ଚାକିରି କରିବାକୁ ଯାଇ ଘରକୁ ଫେରିଲେ ଦୁଇ ପୁଅ । ପୁଅକୁ ନପାଇ ଭାରି ଖାଁ ଖାଁ ଲାଗୁଛି ଘର..।

ବାପା ମାଆଙ୍କ ଦୁଃ-ଖକୁ ସହି ପାରିଲେନି ଦୁଇ ପୁଅ । ପରିବାର ପ୍ରତି ପୋଷଣ ପାଇଁ ଘରୁ ବାହାରି ପଡ଼ିଥିଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ । କିନ୍ତୁ ଆଜି ବାପା ମା’ ବଞ୍ଚି ଥାଉ ଥାଉ ଗୋଟିଏ ପୁଅର ମୃ-ତ୍ୟୁ ନୁହେଁ ବରଂ ଏକାସାଙ୍ଗରେ ଦୁଇ ଦୁଇଟି ପୁଅର ମୃ-ତ୍ୟୁ କେମିତି ବା ସମ୍ଭାଳିବେ ବାପା ମା । ଦୁଇଭାଇ ସାଙ୍ଗ ହୋଇ ଦାଦନ ଖଟିବାକୁ ଯାଇଥିଲେ କିନ୍ତୁ ଆଜି ସାଙ୍ଗ ହୋଇ ଘରକୁ ଆସୁଛନ୍ତି ସିନା କିନ୍ତୁ ଶ-ବ ହୋଇ । ଆଉ ଏହାଦେଖି ମାଆ ନିଜକୁ ସମ୍ଭାଳି ପାରୁନି ପୂରା ଭା-ଙ୍ଗି ପଡ଼ିଛି । ଆଉ ବାପାଙ୍କ କଥା ତ ନକହିବା ଭଲ

ଦୁଇ ପଇସା ରୋଜଗାର କରି ଘରର ପ୍ରତିପୋ-ଷଣ କରୁଥିଲେ ବାପା ମାଙ୍କ ମୁହଁରେ ଟିକେ ଖୁସି ଦେଉଥିଲେ । କିନ୍ତୁ ଆଜି ସବୁଦିନ ପାଇଁ ବାପା ମା’ଙ୍କ ଆଖିରେ ଆଖିଏ ଲୁ-ହ ଭରିଦେଇ ଏକ ଅଫେରା ରାଇଜକୁ ଚାଲିଗଲେ ଦୁଇ ପୁଅ। ହଁ ଆଜ୍ଞା ବନ୍ଧୁଗଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଦୁଇ ଭାଇଙ୍କର ମୃ-ତ୍ୟୁ ହୋଇ ଯାଇଛି । ଜଣଙ୍କର ରାୟଗଡ଼ା ମେଡିକାଲ୍ ରେ ମୃ-ତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ମୋହନା ମେଡିକାଲ୍ ରେ ମୃ-ତ୍ୟୁ ହୋଇଛି ।

ତେବେ ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତ ମକାପତର ଗାଁରେ । ଦୁଇ ଭାଇ ଗଙ୍ଗାଧର ମାଝୀ ଓ ମହେଶ୍ୱର ମାଝୀ । ବିଶାଖାପାଟନା ନିକଟ ପାଲମଣ୍ଡ ବିଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ । ଦିନକୁ ଦିନ ସେମାନଙ୍କର ଦେହ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲା । କିନ୍ତୁ ଏହା ଦେଖି ମଧ୍ୟ ଫ୍ୟାକ୍ଟ୍ରି କତୃପକ୍ଷ ଚିକିତ୍ସା କଲେ ନାହିଁ ।

ତେଣୁ ଦିନକୁ ଦିନ ଦୁହିଁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହେବାକୁ ଲାଗିଲା । କିଛି ଉପାୟ ନପାଇ ଜଣେ ସୁପର୍ ଭାଇଜରଙ୍କ ଠାରୁ କିଛି ଟଙ୍କା ଧାର ମାଗି ଟ୍ରେନ ଯୋଗେ ଘର ଲୋକଙ୍କୁ କିଛି ନ ଜଣାଇ ଘରକୁ ଫେରିବା ବେଳେ ରାୟଗଡ଼ା ଷ୍ଟେସନରେ ଗୁରୁ-ତର ଅବସ୍ଥାରେ ବସିଥିବାର ଦେଖି ଉଭୟଙ୍କୁ ରେଳ ବିଭାଗ ପୋ-ଲିସ୍ ରାୟଗଡ଼ା ହସ୍ପିଟାଲକୁ ଆମ୍ବୁଲାନ୍ସରେ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃ-ତ୍ୟୁ ହୋଇ ଯାଇଥିବା ବେଳେ ମହେଶ୍ୱର ମାଝୀ ମଧ୍ୟ ଗୁରୁ-ତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମହେଶ୍ୱର ମାଝୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରି ମୋହନା ମେଡିକାଲ୍ ରେ ଭର୍ତି କରିଥିଲେ ଆଉ ସେଠାରେ ମଧ୍ୟ ମହେଶ୍ବରଙ୍କ ଜୀବନ ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *