ମୁଁ ଏହି ଅବସ୍ଥାରେ ବି IAS ଅଫିସର ହେବି… ମୋତେ ନ୍ୟାୟ ଦିଅ, ମୋ ସ୍ୱାମୀକୁ ଦ-ଣ୍ଡ ମିଳୁ।

କାନ୍ଥରୁ ଲିଭିନି ବିବାହର ଚିତା କିନ୍ତୁ ନବବଧୁ ରଶ୍ମିତାର ସବୁକିଛି ସରିଯାଇଛି। ସ୍ୱାମୀ ରଶ୍ମିତା ସହ ଯାହା କରିଛନ୍ତି ତାହାକୁ ଜାଣିଲେ ଆପଣ ବି ଲୋମ ମୂଳ ଟାଙ୍କୁରି ଉଠିବ। ଆଉ ପାଦ ତଳୁ ମାଟି ଖସିଯିବ।ହଁ ଆଜ୍ଞା ସ୍ୱାମୀ ରଶ୍ମିତା ଦେହରେ କିରୋସିନ ଢାଳି ପୋଡି ଦେଇଛନ୍ତି। ଆଉ ରଶ୍ମିତାର ଶରୀରର ୮୦% ପୋଡି ହୋଇଯାଇଛି। ତଥାପି ଜୀବନ ଯୁ-ଦ୍ଧରେ ହାର ମାନିନାହାନ୍ତି ରଶ୍ମିତା। କଷ୍ଟ ଯନ୍ତ୍ରଣା ଭିତରେ ଡାକ୍ତରଖାନା ବେଡ଼ରେ ରହି ଚିକିତ୍ସିତ ହେଉଛନ୍ତି। ଆଉ ତାହାରି ଭିତରେ IAS ଅଫିସର ହେବାର ସ୍ୱପ୍ନକୁ ପୂରଣ କରିବାକୁ ପଣ ନେଇଛନ୍ତି।

ହଁ ଆଜ୍ଞା ବନ୍ଧୁଗଣ ଟିକେ ଦେଖନ୍ତୁ ଏଇ ଦୁଇଟି ଫୋଟକୁ ୬ ମାସ ପୂର୍ବରୁ ରଶ୍ମିତା ଥିଲେ ଏଭଳି। ଆଉ ୬ ମାସ ପରେ ରଶ୍ମିତା ଏଭଳି ହୋଇଯାଇଛନ୍ତି ତାଙ୍କ ଚେହେରା ଦେଖିଲା ବେଳକୁ ଦୁଃ-ଖ ଲାଗୁଛି। କାନ୍ଥରେ ଲେଖା ହୋଇଛି ରଶ୍ମିତା ସହିତ ରାମଚନ୍ଦ୍ର ଏଇ ୨୦୧୫ରେ ଧୂମଧାମରେ ବାହାଘର ହୋଇଥିଲା। କେତେ ଖୁସିରେ ଶାଶୂଘରକୁ ଯାଇଥିଲେ ରଶ୍ମିତା କାନ୍ଥରୁ ଲିଭିନି ନାଁ ଲିଭି ନାହିଁ ତାରିଖ କିନ୍ତୁ ଲିଭି ଯାଇଛି ରଶ୍ମିତାଙ୍କ ସବୁ ସ୍ୱପ୍ନ। ବାହା ହୋଇ ଶାଶୂଘରକୁ ଆସିବା ବେଳେ ରଶ୍ମିତା ଦେଖିଥିଲେ କେତେ କଣ ସ୍ୱପ୍ନ। ନୂଆ ଜୀବନ ଆରମ୍ଭ କରିବେ, ସ୍ୱାମୀ ଶାଶୂ ଶଶୁର ସହିତ ସୁନାର ସଂସାର କରିବେ ସେ ସବୁ ସ୍ୱପ୍ନ ଏବେ ଦିବା ସ୍ୱପ୍ନ ଭଳି ମୌଳି ଯାଇଛି।

ରଶ୍ମିତାଙ୍କ ମୁହଁରୁ ସବୁଦିନ ପାଇଁ ଲିଭାଇ ଦେଲେ ସ୍ୱାମୀ ଓ ଶାଶୂ ଘର ଲୋକେ। ଯାହାର ହାତ ଧରି ବାପ ଘର ଏରୁଣ୍ଡି ଡେଇଁ ଏକାକୀ ସ୍ୱାମୀ ସହିତ ଚାଲି ଆସିଥିଲା ନିବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସେଇ ସ୍ୱାମୀ ପାଇଁ ଗତ ୬ ମାସ ହେବ ପୋଡା ଶରୀରକୁ ନେଇ କଷ୍ଟ ଯନ୍ତ୍ର-ଣାରେ ଛଟପଟ ହୋଇ ଡାକ୍ତରଖାନା ବେଡ଼ରେ ପଡି ରହିଛନ୍ତି ରଶ୍ମିତା। ବେଦୀ ଉପରେ ଯେଉଁ ହାତରେ ପଡିଥିଲା ରଶ୍ମିତାଙ୍କର ହାତ ଗଣ୍ଠି ସେଇ ହାତରେ ସ୍ୱାମୀ ଢାଳିଦେଲା କିରୋସିନ। ଆଉ ଦେଢଶୁର ଲଗାଇଦେଲା ରଶ୍ମିତାଙ୍କ ଶରୀରରେ ନି-ଆଁ।

ଏହି ଘଟ-ଣାଟି ହେଉଛି ରାୟଗଡା ଜିଲ୍ଲା ପଦ୍ମପୁରର ବହୁ ଚର୍ଚ୍ଚିତ ନି-ଆଁରେ ପଡି ହୋଇଥିବା ବଧୂହ-ତ୍ୟା ମାମ-ଲା। ଯେଉଁଥିରେ ରଶ୍ମିତାର ୮୦% ଭାଗ ପୋଡି ହୋଇଯାଇଛି। ରାୟଗଡା ଜିଲ୍ଲା ଗୁଣପୁର ପୌଡ଼ ପରିଷଦ ଜଗନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ୱର ପାଣିଗ୍ରାହୀ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଆଉ ଦୁଇ ଝିଅ। ବଡ଼ ଝିଅ ହେଉଛନ୍ତି ରଶ୍ମିତା। ରଶ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି MAC। ତେବେ ଉଚ୍ଚ ଶିକ୍ଷିତା ଝିଅ ରଶ୍ମିତା ୨୦୧୫ ମସିହାରେ ପଦ୍ମପୁର ଅଞ୍ଚଳର ରାମଚନ୍ଦ୍ର ପାଢ଼ୀଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ହେଲେ ୨ ବର୍ଷ ପରେ ଶାଶୂଘର ଲୋକଙ୍କ ପକ୍ଷରୁ ନିର୍ଯ୍ୟା-ତନା ଆରମ୍ଭ ହୋଇଥିଲା। ଆଉ ଏଇ ନିର୍ଯ୍ୟା-ତନା ୨୦୨୨ ମସିହାରେ ଉଗ୍ରରୂପ ଧାରଣ କରିଥିଲା।

ଶାଶୂଘର ଲୋକେ ରଶ୍ମିତାଙ୍କ ଉପରେ କିରୋସିନ ଢାଳି ନି-ଆଁ ଲଗାଇ ଦେଇଥିବା ଅଭିଯୋଗ କରିଥିଲେ ରଶ୍ମିତାଙ୍କ ପରିବାର ଲୋକେ। ମାରେ ମୋତେ କ୍ଷମା କରିଦେବୁ। ଭୁଲ ହୋଇଗଲା ଗୋଟେ ଭୁଲ ଲୋକଙ୍କ ହାତରେ ହାତରେ ମୋ ଝିଅକୁ ଦେଇଦେଲି। ଆଖିର ଲୁହକୁ କାନିରେ ମା କହୁଛି ଏ ଯନ୍ତ୍ରଣା ଏ ଦୁଃଖ ସହି ହେଉନି କି କାହାକୁ କହି ହେଉନି। ସତରେ କଣ କରିଦେଛନ୍ତି ରଶ୍ମିତାଙ୍କୁ। ଏହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

ରଶ୍ମିତା କଣ ଥିଲେ ଆଜି କଣ ହୋଇଯାଇଛନ୍ତି। ଡାକ୍ତଖାନା ବେଡ଼ରେ ପଡି ଏ ରଶ୍ମିତାଙ୍କୁ ଆଉ ଚିନ୍ହି ହେଉନି। କିରୋସିନ ଢାଳି ରଶ୍ମିତାଙ୍କ ରୂପ ଯୌବନକୁ ସବୁକିଛି ସାରି ଦେଇଛନ୍ତି ସ୍ୱାମୀ। ରଶ୍ମିତାଙ୍କ ଜୀବନ ତ ବଞ୍ଚି ଯାଇଛି ହେଲେ ଟିକେ ଚିନ୍ତା କରନ୍ତୁ ଶରୀରର ୮୦% ଭାଗ ପୋଡି ଯାଇଛି ସେ ଝିଅର ଅବସ୍ଥା ଏବେ କଣ ଥିବ। କେମିତି ବସୁଥିବ କେମିତି ଖାଉଥିବ ଆଉ କେମିତି ଶୋଉଥିବ। ଏତେ କଷ୍ଟ ପରେ ବି ରଶ୍ମିତା ଭାବିଥିଲେ ତାଙ୍କୁ ନ୍ୟା-ୟ ମିଳିବ ସେହି ଆଶାରେ ଆଜିବି ସ-ଙ୍ଘର୍ଷ କରୁଛନ୍ତି କିନ୍ତୁ ରଶ୍ମିତାଙ୍କ ଅପ-ରାଧୀ ଆଜିବି ବେଶ ଆରାମରେ ବୁଲୁଛନ୍ତି।ରଶ୍ମିତା ଆମ୍ବୁଲାନ୍ସ ଯୋଗେ ଗୁଣପୁରରୁ ଆସି ବ-ୟାନ ଦେବାକୁ ଏକ ଷ୍ଟେଚର ଯୋଗେ ବିଚାରପତିଙ୍କ ନିକଟକୁ ଯାଇଥିଲେ। ଆଉ ସେଠାରେ ତାଙ୍କର ବ-ୟାନ ରେ-କର୍ଡ କରାଯାଇଛି। ମାନ୍ୟବର ଅଦାଲତ କି ରାୟ ଦେଉଛନ୍ତି ତାକୁ ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *