ବିଶ୍ୱକପ ବଦଳାଇଲା ଭାଗ୍ୟ…୨୦୨୩ ଆଇପିଏଲରେ କେହି କିଣିନଥିଲେ, ଏବର୍ଷ କୋଟି କୋଟି ଟଙ୍କାରେ ବିକ୍ରି ହେଲେ।

୨୦୨୩ ଆଇପିଏଲରେ କେହି କିଣି ନଥିଲେ। ବିଶ୍ୱକପରେ କରୁଥିଲେ ଧୂଆଁଧାର ବ୍ୟାଟିଂ। ଆଉ ଏବେ ୧୪ କୋଟି ଟଙ୍କାରେ ବିକ୍ରି ହେଲେ।ବିଶ୍ୱକପ ବଦଳାଇଦେଲା ଭାଗ୍ୟ। ଯେଉଁ ଖେଳାଳି ବିକ୍ରି ହେଉନଥିଲେ ତାଙ୍କୁ ଆଜି ମିଳିଛି କୋଟି କୋଟି ଟଙ୍କା। ବିଶ୍ୱକପରେ ଗୋଡେଇ ଗୋଡେଇ ବୋଲରଙ୍କୁ ପିଟିଥିଲେ। ଆଉ ତାର ଫଳ ଏବେ ଆଇପିଏଲ ନିଲାମରେ ପାଇଲେ। ତେବେ ଆସନ୍ତୁ ଜାଯିବା ଯେ କିଏ ସେଇ ଖେଳାଳି ଆଉ କେତେ ଟଙ୍କାରେ ବିକ୍ରି ହୋଇଛନ୍ତି।

ଆଇପିଏଲ ୨୦୨୪ ସିଜିନ ପାଇଁ ଆଜି ଦୁବାଇରେ ଚାଲିଛି ଖେଳାଳି ନିଲାମ ପ୍ରକ୍ରିୟା। ତେବେ ଆଗାମୀ ସିଜିନ ପାଇଁ ମୋଟ ୭୭ ଜଣ ଖେଳାଳିଙ୍କୁ କିଣିବେ ସବୁ ଦଳ। ଖେଳାଳି ନିଲାମ ଚାଲିଥିବା ବେଳେ ସାମ୍ନାକୁ ଆସିଥିଲେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଟାରେଲ ମିଜେଲ। ଆଉ ତାଙ୍କୁ କିଣିବା ପାଇଁ ଦୀର୍ଘ ସମୟ ଧରି ଦିଲ୍ଲୀ କ୍ୟାପିଟାଲ ଓ ପଞ୍ଚାବ କିଙ୍ଗିସ ମଧ୍ୟରେ ଚାଲିଥିଲା ଘମାଘଟ ଲଢେଇ। ଶେଷ ଆଡ଼କୁ ଦିଲ୍ଲୀ ମନା କରିଦେବା ପରେ ଚେନ୍ନାଇ ସୁପରକିଙ୍ଗସ ବିଟ ସାମିଲ ହୋଇଥିଲା। ଆଉ ପଞ୍ଚବକୁ ପଛରେ ପକାଇ ଚେନ୍ନାଇ ନିଜ ଦଳରେ ମିଚାଲଙ୍କୁ ସାମିଲ କରିନେଇଛି। ଏଥିପାଇଁ ଚେନ୍ନାଇକୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଛି। ମିଚେଲ ୧୪ କୋଟି ଟଙ୍କାରେ ଏବେ ସିଏକେ ଦଳରେ ସାମିଲ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଏଇ ଖେଳାଳିଙ୍କୁ ଗତ ବର୍ଷ କୌଣସି ଦଳ କିଣିବାକୁ ଆଗେଇ ଆସିନଥିଲେ ହେଲେ ଆଜି ତାଙ୍କୁ କୋଟି କୋଟି ଟଙ୍କା ମିଳିଛି। ଏତେ ଟଙ୍କାରେ ମିଚେଲ ବିକ୍ରି ହେବେ ବୋଲି ପୂର୍ବରୁ କ୍ରିକେଟ ବିଶେଷଜ୍ଞ ମାନେ ଆକଳନ କରିଥିଲେ। କାରଣ ୨୦୨୩ ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା। ବିଶ୍ୱକପରେ ତାଙ୍କର ହାରାହାରି ରନ ୬୯ ରନ ଥିବା ବେଳେ ୧୧୧ ଷ୍ଟ୍ରାଇକ ରେଡ଼ ହାରରେ ୧୫୨ ରନ ସଂଗ୍ରହ କରିଥିଲେ ମିଚେଲ। ଯେଉଁଥି ପାଇଁ ସେ ମୋଟା ଟଙ୍କାରେ କୌଣସି ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା।

୨୦୨୨ ଆଇପିଏଲରେ ମିଚେଲ ରାଜସ୍ଥାନ ରୟାଲ ପକ୍ଷରୁ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ। ସେହି ବର୍ଷ ଦଳ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ୨୦୨୩ ରେ ତାଙ୍କୁ କେହି ଦଳ କିଣିବାକୁ ଆଗେଇ ଆସିନଥିଲେ। ହେଲେ କିଏ ଜାଣିଥିଲା ସେଇ ଖେଳାଳିଙ୍କୁ କିଣିବା ପାଇଁ କୋଟି କୋଟି ଟଙ୍କାର ବିଟ ଲାଗିବ। ଆଉ ଧୂଆଁଧାର ବ୍ୟାଟିଂ କରୁଥିବା ମିଚେଲଙ୍କୁ ଏ ବର୍ଷ ସିଏସକେ ନିଜ ଦଳରେ ସାମିଲ କରିବା ପାଇଁ ୧୪ କୋଟି ଟଙ୍କା ଦେଇଛି। ତେବେ ଆଇପିଏଲ ଇତିହାସରେ ଏଯାବତ ୫ ଥର ଟ୍ରଫି ହାତେଇଛି ସିଏସକେ

Leave a Reply

Your email address will not be published. Required fields are marked *