“ବଡି ବନେଇବା ପାଇଁ ମୁଁ ରାତି ତିନିଟାରୁ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ିକି ଆସୁଥିଲି” : ଅନିଲ ଗୋଛିକାର ।

ବିଶ୍ବରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି । ସେ କୌଣସି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା କୌଣସି ଶିଳ୍ପପତି ନିଜର ସୁରକ୍ଷା ଲାଗି ସେମାନେ ପାଖରେ ନିଜର ଅଙ୍ଗରଖୀ ବା ବଡ଼ି ଗାର୍ଡ ରଖୁଥାନ୍ତି । ସେଇଭଳି ପ୍ରଭାବଶାଳୀଙ୍କ ଭିତରେ ଯିଏ ସବୁଠାରୁ ପ୍ରଭାବଶାଳୀ ସମଗ୍ର ବିଶ୍ବର ଯିଏ ସ୍ରଷ୍ଟା ତାଙ୍କର ମଧ୍ୟ ରହିଛନ୍ତି ଅଙ୍ଗରଖୀ । ଆମେ କହୁଛୁ ଜଗତର ନାଥ ଜଗନ୍ନାଥଙ୍କ ଅଙ୍ଗରଖୀ (ବାଡ଼ଗ୍ରାହୀ) ଦଇତାପତି ସେବକ ଅନିଲ ଗୋଛିକାରଙ୍କ ବିଷୟରେ । ତେବେ ଶ୍ରୀକ୍ଷେତ୍ରରେ ବହୁତ ଥର ସେବାୟତଙ୍କୁ ନେଇ ବିଭିନ୍ନ ବିବାଦ ଦେଖାଯାଏ କିନ୍ତୁ ଏହି ଜଣେ ସେବାୟତ ଯାହାଙ୍କୁ ପ୍ରାୟ ସମୟରେ ସୋସିଆଲ ମିଡ଼ିଆରେ ପ୍ରଶଂସା କରାଯାଏ ।

କେବଳ କାର୍ଯ୍ୟ ପାଇଁ ନୁହଁ ବରଂ ନିଜର ସୁନ୍ଦର ଚେହେରା ଲାଗି ମଧ୍ୟ ପ୍ରଶଂସିତ ହୁଅନ୍ତି ଯୁବ ଦଇତାପତି ଅନିଲ ଗୋଛିକାର । ପ୍ରାୟତଃ ରଥଯାତ୍ରା ସମୟରେ ତାଙ୍କୁ ରଥ ଦଉଡ଼ି ଭିଡୁଥିବାର ଦେଖିବାକୁ ପାଇଥାଉ । ସେ ଜଗନ୍ନାଥଙ୍କ ଯେତିକି ଭକ୍ତି କରନ୍ତି ନିଜକୁ ବନେଇବାରେ ମଧ୍ୟ ସେତିକି ସମୟ ଲଗାଇ ଦିଅନ୍ତି । ତେବେ ମହାପ୍ରଭୁଙ୍କ ସେବା ଲାଗି ନିଜକୁ ନିୟୋଜିତ କରିଥିବା ଅନିଲ ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ କଥା ସମ୍ପର୍କରେ ବହୁତ୍ କିଛି କଥା ଖୁଲାସା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅନିଲ କଣ କହିଛନ୍ତି । ପ୍ରଥମେ ସୁନିଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯେତେବେଳେ ଜଣେ ତାଙ୍କୁ କଣ ବୋଲି ସମ୍ବୋଧନ କଲେ ତାଙ୍କୁ ଭଲଲାଗେ ।

ଏହାର ଉତ୍ତରରେ ଅନିଲ କହିଥିଲେ ଯେ ସେବାୟତ ବୋଲି ଯେତେବେଳେ ଜଣେ ତାଙ୍କୁ ଡାକେ । ବାହୁବଳୀ ସେବାୟତ ଲୋକମାନେ ତାଙ୍କ ନାଁ ଦେଇଛନ୍ତି ୨୦୧୮ ରଥଯାତ୍ରା ସମୟରେ । କିନ୍ତୁ ସେମାନେ ମହାପ୍ରଭୁଙ୍କ ସେବାୟତ । ଚାକର କହିଲେ ଅତ୍ୟୁକ୍ତି ହେବନାହିଁ । ସେ ନିଜର ଫିଟନେସ ଉପରେ ଟିକେ ଅଧିକ ଗୁରୁତ୍ବ ଦିଅନ୍ତି । କାହିଁକି ନା ବଡ଼ି ଫିଟ୍ ଥିଲେ ସବୁ କାର୍ଯ୍ୟ ଖୁସି ମନରେ କରିପାରିବେ । ଆଜିର ଯୁବପିଢି ଚାହୁଁଛନ୍ତି ଯେ ଫାଷ୍ଟ ଫିଟନେସ ଅର୍ଥାତ୍ ଜଲଦି କେମିତି ବଡ଼ି ବନେଇବେ ।

କିନ୍ତୁ ଅନିଲ କହିଛନ୍ତି ଯେ ତାଙ୍କ ଜେନେରେସନ୍ କିମ୍ଵା ତାଙ୍କ ପୂର୍ବପିଢ଼ି ଧର୍ଯ୍ୟ ଧରି ନିଜ ଦେହ ଓ ଫିଟନେସ ପ୍ରତି ଧ୍ୟାନ ଦେଉଥିଲେ । ଆହୁରି ସେ କହିଛନ୍ତି ଜଣେ ମରିଲେ ହିଁ ତାର ବଡ଼ି ପୂରା ହୁଏ । ଯେଉଁ ପର୍ୟ୍ୟନ୍ତ ଆପଣ ବଞ୍ଚିଛନ୍ତି ଗୋଟେ ସୁସ୍ଥ ଲାଇଫ ବଞ୍ଚନ୍ତୁ । ବଡ଼ିର ଧ୍ୟାନ ସଠିକ୍ ରୂପେ ଦେଲେ ଆପଣ ଯେକୌଣସି କାର୍ଯ୍ୟ କରୁଥାନ୍ତୁ ମାଇଣ୍ଡ ଟା ସବୁବେଳେ ଫ୍ରେସ ରହିବ । ତେବେ ସଂଘର୍ଷ ବିଷୟରେ କହିବାକୁ ଯାଇ ଅନିଲ କହିଥିଲେ ପ୍ରଥମେ ସେ ଏତେ ଟା ପରିଚିତ ନଥିଲେ । ତାଙ୍କ ବଡ଼ ଭାଇ ତାଙ୍କୁ ବଡ଼ି ବିଲ୍ଡିଂରେ ପଶେଇ ଥିଲେ ଏହା ଛଡ଼ା ଆଜି ଯାହା କିଛି ଭି ଲୋକ ତାଙ୍କୁ ଜାଣିଛନ୍ତି, ଭଲପାଇବା ଦେଉଛନ୍ତି କିମ୍ଵା ସୁନାମ ଅର୍ଜନ କରିଛନ୍ତି ସେ ସବୁ ତାଙ୍କ ବାପା ମାଆଙ୍କ ଆଶୀର୍ବାଦରୁ ।

Leave a Reply

Your email address will not be published. Required fields are marked *