ମୋ ବାବାଙ୍କ କଥା ବହୁତ ମନେପଡୁଛି ମୋତେ ଆଇସକ୍ରିମ୍ ଖୁଆଉଥିଲେ ।
ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ପୁରୁଷ ମଦ ପିଏ ଆଉ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼େ ସ୍ତ୍ରୀକୁ । ଏଇ ମଦ ଯୋଗୁଁ କେତେ ଯେ ସୁନାର ସଂସାର ଭାଙ୍ଗୁଛି ତାର ହିସାବ ନାହିଁ । ଝିଅଟି ଯେତେବେଳେ ବାହା ହୁଏ ସ୍ଵାମୀ ହିଁ ତାର ସବୁକିଛି ହୋଇଥାଏ । ସ୍ଵାମୀ ଉପରେ ସେ ନିର୍ଭର କରି ତାର ଘରଦ୍ୱାର କୁ ପରକରି ଚାଲିଆସେ । କିନ୍ତୁ ଭଗବାନଙ୍କର ଯଦି ଦଣ୍ଡ ଦେବାର ଥାଏ ସେ ଝିଅକୁ ତାହେଲେ ସ୍ଵାମୀଟାକୁ ତା’ଠାରୁ ଛଡ଼େଇ ନିଅନ୍ତି ।
ତାପରେ ସମସ୍ତଙ୍କ ଠାରୁ ତାନା ଶୁଣି ଜୀବନ ଏକାକୀ ବଞ୍ଚିବାକୁ ପଡ଼ିଥାଏ । କିଛିଦିନ ପୂର୍ବରୁ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେପରି ଜଣେ ମହିଳାଙ୍କ କାହାଣୀ ଯିଏ ବିନା ସ୍ଵାମୀରେ, ନିଜ ଝିଅକୁ ବଡ଼ କରିବା ପାଇଁ ଆଜି ରାସ୍ତା କଡ଼ରେ ଚିକେନ ପକୋଡା ବିକୁଛନ୍ତି । ଆଖିରୁ ଲୁହ ଧାର ଧାର ଗଡ଼ି ଯାଉଛି କିନ୍ତୁ ହାତ ଚାଲିଛି ପିଆଜ କାଟିବାରେ କାରଣ ତାଙ୍କୁ ଝିଅ ପାଇଁ ପଇସା ମଧ୍ୟ ରୋଜଗାର କରିବାର ଅଛି । ପତ୍ନୀ ସ୍ଵାମୀକୁ ହରାଇଥିବା ବେଳେ କୁନି ଝିଅଟି ତା ବାପାଙ୍କୁ ହରାଇ ଦେଇଛି।
ନିକଟରେ ଏକ ସାକ୍ଷାତକାର ସମୟରେ ଝିଅଟି ନିଜ ବାପାଙ୍କୁ ମନେ ପକାଇ କହିଛନ୍ତି ଯେ ତାଙ୍କ ବାପାଙ୍କ କଥା ତାର ବହୁତ୍ ମନେ ପଡ଼ୁଛି । ତେବେ ଝିଅଟିର ନାଁ ସାଇକ୍ରିଷ୍ଣା ନାୟକ । ସେ ଦୋକାନକୁ ବୁଲିବାକୁ ଆସିଛି ବୋଲି କହିଥିଲା । ସେଦିନ ସେ ଭିଡ଼ିଓରେ ନିଜ ମାଆଙ୍କୁ କାନ୍ଦିବାର ଦେଖି ଝିଅଟିକୁ ବହୁତ୍ ଦୁଃଖ ଲାଗିଥିଲା ଆଉ ଝିଅଟି ବହୁତ୍ କାନ୍ଦିଥିଲା ମଧ୍ୟ । ତା ମାମାଙ୍କୁ ସେ ବହୁତ୍ ଭଲପାଏ ତେଣୁ ମାମାଙ୍କୁ ଆଖିରୁ ଲୁହ ଗଡ଼ିଲେ କୁନି ଝିଅକୁ ଭଲ ଲାଗେନା ।
ଆହୁରି ମଧ୍ୟ କୁନି ଝିଅଟି କହିଥିଲା ସେ ତା ବାବାଙ୍କୁ ବହୁତ୍ ମିସ୍ କରେ । ସେ ଜାଣି ନାହିଁ ବାବା ତାର ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି । କୁନି ଝିଅଟି କହୁଛି ତା ବାବା ଯାଇଛନ୍ତି ଗାଆଁକୁ । ସ୍କୁଲ ରେ ଫଙ୍କସନ୍ ଅଛି ଆଉ ଝିଅଟି ତାର ବାବାକୁ ଖୋଜୁଛି । ବାବା ସହିତ ସେ ଖେଳୁଥିଲା, ମଜା କରୁଥିଲା ଆଇସକ୍ରିମ ମଧ୍ୟ ତାର ବାବା ତାକୁ କିଣି ଦେଉଥିଲେ, ସ୍କୁଲ ଛାଡ଼ିବାକୁ ଯାଉଥିଲେ ସେ ସବୁ କଥା କୁନି ଝିଅଟିର ମନେ ପଡ଼ି ଯାଉଛି । ଆଉ ଝିଅଟି ମିଡ଼ିଆ ଆଗରେ ଏକଥା କହୁ କହୁ କଇଁ କଇଁ ହେଇ କାନ୍ଦି ପକାଉଥିଲା ।