ବିଶ୍ୱକପରେ ଭାରତ ସିନା ହାରିଗଲା ହେଲେ ପ୍ରଚୁର ଲାଭ କଲା, ଏତେ ଟଙ୍କା ଲାଭ କଲା ଯେ ସବୁ ଦେଶ ଭାରତ ଉପରେ ଜଳୁଛି।

ବିଶ୍ୱକପରେ ଭାରତ ସିନା ହାରିଗଲା ହେଲେ ପ୍ରଚୁର ଲାଭ କଲା, ଏତେ ଟଙ୍କା ଲାଭ କଲା ଯେ ସବୁ ଦେଶ ଭାରତ ଉପରେ ଜଳୁଛନ୍ତି। ଯେତିକି ରୋଜଗାର କରେ ତାଠାରୁ ୨୨ ହଜାର କୋଟି ଅଧିକ ପାଇଲା। ଅକ୍ଟୋବର ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହୋଇଥିଲା ବିଶ୍ୱକପ। ଭଲରେ ଭଲରେ ବିଶ୍ୱକପର ସମାପ୍ତ ମଧ୍ୟ ହୋଇଯାଇଛି ହେଲେ ଦୀର୍ଘ ୨୦ ଦିନ ପରେ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ସୂଚନା। ଯାହାକୁ ଶୁଣିବା ପରେ ଅନ୍ୟ ଦେଶ ମାନେ ଭାରତ ଉପରେ ଜଳିବାକୁ ଆରମ୍ଭ କରିଛନ୍ତି।

ହଁ ଆଜ୍ଞା ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିଲା ଯେଉଁଥିରେ ଭାରତ ମାତ୍ର ୨୦୪୧ ରନର ବିଜୟ ଲକ୍ଷ ଅଷ୍ଟ୍ରେଲିଆକୁ ଦେଇଥିଲା। ହେଲେ ଅଷ୍ଟ୍ରେଲିଆ ୬ ୱକେଟରେ ବିଶ୍ୱକପ ଟାଇଟେଲକୁ ଅଗତିଆର କରିନେଇଥିଲା। କିନ୍ତୁ ଭାରତ ସିନା ବିଶ୍ୱକପ ହାରିଗଲା ହେଲେ ୨୨ ହଜାର କୋଟିର ଇକୋନୋମିର ଲାଭ ପାଇଲା। ଯେଉଁଥି ପାଇଁ ଭାରତ ଉପରେ ଅନ୍ୟ ଦେଶ ମାନେ ଜଳୁଛନ୍ତି।

ବିଶ୍ୱକପରେ ଟ୍ରାଭେଲ ଏବଂ ହସ୍ପିଟାଲିଟିରେ ସବୁଠାରୁ ଅଧିକ ରୋଜଗାର ହୋଇଛି। ଯଦି ଦେଖିବା ଭାରତରେ ପ୍ରତିଟି ଷ୍ଟାଡିୟମରେ ଖଚାଖଚ ଭିଡ଼ ଜମିଥିଲା। କେଉଁ ଗୋଟିଏ ମ୍ୟାଚରେ ବି ଖାଲି ପଡିନଥିଲା ଷ୍ଟାଡିୟମ। ହଜାର ହଜାର ଟଙ୍କାରେ କ୍ରିକେଟ ଟିକଟ କିଣିଛନ୍ତି କ୍ରିକେଟ ପ୍ରେମୀ। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ ରାଜ୍ୟ ଭିତରେ ଲକ୍ଷ ଲକ୍ଷ ଦର୍ଶକ କ୍ରିକେଟ ଦେଖିବା ପାଇଁ ଆସିଛନ୍ତି। ଅନ୍ୟ ଦେଶ ମାନଙ୍କରୁ ମଧ୍ୟ ହଜାର ହଜାର ଦର୍ଶକ ଭାରତକୁ ଆସି କ୍ରିକେଟ ଖେଳର ମଜା ଉଠାଇଛନ୍ତି। ଏହା ସହ ଚାରିଆଡେ ବୁଲିଛନ୍ତି ଭାରତୀୟ ଖାଦ୍ୟକୁ ମଧ୍ୟ ଉପଭୋଗ କରିଛନ୍ତି।

ଆଉ ସେଥିପାଇଁ ବିଶ୍ୱକପ ସମୟରେ ବିମାନର ଭଡା ହଟେଲ ଭଡା ସବୁ ଦୁଇଗୁଣା ରେଟ ବଢିଯାଇଥିଲା। ଯାହାର ଲାଭ ଏବେ ଭାରତୀୟ ଅର୍ଥନୀତି ଉପରେ ପଡିଛି। ସେଥିପାଇଁ ଭାରତକୁ ଲାଭ ହୋଇଛି ୨୨ ହଜାର କୋଟି ଟଙ୍କା।ଭାରତ ହେଉଛି କ୍ରିକେଟକୁ ଭଲପାଉଥିବା ଦେଶ। କ୍ରିକେଟର ମାନଙ୍କୁ ଖୋଜା କରନ୍ତି ସବୁ ଭାରତୀୟ। ଭାରତୀୟ ଲୋକଙ୍କ ପାଇଁ କ୍ରିକେଟ ରକ୍ତର ରହିଛି। ସେଥିପାଇଁ ବିଶ୍ୱକପରେ ଏତେ ପରିମାଣରେ ଟଙ୍କା ରୋଜଗାର କରିଛି ଭାରତ।

ପ୍ରତିବର୍ଷ ଭାରତ ଇକୋନୋମିରେ ଯେତିକି ରହିଥାଏ ତାଠାରୁ ୨୨ ହଜାର କୋଟି ଟଙ୍କା ଅଧିକ ଲାଭ ପାଇଛି ୨୦୨୩ ରେ। ଯଦି ବିଶ୍ୱକପ ଅନ୍ୟ କୌଣସି ଦେଶରେ ହୋଇଥାନ୍ତା ତାହେଲେ ସେହି ଦେଶ ଇକୋନୋମିରେ ଏତେ ଲାଭପ୍ରଦ ହୋଇନଥାନ୍ତା। କାରଣ ଭାରତ ଭଳି କ୍ରିକେଟ ପ୍ରେମୀ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳନ୍ତି ନାହିଁ।

Leave a Reply

Your email address will not be published. Required fields are marked *