ ୧୨ ତାରିଖରେ ଚୌଦ୍ୱାର ସ୍ଥିତ ଚଞ୍ଚଳା ଚୈତନ୍ୟ ନାୟକଙ୍କ ଝିଅ ଚିନ୍ମୟୀ ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ତାପରେ ରାକେଶ ପରିବାରର ଭରଣପୋଷଣ ପାଇଁ ଡୁବୁରୀ ଅଞ୍ଚଳର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରି ଯାହା ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ପରିବାର ଚଳୁଥିଲା। ମାତ୍ର ଘରର ଅଭାବ ଅନଟନ ପାଇଁ ରାକେଶଙ୍କ ସ୍ତ୍ରୀ ଚିନ୍ମୟୀ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଅନେକ ଟଙ୍କା ଋଣ ଆଣି ପରବର୍ତୀ ସମୟରେ ସୁଝି ପାରିନଥିଲେ ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ଚିନ୍ମୟୀ। ହେଲେ ଟଙ୍କା ସୁଝିବା ପାଇଁ ତାଙ୍କ ପାଖରେ କୌଣସି ବି ଉପାୟ ନଥିଲା। ସେଥିପାଇଁ ପରିବାରରେ ମଧ୍ୟ ଅସନ୍ତୋଷ ଲାଗି ରହିଥିଲା।

ହେଲେ ହଠାତ କଣ ହେଲା କେଜାଣି ଚିନ୍ମୟୀ ଗତ ଡିସେମ୍ବର ୧୫ ତାରିଖରେ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ କଟକ ମେଡିକାଲକୁ ଚିକିତ୍ସା ଲାଗି ଯାଇଥିଲେ। ହେଲେ ତା ପର ଠାରୁ ଚିନ୍ମୟୀଙ୍କର ଆଉ କୌଣସି ବି ଖୋଜ ଖବର ମିଳୁନାହିଁ। ସ୍ୱାମୀ ଶଶୁର ଆଉ ପରିବାରର ସମସ୍ତ ସଦସ୍ୟ ଆଉ ବନ୍ଧୁବାନ୍ଧବ ସମ୍ପର୍କୀୟ ସମସ୍ତେ ଖୋଜାଖୋଜି କରିବା ପରେ ମଧ୍ୟ ଚିନ୍ମୟୀଙ୍କର କୌଣସି ପତା ମିଳୁନାହିଁ।

ଏ ସମ୍ପର୍କରେ ଚିନ୍ମୟୀଙ୍କର ବାପ ଘର ଶାଶୁ ଘର ଉଭୟଙ୍କ ପକ୍ଷରୁ ମିଳିତ ଭାବେ ଚିନ୍ମୟୀ ନିଖୋଜ ଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।ସେପଟେ ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ଅନୁସନ୍ଧାନ ଚଲାଇଛି। ଅପର ପକ୍ଷରେ ଚିନ୍ମୟୀଙ୍କର ଦୁଇ ପୁଅ ଅଂଶୁମାନ ଆଉ ପ୍ରତ୍ୟୁଷ। ଜଣଙ୍କର ବୟସ ୧୦ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୬ ବର୍ଷ। ପିଲା ଦୁଇଟି ମା’କୁ ନପାଇ ପୁରା ଅଧର୍ଯ୍ୟ ହୋଇଗଲେଣି। ମା’କୁ ଖୋଜି ଖୋଜି ଖାଇବା ପିଇବା ବି ଛାଡି ଦେଲେଣି। ସବୁବେଳେ ବାପାଙ୍କ ପାଖରେ ଯାଇ ଜିଦି କରୁଛନ୍ତି ବାପା ଆମ ମା’କୁ ଆଣିଦିଅ। ଆଉ ସେମାନଙ୍କର ଦୁଃଖ ଦେଖି ପୁରା ପରିବାର ଲୋକେ ଯେମିତି ଦୁଃଖରେ ଭାଙ୍ଗି ପଡିଛି।ଏପଟେ ନିଖୋଜ ଚିନ୍ମୟୀଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *