‘ମ୍ୟାଡମ୍ ଖେଳ କରିଦେଲେ । ମୂଷାକୁ ପଛପଟେ କେଞ୍ଚି ଚିଁ ଚିଁ କଲେ, ନିଜେ ଭାଇରାଲ ହୋଇଗଲେ’..।
ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟକ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ।
ଆଜ୍ଞା ହଁ ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି । ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହାକୁ ନେଇ ନିକଟରେ ଜଣେ ବ୍ୟକ୍ତି ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ଓଡ଼ିଶା ଲୋକ ହେଲେ ନୀରିହ, ଇଶ୍ଵର ବିଶ୍ୱାସୀ ଆଉ ସରଳ ଲୋକ । କିନ୍ତୁ ତା ମାନେ ନୁହେଁ ଯେ କେହି ଆସିବ ଓଡ଼ିଶା ଲୋକଙ୍କୁ ଭକୁଆ ବନେଇ ଦେବ ଆଉ ରାତାରାତି ଭାଇରାଲ୍ ହେଇଯିବ ।
ଆରେ ମୂଷା କଥା କହୁଛି ବୋଲି କେହି ନିଜ ଜୀବନରେ ଦେଖିଛନ୍ତି? ଶୁଆ କଥା କୁହେ କେଉଁଠି କେହି ଦେଖିଛି ଯେ ମୂଷା କଥା କହୁଛି ବୋଲି । ମୂଷା ପୁଣି ଜଗନ୍ନାଥ, ବଳଭଦ୍ର କହୁଛି । ସେ ମହିଳା ଜଣଙ୍କ ଯିଏ ମୂଷାଙ୍କୁ ଧରିଛନ୍ତି ତାଙ୍କ ପୋଜିସନ୍ ଦେଖିଲେ ସତ କଣ ଜାଣି ପାରିବ ବୋଲି କହିଛନ୍ତି ଯୁବକ ଜଣକ । ମୂଷାକୁ ଯେତେବେଳେ କିଛି ପ୍ରଶ୍ନ କରାଯାଉଅଛି ସେ ଆଙ୍ଗୁଠିରେ ମୂଷାକୁ ଖେଞ୍ଚୁଛନ୍ତି । ସେଇଟା ମୂଷା ନୁହେଁ ସେଇଟା ରିମୋଟ କଣ୍ଟ୍ରୋଲ ବାଲା ମୂଷା । ୟେ ଯେତେ ଥର ଖେଞ୍ଚୁଚନ୍ତି ସେ ସେତେଥର ଚିଁ ଚିଁ ହୋଇ କହୁଛି । ଥରଟେ ଖେଞ୍ଚିଲେ ଗୋଟିଏ ଥର ଚିଁ କଲା ୨ଥର ଖେଞ୍ଚିଲେ ୨ଟା ୱାର୍ଡ ବାହାରିଲା ।
ଯଦି ବିଶ୍ୱାସ ନ ହେଉଛି ଭିଡ଼ିଓ କ୍ଲିପ୍ ରେ ମଧ୍ୟ ଦେଖି ପାରିବେ ବୋଲି ସେ କହିଥିଲେ । ଲୋକଙ୍କ ଭାଇରାଲ ହେବା ପାଇଁ ବହୁତ୍ ବାଟ ଅଛି । କିଏ ରାସ୍ତାରେ ହଗିକି ନାଁ କରୁଛି ତୋ ଆଉ କିଏ ମନ୍ଦିର ତୋଳିକି ନାଁ କରୁଛି । ଏ ମହିଳା ଜଣକ ଭଲ ଘରର ହୋଇଥିବେ ସେଥିପାଇଁ ମୂଷାକୁ ପାଥେୟ କରି ଭାଇରାଲ୍ ହେବାକୁ ଚେଷ୍ଟା କରିଲେ ବୋଲି ଯୁବକ ଜଣକ କହିଛନ୍ତି ।