କଥା କହିଲା ମଥା ସିନ୍ଦୁର । ସାବିତ୍ରୀ ବ୍ରତରେ ଘର ବାହୁଡା ସତ୍ୟବାନ । ୧୦ ବର୍ଷ ଧରି ନିଖୋଜ ଥିଲେ ସ୍ୱାମୀ ।

ଗୋଟିଏ ଦିନ ଘରର ଅଭାବ ଅନଟନ ପାଇଁ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ ହୋଇଥିଲେ । ଅଧିକ ରୋଜଗାର ନିଶାରେ ଏତେ ଦୂର ଚାଲି ଯାଇଥିଲେ ଯେ ଥରେଟିଏ ହେଲେ ମଧ୍ୟ ପଛକୁ ବୁଲି ଚାହିଁ ନାହାଁନ୍ତି । ହେଲେ ସମୟ ପୁଣିଥରେ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । ଯଦି ଟଙ୍କା ରୋଜଗାର ନିଶାରେ ଯେଉଁ ପରିବାର ପାଖରୁ ଦୂରେଇ ଯାଇଥିଲେ ୩୩ ବର୍ଷ ପରେ ପୁଣିଥରେ ନିଜ ପରିବାର ନିଜ ଗାଁକୁ ଫେରି ଆସିଛନ୍ତି କପିଳ । କପିଲ ସିନା ବଦଳି ନାହାଁନ୍ତି ହେଲେ ୩୩ ବର୍ଷ ପରେ ବଦଳି ଯାଇଛି ଗାଆଁର ପରିବେଶ ।

ଚେହେରା ମଧ୍ୟ ବଦଳି ଯାଇଛି । କପିଳ କାହାକୁ ଆଉ ଚିହ୍ନି ପାରୁ ନାହାଁନ୍ତି କି କପିଳଙ୍କୁ ଭି ଚିହ୍ନି ପାରୁନାହାଁନ୍ତି । ଚିହ୍ନା ମୁହଁ ଏବେ ଅଚିହ୍ନା ପାଲଟି ଯାଇଛି । ସେ ଘର ଛାଡ଼ି ଗଲା ବେଳେ ଯେଉଁ ପୁଅ ଏତେ ଛୋଟ ହୋଇଥିଲା ଠିକ୍ ଭାବରେ କଥା ବି କହି ପାରୁନଥିଲା । ଆଜି ସେହି ପୁଅ ବାହା ହୋଇ ଘରକୁ ବୋହୂ ଆଣିଲେଣି । ସ୍ଵାମୀ ଚାଲିଗଲା ପରେ ଛୁଆଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବା ଆଶାରେ ସ୍ତ୍ରୀ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ରହି କାମ କରୁଛି । ଏସବୁ ଶୁଣିବା ପରେ ସ୍ଵାମୀଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା ।

ହଁ ଆଜ୍ଞା ୩୩ ବର୍ଷ ପରେ ପୁଣିଥରେ କଥା କହିଲା ଶଙ୍ଖା ଆଉ ସିନ୍ଦୂର ଆଉ ଘରକୁ ଫେରିଲା ସ୍ଵାମୀ । ବର୍ତମାନ ପରିବାରରେ ଖୁସି କହିଲେ ନ ସରେ । ୩୩ ବର୍ଷ ତଳର କାହାଣୀ ଗପ ଲାଗୁଥିଲେ ବି ଘଟଣାଟି ସତ । ଘରର ଅଭାବ ଅନଟନ ପାଇଁ ରୋଜଗାର ଆଶାରେ ଘରୁ ଚାଲି ଯାଇଥିଲେ ଆଉ ଘରକୁ ଫେରିଛନ୍ତି ।

ତେବେ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଦେବଗଡ଼ ଥାନା ଅନ୍ତର୍ଗତ ସୁବଲପାଲି ଗାଁର ମାକରମୁଣ୍ଡା ସାହିର କପିଳ ସାହୁ । ନିଜ ଗାଁ ପରିବାରକୁ ଛାଡ଼ି ଦୀର୍ଘ ୩୩ ବର୍ଷ ହେଲା ବାହାର ରାଜ୍ୟରେ ଟଙ୍କା ରୋଜଗାର ପାଇଁ ଘୂରି ବୁଲୁଥିଲେ । ପ୍ରଥମେ ରାଜଗାଙ୍ଗପୁର, ଛତିଶଗଡ଼ରେ ଓ ଶେଷରେ ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରେ କାମ ଧନ୍ଦା କରି ଚଳୁଥିଲେ । ବୟସ ବଢ଼ିବା ସହିତ ଦେହ ଅସୁସ୍ଥ ହେଲା ଆଉ ପରେ ଯେତିକି ଅର୍ଥ ଉପାର୍ଜନ କରିଥିଲେ ତାହା ଡ଼ାକ୍ତରଖାନାରେ ଶେଷ ହୋଇଗଲା ପରେ ଏବେ ଘରକୁ ଫେରିଛନ୍ତି କପିଳ ।

Leave a Reply

Your email address will not be published. Required fields are marked *