ମୁଁହ ଲୁଚେଇ ଯାଉଛି ୪୦୦ କୋଟି ଟଙ୍କାର ମାଲିକ

ମୁଁହ ଲୁଚେଇ ଯାଉଛି ଟଙ୍କା ଗଦାର ମାଲିକ। କାହାରିକୁ ମୁଁହ ଦେଖାଉ ନାହିଁ। ନୂଆ ବୋହୂ ଭଳି ମୁଣ୍ଡରେ ଓଢ଼ଣା ଦେଇ ଚାଲିଯାଉଛି। ଏ ହେଉଛି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ କଳା ଟଙ୍କାର ମାଲିକ। କାଳେ କିଏ ଦେଖିଦବ ଚାରି ଶହ କୋଟିର ମାଲିକକୁ ସେଥିପାଇଁ କ୍ୟାମେରା ସାମ୍ନାକୁ ଆସୁ ନାହିଁ। ହଁ ଆଜ୍ଞା ଏ ହେଉଛି ସେହି ମଦ ଦୋକାନର ମାଲିକ। ଯାହାର ଆଲମାରୀରୁ ବାହାରିଛି ଟଙ୍କାର ପାହାଡ଼।

ବିଡ଼ା ବିଡ଼ା ନୋଟ୍ ବାହାରିଛି ଘରର ଆଲମାରୀରୁ । ଗଣି ଗଣି ହାଲିଆ ହେଇ ଗଲେଣି ତଥାପି ଟଙ୍କା ଗଣା ସରୁ ନାହିଁ। ଟିକେ ଏ ମହାଶୟଙ୍କୁ ଦେଖନ୍ତୁ, ଏ ହେଉଛି ସେହି ବିଶାଳ ଟଙ୍କା ପାହାଡ଼ର ଲୁକ୍କାୟିତ ମାଲିକ। ମଦ ଦୋକାନରେ ଥାକ ମାରି ରଖିଥିଲା ବିଡ଼ା ବିଡ଼ା ନୋଟ୍। ଆଉ ଏବେ ମୁହଁକୁ ଲୁଚାଇ ଯାଉଛି। ମୁଁହ ଟିକେ ବି ଦେଖାଉ ନାହିଁ। ଦଶ ବର୍ଷ ମଦ ବିକିଲେ ବି ଏତେ ଟଙ୍କା କମେଇ ପାରିବେ ନାହିଁ ମାଲିକ ମାନେ ।

ହେଲେ ଏ ବ୍ୟକ୍ତିଙ୍କ ଘର ଆଲମାରୀରୁ ବାହାରିଛି ଚାରି ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା।କେଉଁଠୁ ଆସିଲା ଏତେ ଟଙ୍କା ? କାହାକୁ ଦେଉଥିଲେ କାହାଠୁ ଆଣୁଥିଲେ। ନା ଏହା ପଛରେ କେଉଁ ବଡ଼ ମୁଣ୍ଡର ହାତ ରହିଛି। ଏହି ସବୁ ଟଙ୍କା ନିର୍ବାଚନରେ ଖର୍ଚ୍ଚ ହେଇଥାନ୍ତା କି ? ଏମିତି ସବୁ ପ୍ରଶ୍ନ ଏବେ ଉଙ୍କି ମାରିଛି। ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ସୁନ୍ଦରଗଡ଼, ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ ଆଉ ଚଢ଼ାଉ ।

ଜବତ ହୋଇଥିବା ଚାରି ଶହ କୋଟିର ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନ୍କମ୍ ଟେକ୍ସ ବିଭାଗର ଅନେକ ଅଧିକାରୀ। ବଲାଙ୍ଗୀର ସୁଧପଡ଼ା ମଦ ଭାଟିର ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜି ଚାଲିଛି ଇନ୍କମ୍ ଟେକ୍ସ ବିଭାଗ ।

Leave a Reply

Your email address will not be published. Required fields are marked *