ନନ୍ଦିତା ଆଉ ମନୋଜ ଦୁହିଁଙ୍କର ମନ ମିଶିଲା, ଦୁହେଁ ମୁକ ବିଧିର ହେଲେ ମଧ୍ୟ ଦୁହିଁଙ୍କର ହାତ ଗଣ୍ଠି ପଡିଲା।
ନନ୍ଦିତା ଦେଖିବା ପାଇଁ ଯେତିକି ସୁନ୍ଦର ଗୁଣ ବି ସେତିକି ସୁନ୍ଦର କିନ୍ତୁ ନନ୍ଦିତା କଥା କହିପାରେନି। କିନ୍ତୁ ନନ୍ଦିତା ଶୁଣି ବି ପାରେନି। ଠିକ ସେମିତି ମନୋଜ ବି ଶୁଣି ପାରେନି କି କଥା ବି କହି ପାରେନି। କିନ୍ତୁ ଦୁଇ ଜଣ ନନ୍ଦିତା ଆଉ ମନୋଜଙ୍କର ମନ ମିଶିଛି। ନନ୍ଦିତା ଆଉ ମନୋଜ ଆଗାମୀ ୭ ଜନ୍ମ ପାଇଁ ସାଥିରେ ରହିବା ପାଇଁ ଶପଥ ନେଇଛନ୍ତି।
ଆଜ୍ଞା ହଁ ବନ୍ଧୁଗଣ ସେଥିପାଇଁ ତ ବର ବେଶରେ ସଜେଇ ହୋଇଛନ୍ତି ଯାଜପୁର ଜିଲ୍ଲା ବରହଟା ଗାଁର। ହରିହର ପତିଙ୍କ ପୁଅ ମନୋଜ ପତି। ଆଉ କନିଆ ବେଶରେ ସଜେଇ ହୋଇଛନ୍ତି ଭଦ୍ରକର ବିଶ୍ଵନାଥ ଦାସଙ୍କ ଝିଅ ନନ୍ଦିତା ଦାସ। ନନ୍ଦିତା ଆଉ ମନୋଜ ନାଁ ଦୁହେଁ କଥା କହି ପାରନ୍ତି ନାଁ କହୁଥିବା କଥାକୁ ଶୁଣି ପାରନ୍ତି। କିନ୍ତୁ ଦୁହେଁ ଦୁହିଁଙ୍କ ଭାଷା ବୁଝିଛନ୍ତି ହଁ ପାଟିର ଭାଷା ନୁହେଁ ମନର ଭାଷାକୁ।
ବନ୍ଧୁଗଣ ଭାଷା ତ ସେଇୟା ବୁଝି ପାରୁଥିଲେ ଭାଷା ସୁନ୍ଦର। ସେଥିପାଇଁ ତ ଏ ଦୁହିଁଙ୍କ ମନ ମିଶିଛି। ଆଉ ଏ ଦୁହେଁ ୭ ଜନ୍ମ ପାଇଁ ସାଥି ହେବେ ବୋଲି ଆଜି ଶପଥ ନେଇଛନ୍ତି। ଆଉ ମନୋଜ ଓ ନନ୍ଦିତାଙ୍କ ନୂଆ ଜୀବନ ଆରମ୍ଭରୁ ସାଖୀ ଅଛନ୍ତି ଦଧି ବାମନ ଜିଓ। ହଁ ଆଜ୍ଞା ତା ସହ ପରିବାରର ପ୍ରିୟଜନ ବି ଉପସ୍ଥିତ ରହି ତାଙ୍କୁ ଆଶୀର୍ବାଦ କରୁଛନ୍ତି।
ଦଧି ବାମନ ଜିଓଙ୍କୁ ସାଖୀ ରଖି ନୂଆ ଜୀବନ ଆରମ୍ଭ କରିଛନ୍ତି ନୂଆ ଦମ୍ପତି। ଆଉ ଏହାକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ପ୍ରେମ କଣ ଏମିତି ବି ହୁଏ। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପାଟିରେ କଥା କହୁଥିବା ଦରକାର ନାହିଁ କି କାନକୁ ଶୁଭୁ ଥିବା ବି ଦରକାର ନାହିଁ। ମନର ଭାଷାକୁ ବୁଝିପାରୁଥିଲେ ହିଁ ବିବାହ ସମ୍ଭବ। ଏ ଦୃଶ୍ୟ ତାହା ହିଁ ବୟାନ କରୁଛି।
ମନ୍ଦିରରେ କଳାହଳ ପରିବେଶ ଲାଗି ରହିଛି। ବନ୍ଧୁ ବାନ୍ଧବଙ୍କ ଭିଡ଼ ଲାଗି ରହିଛି। ବେଦୀରେ ମନ୍ତ୍ର ଉଚାରଣ ଚାଲିଛି।ହେଲେ ଏସବୁକୁ ଦେଖୁଛନ୍ତି କିନ୍ତୁ ଶୁଣି ପାରୁନାହାନ୍ତି। ଆଉ ପାଟି ଖୋଲି କିଛି କହି ବି ପାରୁନାହାନ୍ତି। କାରଣ ଏମାନେ ଦୁହେଁ ମନୋଜ ଓ ନନ୍ଦିତା ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ ଏମାନେ ପରସ୍ପରର ମନକୁ ବୁଝିଛନ୍ତି। ମନର ଭାବକୁ ବୁଝିଛନ୍ତି। ମନର ଭାଷାକୁ ପଡିଛନ୍ତି। ଆଉ ସବୁଦିନ ପାଇଁ ସଂସାର ଗଢିବାକୁ ସଜେଇ ହୋଇ ବେଦୀ ଆଗରେ ବସିଛନ୍ତି।
ଭଦ୍ରକ ସହର ଉପକଣ୍ଠର ପୂଜାରୀ ସାହି ଦଧି ବାମନ ଜିଓ ମନ୍ଦିରରେ ଏମିତି ଏକ ନିଆଁରା ବାହାଘର ଅନୁଷ୍ଠିତ ହୋଇଛି। ଆଉ ସମସ୍ତେ କହୁଛନ୍ତି ନନ୍ଦିତା ମନୋଜଙ୍କ ଯୋଡ଼ି ହେବ ଏକ ନମ୍ବର। କାରଣ ସେମାନଙ୍କର ମନ ମିଶିଛି। ହୃଦୟର କଥାକୁ ଆଖିରେ ପଢିପାରୁଛନ୍ତି। ଉଭୟ ଉଭୟଙ୍କର ମନର ଭାଷାକୁ ବୁଝି ପାରୁଛନ୍ତି। ଆଉ ସଂସାର ଗଢିବାକୁ ସଜେଇ ହୋଇ ବସିଛନ୍ତି।