ପ୍ରଭୁଙ୍କ ପାଖକୁ ଆସିଥିଲା ତାକୁ ଟ୍ରୋଲ୍ କରୁଛ ଫଳ ଭୋଗିବ
ସେ ଝିଅ ଭାଇରାଲ୍ ହେବାକୁ ଟୋଟାଲି ଆସୁନ ଥିଲା। ହଁ ଏଇୟା ଜଣା ପଡୁଛି ଯେ ତାକୁ ଖରାପ କହି କିଛି ଲୋକ ଭାଇରାଲ୍ ହେବାକୁ ଚେଷ୍ଟା କରୁଛନ୍ତି। ଆରେ ଭାଈ ମୂଷା କଥା କହୁଛି, ତମେ କେବେ ତମ ଜିନ୍ଦେଗିରେ ଦେଖିଥିଲ ମୂଷା କଥା କହୁଛି ବୋଲି। ଶୁଆ କଥା କହୁଛି। କୁକୁରକୁ କଥା ଶିଖେଇଲେ ସିଏ ତ ଭୋ ଭୋ ହବ। ମୂଷା ଦେହରେ ହାତ ମାରିଲେ ସେତ ଚିଁ ଚିଁ ହବ। ଆଉ ମୂଷା ବି ତ ଚିଁଚିଁ ହଉଛି। କେଉଁଠି ଦେଖେଇଲ ସେ ଜୟ ଜଗନ୍ନାଥ କହୁଛି , ଜଗନ୍ନାଥ ବଳଭଦ୍ର କହୁଛି ବୋଲି। ମୂଷା ଚୁଁ ଚୁଁ କହିବ, ହାତୀ ତା ସାଉଣ୍ଡ କହିବ ଶୁଆ ତା ସାଉଣ୍ଡ କହିବ ବାଘ ତା ସାଉଣ୍ଡ କହିବ।
କେହି କାହାରି ସାଉଣ୍ଡ କହିବେନି। ବାଘ ଶୁଆ ସାଉଣ୍ଡ କହିବ ନି କି ଶୁଆ ବାଘ ସାଉଣ୍ଡ କହିବ ନି। ମୂଷା ତ ଚୁଁ ଚୁଁ କରିବ ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଯେ ସେ ଝିଅର ପ୍ରତ୍ୟେକଟି କଥାକୁ ରେସ୍ପୋନ୍ସ୍ ଦଉଛି। ଆଉ ଗୋଟେ କଥା ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଚରଣରେ ଯେଉଁମାନେ ସେ ମୂଷା, ବିଲେଇ, କୁକୁର, ମେଣ୍ଢା, ଛେଳି କି ମଣିଷ ହୁଅନ୍ତୁ ଯିଏ ମହାପ୍ରଭୁଙ୍କ ଶ୍ରୀ ଚରଣକୁ ଆସିଛି ଯିଏ ଶ୍ରୀ ମନ୍ଦିର ଦର୍ଶନ କରିଛି ଭୁଲ୍ ରେ ବି ତାକୁ ଟ୍ରୋଲ୍ କରିବେନି।
ଆଉ ଯଦି ଟ୍ରୋଲ୍ କରିବେ ତାର ବହୁତ୍ ପରିଣାମ ମହାପ୍ରଭୁ ଆପଣଙ୍କୁ ଦେବେ।ତେଣୁ କରି ମୁଁ ସବୁ ୟୁଟୁବର ମାନଙ୍କୁ କହୁଛି ମହାପ୍ରଭୁଙ୍କ ଶରଣକୁ ଯିଏ ବି ଆସିଛି କେବେ ହେଲେ ତାକୁ ଟ୍ରୋଲ୍ କରିବନି । ଆମେ ଗର୍ବ କରିବା କଥା କାରଣ ମୂଷା ବି ଜଗନ୍ନାଥଙ୍କ ନାମ ଧରୁଛି। ତେଣୁ ପ୍ରକୃତି ଏସବୁ କରିଛି। ତେଣୁ କରି ପ୍ରକୃତିକୁ କେବେ ନିନ୍ଦନି କି ଜଗନ୍ନାଥଙ୍କ ଭକ୍ତକୁ କେବେ ନିନ୍ଦନି, ସେ ମୂଷା ହଉ କି କୁକୁର ହଉ କି ବିଲେଇ।
ତେଣୁ ଏଇୟା କହିବା କଥା ସେ ଝିଅକୁ ଯେ ହାତୀ ଯେତେବେଳେ ବଜାରକୁ ଆସେ କୁକୁର ଭୋକେ। ତମେ ଜଗନ୍ନାଥ ଧାମକୁ ଆସିଛ। ଜଗନ୍ନାଥ ଯେତେବେଳେ ଗଜାନନ ବେଶ ଧାରଣ କରନ୍ତି ସେତେବେଳେ ତାଙ୍କର ବାହାନ ହେଉଛି ମୂଷା। ତେଣୁ କରି ତମେ ଯେ କୌଣସି ଅପରାଧ କରିଦେଇନ ଯେ ଘରେ ବସି କାନ୍ଦିବ। ତେଣୁ ତମର ଏଇଟା ଗର୍ବର ବିଷୟ ଯେ ତମେ ତମ ମୂଷାକୁ ଶିଖେଇଛ ଜୟ ଜଗନ୍ନାଥ କହିବା ପାଇଁ। ଆମେ ଭାରତରେ ବସିଛୁ, ଭରତଙ୍କ ଦେଶରେ ଅଛୁ , ରାମଙ୍କ ଦେଶରେ ଅଛୁ ତେଣୁ କରି ଆମେ ସମସ୍ତଙ୍କୁ ଗୋଟିଏ ଶିକ୍ଷା ଦେବା ଜୟ ସନାତନ , ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ।