ଆମ ମୂଷା ଜିଦ ଧରିଥିଲା ଜଗନ୍ନାଥଙ୍କୁ ଦେଖିବ ବୋଲି । ଜିଦ ଧରି କହୁଥିଲା ଭାଇକୁ ମୁଁ ଦେଖିବି।
ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟକ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଆଜ୍ଞା ହଁ ନିକଟରେ ଦେଖିବାକୁ ମିଳିଛି ଯେ ମୂଷା କହୁଛି ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଆସିଛନ୍ତି ଦୁଇ ମୂଷା । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଛନ୍ତି ମୂଷା ଦୁଇଟି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ।
କିନ୍ତୁ ମୂଷା ଦୁଇଟିର ଭାବ ଦେଖି ସମସ୍ତେ ଭାବବିହ୍ୱଳ ହୋଇଯାଉଛନ୍ତି । ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କୁ ଯିଏ ଯେପରି ଭାବରେ ଡାକନ୍ତି ସେ ସେହିପରି ଶୁଣିଥାନ୍ତି । ସେଥିପାଇଁ ତା ତାଙ୍କୁ ଭାବର ଠାକୁର କୁହନ୍ତି । ସାରା ଜଗତକୁ ସେ ନିଜ ଦୁଇ ହାତରେ କୋଳେଇ ରକ୍ଷା କରୁଛନ୍ତି । ତେଣୁକରି ସମସ୍ତ ଜୀବଜଗତ ତାଙ୍କ ନିକଟରେ ଶରଣାପନ୍ନ । ଶ୍ରଦ୍ଧାଳୁମାନେ ଯେପରି ସିଂହଦ୍ୱାର ନିକଟକୁ ଆସି ଦୁଇ ହାତ ଟେକି କୁହନ୍ତି କାଳିଆ ତୋର ଅପୂର୍ବ ଲୀଳା । ସେହିପରି ଦୁଇଟି ମୂଷା ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କୁ ଡାକୁଛନ୍ତି ।
ସିଂହଦ୍ୱାର ପାଖରେ ଦୁଇଟି ମୂଷାକୁ ଦେଖି ପୂଜାପଣ୍ଡା ଠାରୁ ଆରମ୍ଭକରି ସାଧାରଣ ଲୋକେ ସମସ୍ତେ ଭାବବିହ୍ଵଳ ହୋଇଯାଉଛନ୍ତି । ବର୍ତ୍ତମାନ ସମୟରେ ଦୁର୍ନୀତି, ଭ୍ରଷ୍ଟାଚାର, ପାପ ବଢି ଚାଲିଥିଲା ବେଳେ କିଛି ଲୋକ ଭାବ ଭକ୍ତିଙ୍କୁ ଭୁଲି ଯାଉଛନ୍ତି । କିନ୍ତୁ ଛୋଟ ଜୀବ ହୋଇ ମଧ୍ୟ ଭାବଭକ୍ତିର ସହ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଛି ।ଛୋଟ ଜୀବଟିଏ ହୋଇମଧ୍ୟ ଜୟ ଜଗନ୍ନାଥ କହିବାକୁ ଚେଷ୍ଟା କରୁଛି ।
ତେବେ ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ବରି ବ୍ଲକ୍ ର ଅଙ୍କିତା ସାମଲ୍ ନାମକ ଜଣେ ଯୁବତୀଙ୍କର ହେଉଛନ୍ତି ଏଇ ଦୁଇ ମୂଷା । ଆଉ ମୂଷା ହିଁ ବହୁତ୍ ସମୟରୁ ଜିଦ୍ ଧରିଥିଲା ଜଗା ଦର୍ଶନ କରିବ ବୋଲି । ମୂଷା ଟି ଶ୍ରୀମନ୍ଦିର ସାମ୍ନାରେ ଜୟ ଜଗନ୍ନାଥ କହି ମୁଣ୍ଡିଆ ମାରିବା ସହିତ ଜଗନ୍ନାଥଙ୍କୁ ଭାଇ, ବଳରାମଙ୍କୁ ବଡ଼ ଭାଇ, ସୁଭଦ୍ରାଙ୍କୁ ଭଉଣୀ ଆଉ ମା ଲକ୍ଷ୍ମୀଙ୍କୁ ଭାଉଜ ବୋଲି ମଧ୍ୟ ସମ୍ବୋଧନ କରୁଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଏହି ଭାଇରଲ ଭିଡିଓକୁ ଦେଖି ସମସ୍ତେ ଆନନ୍ଦିତ ହେଉଛନ୍ତି । ଆଉ ଶ୍ରଦ୍ଧାରେ ଜୟ ଜଗନ୍ନାଥ ବୋଲି କହୁଛନ୍ତି । ଏହି ଦୁଇଟି ମୂଷା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାରରେ ଭକ୍ତି, ଭାବ ଓ ଶ୍ରଦ୍ଧାର ଏକ ନିଆରା ବାତାବରଣ ସୃଷ୍ଟି ହୋଇଛି ।