ଯୁବକ ଜଣକ ବିବାହିତ ଜାଣି ଯୁବତୀ ଭଲ ପାଉଥିଲା । ହୋଟେଲରୁ ବାହାରି ପ୍ରେମିକା ଗୋଡ ଉପରେ ଗାଡି ଚଢ଼େଇ ଦେଲା.. I

ଥରେ ନୁହେଁ ବାରମ୍ବାର ହୋଟେଲ୍ ରୁମରେ ମନ ଭରୁଥିଲା । ଆଉ ସେହି ହୋଟେଲ୍ ଆଗରେ ଗୋଡ଼େଇ ଗୋଡ଼େଇ ମା-ରିଲା । ହଁ ଦର୍ଶକବନ୍ଧୁ କ୍ଷମତା କରିଦେଲା ଅନ୍ଧ । ଟଙ୍କା ଓ ବାପା ବଳରେ ବଳିୟାନ ପୁଅ କଲେ ଦବ-ଙ୍ଗଗିରି । ଦବ-ଙ୍ଗଗିରି ଏମିତି ଥିଲା ଯେ, ସର୍ବ ସମ୍ମୁଖରେ ପି-ଟିଲା । ତା ପୁଣି ନିଜ ପ୍ରେମିକାଙ୍କୁ । ବର୍ବରତାର ସୀମା ଟପିଲା, କ୍ଷମତା ନି-ଶାରେ ଅନ୍ଧ ହୋଇ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ । ଯେଉଁ ଯୁବତୀଙ୍କ ସହ ୪ବର୍ଷ ହେଲା ପ୍ରେମ ସମ୍ପ-ର୍କରେ ଥିଲେ, ତାଙ୍କ ଜୀବନ ନେବାକୁ ଚେଷ୍ଟା କରିଛନ୍ତି । ବିବାହିତ କଥା ଜଣା ପଡ଼ିବାରୁ ପ୍ରେମିକା ଉପରେ ଗାଡି ଚଢ଼ାଇଦେଲା ପ୍ରେମିକ । ଏଭଳି ଅଭା-ବନୀୟ ଘ-ଟଣା ମହାରାଷ୍ଟ୍ରର ଥାଣେ ଅଂଚଳରେ ଦେଖିବାକୁ ମିଳିଛି ।

ଯୁ-କ୍ତିତ-ର୍କ ପରେ ପ୍ରେମିକା ଉପରେ ନିଜର ଦାମୀ ଗାଡ଼ି ରେଞ୍ଜ ରୋଭର କାର ଚଢାଇ ଦେଇଛି ବଏଫ୍ରେଣ୍ଡ । ଯୁବତୀ ଜଣକ ଗୁରୁ-ତର ଆ-ହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପ୍ରେମିକା ପ୍ରିୟା ସିଂ ଥା-ନାରେ ଅଭି-ଯୋଗ କରିଥିଲେ ମଧ୍ୟ ୪ଦିନ ବିତିଗଲାଣି ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ । କାରଣ ଗାଡି ଚଢାଇ ଦେଇଥିବା ଯୁବକ ମହାରାଷ୍ଟ୍ରର ଜଣେ ଆଇଏଏସ୍ ଅନିଲ ଗାୟକ୍ୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ ।

ତେବେ ପୁରା ଘଟ-ଣା ସମ୍ପର୍କରେ ପ୍ରିୟା ନିଜ ଇନଷ୍ଟଗ୍ରାମରେ ଲେଖିବା ସହ ତାଙ୍କ ବଏଫ୍ରେଣ୍ଡ ଅଶ୍ୱଜିତ୍ ଏବଂ ହସ୍ପିଟାଲ ବେଡରେ ଥିବାର କିଛି ଫଟୋ ସେୟାର କରିଛନ୍ତି । ପ୍ରିୟା କହିଛନ୍ତି, ଅଶ୍ୱଜିତ୍ଙ୍କ ନିମନ୍ତ୍ରଣ କ୍ରମେ ସେ ଡିସେମ୍ବର ୧୧ ତାରିଖ ରାତିରେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ । ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପା-ଟିତୁ-ଣ୍ଡ ହୋଇଥିଲା । ଏଥିରେ ରା-ଗିଯାଇ ଅଶ୍ୱଜିତ୍ ପ୍ରଥମେ ପ୍ରିୟାଙ୍କୁ ପ୍ରବଳ ମା-ରପି-ଟ କରିଥିଲେ। ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହାଦେଖି ତାଙ୍କୁ ଗାଡ଼ି ଚକା ତଳେ ଚାପି ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ।

ଏହାପରେ ଡ୍ରାଇଭର କାର୍‌ ଚଢ଼ାଇଦେବାରୁ ଘଟ-ଣାସ୍ଥ-ଳରେ ଗୁରୁ-ତର ହୋଇ ପଡ଼ିଥିଲେ ପ୍ରିୟା । ପରେ ଅଶ୍ୱଜିତ୍ ତାଙ୍କୁ ଅସହାୟ ଅବସ୍ଥାର ଛାଡି ପଳାଇଯାଇଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉ-ଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ସେ ଉଲ୍ଲେଖ କରିଛନ୍ତି। ଏଭତି ଅତର୍କିତ ଆକ୍ର-ମଣରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି । ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷ-ତ ହୋଇଛି । ହସ୍ପିଟାଲ ବେଡରେ ସେ ଏବେ ଅକଥନୀୟ ଯ-ନ୍ତ୍ରଣା ପାଉଥିବା ବେଳେ ପୋ-ଲିସ୍‌ ବି ତାଙ୍କ ଗୁହାରି ଶୁଣୁନଥିବା ସେ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *