ମୂଷା ଭିଡିଓ ଦେଖିଦେଲେ ମିଟୁ ମିଥୁନ,ରାଗି ଯାଇ କହିଲେ ଏପରି କଥା

‘ମରଣ ବେଳେ ବିପରୀତ ବୁଦ୍ଧି’ ଯେମିତି କଥା ଥାଏ ସେମିତି ଜଗନ୍ନାଥଙ୍କୁ ପୃଥିବୀବାସୀ ଭଲ ପାଆନ୍ତି, ଭାରତବାସୀ ଭଲ ପାଆନ୍ତି। ଆଉ ଆମର ଏଇଟା ଭାଗ୍ୟ ଯେ ଆମେ ଓଡ଼ିଶାରେ ଜନ୍ମଗ୍ରହଣ କରିଛେ। ତେଣୁ ଜଗନ୍ନାଥଙ୍କୁ ନେଇକି ଯେଉଁମାନେ ଯେଉଁ କଥା କୁହନ୍ତି ତାଙ୍କ ଅବସ୍ଥା କଣ ହୁଏ। ଆଗତ ଭବିଷ୍ୟତରେ ଆମେ ସମସ୍ତେ ଦେଖିଛେ। ତେଣୁ କରି ମୁଁ ଏତିକି କହିବି ଏ ହେଉଛି ମିଛ କଥା। ଆଙ୍ଗୁଠି ଖେଞ୍ଚି ଯେଉଁ ସବୁ କଥା ମାଳିକା କଥା ସେ ସବୁ କଥା ନୁହଁ । ମୁଁ ଆପଣ ମାନଙ୍କୁ ଏତିକି କହିବି ଯେ ଆପଣ ମାନେ ଏଥିରୁ ନିବୃତ୍ତ ରୁହନ୍ତୁ କାହିଁକି ନା ଏକଥା ଚାରି କୋଟି ପଚାଶ ଲକ୍ଷ ଲୋକଙ୍କ ଭାବାବେଗରେ ଆସୁଛି, କଷ୍ଟ ଲାଗୁଛି। ଆଜି ମୂଷା କହିଲା ବୋଲି କହିବେ, କାଲି କହିବେ ସାପ କହିଲା , ପରଦିନ କହିବେ ବେଙ୍ଗ କହିଲା।

ତମର ଯଦି ଆକ୍ଟିଂ କରିବାର ଅଛି,ଭାଇରାଲ୍ ହେବାର ଅଛି , ଟୁଙ୍ଗୁରୁ ବଳ ବି ଭାଇରାଲ୍ ହେଇଥିଲା। ଆଜି ସୁର ରାଉତଠୁ ନେଇକି ରାଣୀ ପଣ୍ଡା ବି ଭାଇରାଲ୍ ହେଇଛି ମିଟୁ ମିଥୁନ ବି ଭାଇରାଲ୍ ହେଇଛି। କିନ୍ତୁ ଗୋଟେ କଥା କହିବି ଇଲିଗାଲ୍ କଥାରେ ଭାଇରାଲ୍ ହୁଅନ୍ତୁନି। ପାଟିଏ ଚଷିଲେ ନା, ବାଟରେ ହଗିଲେ ନା । ତେଣୁ ହଗିକି ନା କର ନାହିଁ। କାରଣ ଚାରି କୋଟି ପଚାଶ ଲକ୍ଷ ଲୋକ ଦେଖୁଛନ୍ତି ପ୍ରତି ମୁହୂର୍ତ୍ତରେ। କାରଣ ସକାଳୁ ସେମାନେ ସିନେମା ହଲକୁ ଯାଇ ନପାରନ୍ତି। କିନ୍ତୁ ମୋବାଇଲ୍ ଖୋଲିଲେ ସେମାନେ ଜାଣିବେ ଏହି ଭାବାବେଗକୁ ଯେଉଁ ପିଲା କରିଛି, ଏଗୁଡ଼ା ସବୁ ବନ୍ଦ୍ କର।

ସେମାନେ ଯାହା କରୁଛନ୍ତି ତାହା ଉପରେ କଡ଼ା ପଦକ୍ଷେପ ନିଆଯାଉ। ଓଡ଼ିଶା ଲୋକ ପୁରା ମୂର୍ଖ ନୁହଁ ଚାଙ୍ଗା। ଆମର ଓଡ଼ିଶା ଭାସ୍କର ମୋବାଇଲ୍ ଉପରେ ପୁରା ପ୍ରଭାବ ପକାଉଛି ଲୋକଙ୍କ ଉପରେ। ବିଶ୍ୱାସ ନାହିଁ ପୁରା ମାଗଣା ଆସୁଛି। ସେଇ ମୂଷା ଖବର ଯଦି ପଇସା ଦେଇ ଆସିଥାନ୍ତା, ଯେ ଭାଈ ଶହେ ଟଙ୍କା ଦେଲେ ମୂଷା ଖବର ଦେଖିବ ତାହେଲେ କେହି ଦେଖି ନଥାନ୍ତେ। ଜୟ ଜଗନ୍ନାଥ ଆମେ ସମସ୍ତେ କହୁ। ସକାଳ ହେଲେ ଦୁଃଖୀ ରଙ୍କୀ , କୋଟିପତି, ଗରିବ ସମସ୍ତେ ଆମେ ଜୟ ଜଗନ୍ନାଥ କହୁ। କାରଣ ଯେଉଁ ମାଟିରେ ଆମେ ଜନ୍ମ ହେଇଛୁ ଚାରିଧାମ ଭିତରୁ ସବୁଠୁ ବଡ଼ ଧାମ ହେଉଛି ଜଗନ୍ନାଥ ଧାମ। ପଶୁ ଦେହରେ ଭଗବାନ୍। ସେଇଟା ଯଦି ସତ୍ୟ ଯୁଗ ହେଇଥାନ୍ତା ତାହେଲେ ପଶୁ ଗପିଥାନ୍ତେ।

ସେଥିରେ ଛେଳି କଥା କହିଥାନ୍ତା, ମୂଷା କଥା କହିଥାନ୍ତା , ସମସ୍ତେ କଥା କହିଥାନ୍ତେ।ଏଇଟା ପରା କଳିଯୁଗ । ସେମାନେ କେବେବି କଥା କହିପାରିବେନି। ତାର ଚୁଁଚାଁକୁ କହି ଦେଲ ସେଇଟା ଭାଇରାଲ୍ ହେବାର ଯୋଜନା। ସେ ଯଦି ମୂଷାକୁ ଦେବେ ତାହେଲେ ତାକୁ ନେଇ ମୁଁ ଫିଲ୍ମ କରିବି। ଆଉ ତାହା ମିଛ ବୋଲି ପ୍ରୁଫ୍ କରିବି। ଏକଥାରୁ ସମସ୍ତେ ନିବୃତ୍ତ ରୁହନ୍ତୁ। ଚାରି କୋଟି ପଚାଶ ଲକ୍ଷ ଲୋକଙ୍କ ଭାବାବେଗ ସହ ଖେଳନ୍ତୁ ନାହିଁ। ଜଗନ୍ନାଥଙ୍କ ସହିତ ଖେଳି ଆମ ଫିଲ୍ମବାଲା ସଫା ହେଇଯାଇଛନ୍ତି। ସେସବୁ ନାଟକ, ସେସବୁକୁ ଲୋକମାନେ ପହଞ୍ଚାଇ ଦେଉଛନ୍ତି ମିଡ଼ିଆରେ ଆଉ ସେସବୁକୁ ଲୋକମାନେ ମଜା ନେଉଛନ୍ତି ମୋବାଇଲରେ। ଏତିକି କହିବି ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ। ଯଦି ଆଉ କେଉଁଠି ଭୁଲ୍ ହବ ତାହେଲେ ଆମେ ସ୍ୱର ଉତ୍ତଳୋନ କରିବୁ।

Leave a Reply

Your email address will not be published. Required fields are marked *