ମା ତୁ ମୋତେ କାହିଁକି ଫୋପାଡ଼ି ଦେଲୁ…କଣ ମୁଁ ଗୋଟେ ଶିଶୁ କନ୍ୟା ବୋଲି ନାଁ ମୁଁ ତୋର…।
ବୋରୱେଲ ଭିତରୁ ଉ-ଦ୍ଧାର ହୋଇଥିବା ଶିଶୁ କନ୍ୟାଟି NICO ରେ ଜୀବନ ସହ ଲଢ଼ୁଥିବା ବେଳେ ତା ମାକୁ ପ୍ରଶ୍ନ ପଚାରୁଛି ମା ମୁଁ ପାପ ଗର୍ଭ ବୋଲି ମୋତେ ଏଠାରେ ଫୋପାଡ଼ି ଦେଲୁ ନାଁ ମୁଁ ଶିଶୁ କନ୍ୟା ବୋଲି ମୋତେ ଏଠାରେ ଫୋପାଡ଼ି ଦେଲୁ। ମୁଁ ଜାଣିନି ତୁ ଏ ଖବର ଶୁଣିଛୁ ନାଁ ନାହିଁ। ମୁଁ ଜାଣିନି ମୋ ବଞ୍ଚିବାର ଖବର ତ ପାଖରେ ପହଁଚିଛି ନାଁ ନାହିଁ କିନ୍ତୁ ମୁଁ ଏତିକି ଜାଣିଛି ତୁ ଏ ଖବର ଭଲ ଭାବରେ ଶୁଣି ସାରିଛୁ ବୁଝି ସାରିଛୁ ଆଉ ଏ ଖବର କାଗଜରେ ପଡିବି ସାରିଛୁ। ସୋସିଆଲ ମିଡିଆରେ ଦେଖିବି ସାରିଛୁ।
କିନ୍ତୁ ଏତିକି ଜାଣିଛି ତ ମନ କହୁଛି ମୋତେ ଝିଅ ବୋଲି କହି କଳେଇ ନେବାକୁ କିନ୍ତୁ ମୋ ଆଖିରେ ତ ଆଖି ମିଶାଇବା ପାଇଁ ସାହସ ହେଉନି। କାରଣ ତୁ ଆଜିବି ସେଇ ପ୍ରଶ୍ନ ଘେରରେ ଉବୁଟୁବୁ ହେଉଛୁ ଯାହା ଆଜି ମୁଁ ସର୍ବ ସମୁଖରେ କହୁଛି। ସେହି ପ୍ରଶ୍ନ ଆଜି ତତେ ବାରମ୍ବାର ଆନ୍ଦୋଳିତ କରୁଛି ମୁଁ ପା-ପ ଗର୍ଭ ନାଁ ଶିଶୁ କନ୍ୟା। ଆଜିବି ତ ମନରେ ଅଛି ପୁଅ ଜନ୍ମ ହୋଇଥିଲେ ତତେ ସ୍ୱର୍ଗକୁ ସିଡ଼ି ଲଗାଇ ଦେଇଥାନ୍ତା। ଆଉ ମୁଁ ଝିଅଟିଏ ବୋଲି ପର ଘରକୁ ଚାଲିଯିବି। ନାଁ ତୋର ଆଉ କାହାର ଭୁଲ ପାଇଁ ଏମିତି ଦ-ଣ୍ଡ ମୋତେ ଦଉଛୁ।
ଯେତେବେଳେ ଯୌବ-ନରେ ଉପନୀତ ହୋଇ କ୍ଷଣିକ ସୁଖ ପାଇଁ ମୋତେ ଏତେ ବଡ଼ ଦ-ଣ୍ଡ ଦେଇଛୁ। ମନେରଖ ତୋତେ ଭଗବାନ ବି ସୁଖ ଦେବେ ନାହିଁ। କ୍ଷଣିକ ସୁଖରେ ଅନ୍ଧ ହୋଇ ଭୁଲି ଯାଇଥିଲୁ ଯେ ୯ ମାସ ପରେ ଏମିତି ଛୁଆଟିଏ ଜନ୍ମ ହେବ। ଆଉ ତୁ କଣ ସେତେବେଳେ ଭାବିଥିଲୁ ଛୁଆଟିକୁ ଜନ୍ମ କରି ଏମତି ବୋରୱେଲ ଭିତରେ ଫୋପାଡ଼ି ଦେବୁ। ଆଜି ମୋ ମନରେ ବି ସେଇ ପ୍ରଶ୍ନ ମୁଁ ପା-ପ ଗର୍ଭର ସନ୍ତାନ ନାଁ କନ୍ୟା ସନ୍ତାନ ବୋଲି ମୋତେ ଫୋପାଡ଼ି ଦେଲୁ। କିନ୍ତୁ ତୁ କେବେବି ଭାବିନଥିବୁ ଯେ ମୁଁ ପୁଣି ଥରେ ବଞ୍ଚିବି ପୁଣି ଥରେ ପୁନର୍ଜନ୍ମ ପାଇବି ଆଉ ସମସ୍ତେ ମୋ ନାଁ ଦେବେ ଭୂମିଜା।
ଥରୁଟିଏ ଭାବିଥାନ୍ତୁ ଝିଅଟିଏ ଜନ୍ମ ହେଲେ କୁଆଡେ ଭାଗ୍ୟଲକ୍ଷ୍ମୀ ସାଜି ବାପା ମାଙ୍କର ଭାଗ୍ୟ ବଦଳି ଯାଏ। କିନ୍ତୁ ତୁ ସେଇ ଅନ୍ଧ ବିଶ୍ୱାସରେ ବିଶ୍ୱାସ କଲୁ ଝିଅ ଜନ୍ମ ପର ଘରକୁ। ଥରୁଟିଏ ମୋତେ ଭାଗ୍ୟଲକ୍ଷ୍ମୀ ବୋଲି ଭାବିଲୁନାହିଁ। ସେଥିପାଇଁ ତ ମୋ ଭାଗ୍ୟକୁ ସବୁଦିନ ପାଇଁ ଜଳାଞ୍ଜଳି ଦେଇଦେଲୁ। ଆଉ ସେଥିପାଇଁ ତ ଏ ଘୃଣାର ଯଜ୍ଞରେ ମୋ ଲକ୍ଷ୍ୟ ମୋ ଭବିଷ୍ୟତକୁ ଘିଅ ଭଳି ଆହୁତି ଦେଇଦେଲୁ।
କେହି ଜାଣନ୍ତୁ କି ନଜାଣନ୍ତୁ ହେଲେ ଆଜି ମୁଁ କହିବି NICU ରୁ ମୁଁ ଭୂମିଜା କହୁଛି ମୁଁ ଅନୁଭବ କରି କରିଛି ମୋ ମାର କଅଁଳ ହାତର ସ୍ପର୍ଶ। ମୁଁ ଅନୁଭବ କରିଛି ମୋ ବାପାର ନରମ ହାତର ସ୍ପର୍ଶ। ମୁଁ ଆଜି NICU ଭିତରୁ ଭୂମିଜା କହୁଛି ପଦାକୁ ବାହାରିବାର ସମୟ ଯେତେ ପାଖକୁ ଆସୁଥାଏ ସେତେ ମୋ ପ୍ରତି ସ୍ନେହ ଶ୍ରଦ୍ଧା ଭଲପାଇବା ମୋ ବାପା ମାଙ୍କର ବଢି ଯାଉଥାଏ। ମୁଁ ଅନୁଭବ କରିଛି ଯେତେବେଳେ ମୁଁ ଚିଡିଚିଡା ହୋଇ ବିଧା ଗୋଇଁଠା ପେଟରେ ମା-ରୁଥାଏ ମୋ ମା ଖୁସି ଅନୁଭବ କରୁଥାଏ। ମୋ ବାପା ମୋ ମାର ପେଟ ଉପରେ ହାତ ମା-ରି ଦେଉଥାନ୍ତି ମୁଁ ଅନୁଭବ କରିଛି ମୋ ବାପା ମାଙ୍କର କଅଁଳ ହାତର ସ୍ପର୍ଶକୁ। ନରମ ହାତର ଆଶୀର୍ବାଦ।
କିନ୍ତୁ ଯେତେବେଳେ ମୁଁ ଗୋଡ଼ ଦେଇ ପଦାକୁ ବାହାରିଲି ଯେତେବେଳେ ଡକ୍ଟର ଘୋଷଣା କରିଦେଲେ ମୁଁ ପୁଅ ନୁହେଁ ଝିଅ ସେତିକି ବେଳେ ଏମିତି ଏକ ଘ-ଟଣା ମୋ ଜୀବନରେ ଘଟିଲା। ସାରା ଦୁନିଆ ଦେଖିବା ପୂର୍ବରୁ ବୋରୱେଲ ଭିତରେ ମୋତେ ପକାଇ ଦିଆଗଲା। ଆଉ ସେଇ ପରିତ୍ୟକ୍ତ ବୋରୱେଲର ଗ-ନ୍ଧ ମୋ କମଳ ଦେହ ସହିତ କଳ-ଙ୍କି ଲୁହାର ଘ-ର୍ଷଣ ଫଳରେ ମୋ ଶରୀର କ୍ଷ-ତାକ୍ତ ହୋଇଯାଉଥାଏ। ଆଜି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭୂମିଜା ନୂଆ ଜୀବନ ପାଇଛି ସତ କିନ୍ତୁ NICU ଭିତରୁ ପ୍ରଶ୍ନ ପଚାରୁଛି ମା ମୁଁ ପା-ପ ଗର୍ଭ ନାଁ ଶକନ୍ୟା ସନ୍ତାନ।