“ଜଗନ୍ନାଥ ମୋ ଦୁଃଖ ଆଉ କାହାରିକୁ ନଦିଅନ୍ତୁ । ସ୍ତ୍ରୀକୁ ବହୁତ ଭଲ ପାଉଥିଲି, ସେ ମୋତେ ଛାଡି ଚାଲିଗଲା.. ” ।

ବନ୍ଧୁଗଣ ସ୍ବାର୍ଥପୂର୍ଣ୍ଣ ଆଜିର ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବା ପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପର୍କଟି ଏଭଳି ଏକ ସମ୍ପର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି । ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ନ୍ୟୁଜ ଖବରକାଗଜରୁ ଜାଣିବାକୁ ପାଇଥିବେ ନିଶ୍ଚୟ । ଆଉ ଆଜିକା ସମୟରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରୁ କେହି ଜଣେ ଯଦି ଦୁନିଆ ଛାଡ଼ି ଚାଲିଯାଏ ଅନ୍ୟକୁ ଏକା ବଞ୍ଚିବା ବହୁତ୍ କଷ୍ଟକର ହୋଇଯାଏ କାରଣ ସ୍ଵାମୀ ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ।

ଆଜି ଆମେ କହିବୁ ସେପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଯିଏ ତାଙ୍କ ସ୍ତ୍ରୀକୁ ହରେଇ ଦେଇଛନ୍ତି । ଆଉ ସେ ତାଙ୍କ ପତ୍ନୀକୁ ଜୀବନରୁ ଅଧିକ ଭଲ ପାଉଥିଲେ ତାଙ୍କ ପାଇଁ ତାଙ୍କ ସ୍ତ୍ରୀ ଥିଲା ସବୁଠାରୁ ନିଆରା । ହଁ ଆଜ୍ଞା ବନ୍ଧୁଗଣ ୧୯୮୮ ମସିହାରୁ ଚା ଦୋକାନରୁ ଆରମ୍ଭ କରିଥିଲେ ତାଙ୍କ ବେପାର । ଆଜି ପର୍ଯ୍ୟନ୍ତ ଯାହା ଭି ହେଇ ପାରିଛନ୍ତି ସବୁ ତାଙ୍କ ସଂଘର୍ଷ ପାଇଁ । ସକାଳେ ଜଳଖିଆ ଆଉ ରାତିରେ ପନିର/ ମସରୁମ୍ ରୋଲ୍ । ତାହା ଭି ଟିଫିନ୍ ୨୦ ଟଙ୍କା ଆଉ ରୋଲ ମଧ୍ୟ ୨୦ ଟଙ୍କା ମାତ୍ର ।

ଆଉ ସେହି ବ୍ୟକ୍ତି ଖାଇବା ପାଇଁ ଏତେ ଫେମସ୍ ଯେ ଖାଇବା ପାଇଁ ତାଙ୍କ ପାଖକୁ ଇଣ୍ଡିଆ ବାହାରୁ ମଧ୍ୟ ଲୋକ ଆସନ୍ତି ଏବଂ ତାଙ୍କର ବହୁତ୍ ବଡ଼ ଫ୍ୟାନ କହିକି ଖାଇବା ମଧ୍ୟ ଖାଇଥାନ୍ତି । ନିଜ ସ୍ତ୍ରୀକୁ ସେ ଦ୍ଵିତୀୟ ମାଆ ବୋଲି କୁହନ୍ତି ଆଉ ନିଜ ସ୍ତ୍ରୀ ପାଇଁ ହିଁ ସେ ଦୋକାନ ଚଳାଇଛନ୍ତି ବୋଲି ସେ କହିଛନ୍ତି । ତେବେ ସେ ହେଉଛନ୍ତି “କାନ୍ହା ଭେଜ ଫାଷ୍ଟ ଫୁଡ୍” ର ମାଲିକ କାହ୍ନା ଭାଇ । ତେବେ କାହ୍ନା ଭାଇ କହିଛନ୍ତି ଯେ ତାଙ୍କ ଦୋକାନକୁ ୩୮ ବର୍ଷ ହୋଇଗଲାଣି ।

୧୯୮୮ ମସିହାରେ ସେ ପ୍ରଥମେ ଚା ଦୋକାନ ଖଣ୍ଡେ କରିଥିଲେ ତାପରେ ବହୁତ୍ ଷ୍ଟ୍ରଗଲ କରି ଆଜି ଏଇଠି ପହଞ୍ଚିଛନ୍ତି । କିନ୍ତୁ ସେ ଆଜି ବହୁତ୍ ଦୁଃଖିତ ତାଙ୍କ ସ୍ତ୍ରୀ ପାଇଁ । କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ କାହ୍ନା ଭାଇ କହିଥିଲେ ଯେ ଭଗବାନ୍ ତାଙ୍କ ଦୁଃଖ ଆଉ କାହାକୁ ନ ଦିଅନ୍ତୁ । ଆଜି ତାଙ୍କ ପତ୍ନୀ ଜୀବିତ ଥିଲେ ଦେଖିଥାନ୍ତେ ଯେ ତାଙ୍କ ସ୍ଵାମୀ କେତେ ଆଗକୁ ବଢ଼ିଛନ୍ତି ଆଉ କେତେ ଲୋକ ତାଙ୍କୁ ଭଲ ପାଉଛନ୍ତି । ଜଗନ୍ନାଥଙ୍କ କୃପାରୁ ସେ ବହୁତ୍ ଫେମସ୍ ଅଛନ୍ତି ଆଉ ଖାଦ୍ୟ ମଧ୍ୟ ସେ ଆଗକୁ ଏପରି ଦେଇ ଚାଲିବେ ବୋଲି କାହ୍ନା ଭାଇ କହିଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଏତେ ସୁଖ ଶାନ୍ତି ଦେଇଛନ୍ତି ଯେ ସେ ତାଙ୍କୁ ନିଜର ଦ୍ଵିତୀୟ ମା ବୋଲି ଦେଖନ୍ତି । ଆଗରୁ ବହୁତ୍ ଦୁଃଖରେ ଥିଲେ ଆଉ ଜଗନ୍ନାଥଙ୍କ କୃପାରୁ ଏବେ ଭଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *