“ତାର କିଛି ହେଇଗଲେ ମୋ ଛାତି କଣ ହୋଇଯାଏ । ହେଲେ ମୋ ଦେହ ଖରାପ ଥିଲାବେଳେ ସେ ପାଣି ଟୋପେ ଦେଲାନି” : କିନ୍ନର ଦେବୀକା ।

ବନ୍ଧୁଗଣ ଆଜି ଆମେ ସେମିତି ଜଣେ କିନ୍ନରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ମାଡ ଗାଳି ଖାଇ ମଧ୍ୟ ନିଜକୁ ଠିକ୍ ବୋଲି ପ୍ରମାଣିତ କରିଛନ୍ତି । ସେ ଗୋଟିଏ ପୁଅ ହୋଇ ଜନ୍ମ ହୋଇ ଥିଲେ । ହେଲେ ପରେ ସେ ଅନୁଭବ କରିଥିଲେ କି ତାଙ୍କ ଭିତରେ ଗୋଟିଏ ଝିଅର ଗୁଣ ରହିଛି । ପରେ ଦେବଦତ୍ତରୁ ଦେବୀକା ସାଜି ଯାଇଥିଲେ ସେ । ଏଥିରେ କିନ୍ତୁ ତାଙ୍କ ପରିବାର ତାଙ୍କୁ ସମର୍ଥନ କରି ନ ଥିଲେ । ଏଥିପାଇଁ ତାଙ୍କୁ ଅନେକ ମାଡ ଗାଳି ସହିବାକୁ ପଡିଛି ।

ଆଜି ସେହି ଦେବୀକାଙ୍କ ବିଷୟରେ ଆମେ କହିବାକୁ ଯାଉଛୁ । ନିକଟରେ ଏକ ସାକ୍ଷାତକାର ଦେବୀକା ନିଜର ସଂଘର୍ଷର କାହାଣୀ ବିଷୟରେ କହିଥିଲେ । ସେ କହିଛନ୍ତି ପ୍ରଥମେ ତାଙ୍କୁ ସିନ୍ଦୂର ପିନ୍ଧିବାକୁ ଭଲ ଲାଗିଥିଲା । ସେ ସିନ୍ଦୂର ଲିପଷ୍ଟିକ ଲଗାଇ ବାହାରେ ବୁଲୁଥିବା ସମୟରେ ତାଙ୍କ ବାପା ଦେଖି ଦେଇଥିଲେ ଆଉ ତାଙ୍କୁ ଖୁବ୍ ମାରିଥିଲେ । ତେବେ ଦେବୀକାଙ୍କ ଜୀବନରେ ଏମିତି କଣ ସମୟ ଅଛି ଯେଉଁଟା କି ତାଙ୍କୁ ବହୁତ୍ ବାଧିଛି ବୋଲି ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ ଯେ ଯେତେବେଳେ ତାଙ୍କ ବାପା ତାଙ୍କୁ ଘରୁ କାଢ଼ି ଦେଇଥିଲେ ।

ଆହୁରି ମଧ୍ୟ ତାଙ୍କ ବାପା କହିଥିଲେ ତୁ ମାଇଚିଆ ଜନ୍ମ ହୋଇଛୁ ଯା ସେହି ମାଇଚିଆ ମାନଙ୍କ ସହିତ ମିଶିକି ରହିବୁ । ଏମିତି କହି ଦେବୀକାଙ୍କ ବାପା ଘରୁ କାଢ଼ି ଦେଇଥିଲେ । ସେଇ ଦିନ ଠାରୁ ଦେବୀକା ଆଉ ଘରକୁ ଯାଇ ନାହାଁନ୍ତି । କିନ୍ତୁ ଦୀପାବଳୀ, ରାକ୍ଷୀ ପୂର୍ଣ୍ଣିମା ଆଦି ପର୍ବ ପର୍ବାଣୀ ଦିନ ତାଙ୍କୁ ତାଙ୍କ ଘରକଥା ବହୁତ୍ ମନେ ପଡ଼େ । ନିଜର ବାପା ମା’ ଥାଇ ମଧ୍ୟ ସେ ଅନାଥ ଭଳିଆ ରହୁଛନ୍ତି ଯେଉଁଟା ତାଙ୍କୁ ବହୁତ୍ କଷ୍ଟ ଦିଏ ବୋଲି ଦେବୀକା କହିଥିଲେ ।

ତାପରେ ସେ ଯାହାକୁ ମଧ୍ୟ ଭଲ ପାଇଥିଲେ ସେ କେବଳ ପଇସା ପାଇଁ ତାଙ୍କ ସହିତ ରହିଲା ତାପରେ ଧୋକା ଦେଇ ଚାଲିଗଲା । ସେ ଭଗବାନ୍ ଙ୍କୁ ସବୁବେଳେ ଡାକନ୍ତି ତାଙ୍କୁ ଏପରି କିନ୍ନର ଜନ୍ମ କାହିଁକି ଦେଲେ । ଯଦି ଦେଇଥାନ୍ତେ ଝିଅ କିମ୍ଵା ପୁଅ ଜନ୍ମ ଦେଇଥାନ୍ତେ । ଦେବୀକା ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଅପରେସନ କରି ଜେଣ୍ଡର ଚେଞ୍ଜ କଲେ ସେତେବେଳେ ସବୁ ଲୋକଙ୍କ ମୁହଁ ଚୁପ୍ ହୋଇଗଲା । ତେବେ କିନ୍ନର ଜନ୍ମ ବହୁତ୍ କଷ୍ଟ ହୋଇଥାଏ । ତେଣୁ ସେ ସବୁ ବପା ମା ମାନଙ୍କୁ ଅନୁରୋଧ ମଧ୍ୟ କରିଥିଲେ ଯେ ଯଦି କାହାର ପିଲା କିନ୍ନର ଜନ୍ମ ହେଉଛି ତେବେ ତାକୁ ଘରୁ ନକାଢ଼ି ଦେଇ ସପୋର୍ଟ କରନ୍ତୁ ବୋଲି ।

Leave a Reply

Your email address will not be published. Required fields are marked *