ବଙ୍ଗାଳୀ ଝିଅ କହିଲା ମିଛ, ପୋଲିସ୍ ଆଗରେ ସବୁ ସତ ମାନିଗଲା
ବଙ୍ଗାଳୀ ଯୁବତୀ ଅର୍ଥାତ୍ ରୁମା ମ୍ୟାରିୟମ୍। ସେ ମିଛ କହିଥିଲେ ବୋଲି ଏବେ ଧରା ପଡ଼ିଯାଇଛନ୍ତି। ସେ ବାଂଲାଦେଶରୁ ଓଡ଼ିଶା ଆସି ସିଧା ବାଲେଶ୍ଵର ଜିଲ୍ଲାରେ ପହଞ୍ଚିଥିଲେ। ଆଉ ଥାନରେ ଅଭିଯୋଗ ଦେଇଥିଲେ।ରୁମା ମ୍ୟାରିୟମ୍ କହୁଥିଲେ ଯେ ସେ କୁଆଡ଼େ ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ବିବାହ କରିଛନ୍ତି। ଆଉ ସେମାନେ ଏକାଠି ଅନେକ ଦିନ ରହିଛନ୍ତି। ହୁଏତ ବିରେନ୍ଦ୍ର ରୁମାଙ୍କୁ ଭଲ ପାଇ ପାରନ୍ତି। ହୁଏତ ବିରେନ୍ଦ୍ର ରୁମାଙ୍କ ସହ ଅନେକ ବର୍ଷ ରହି ଥାଇ ପାରନ୍ତି। କିନ୍ତୁ ସେ ବିବାହ ହୋଇ ନାହାଁନ୍ତି ବୋଲି ଖୋଦ୍ ରୁମା କହିଛନ୍ତି। ପୂର୍ବରୁ ରୁମା କହୁଥିଲେ ଯେ ସେ ବିରେନ୍ଦ୍ରଙ୍କୁ ବିବାହ ହୋଇଛନ୍ତି।
କିନ୍ତୁ ଏବେ ପୁଣି ରୁମା କହୁଛନ୍ତି ସେ ବିରେନ୍ଦ୍ରଙ୍କୁ ବିବାହ ହୋଇ ନାହାଁନ୍ତି। ବରଂ ସେ ହେଉଛନ୍ତି ଖାଲି ତାଙ୍କ ପ୍ରେମିକ। ଏବେ କୁଆଡ଼େ ଏମିତି କିଛି ସାମ୍ନାକୁ ଆସିଛି। ଗତକାଲି ରାତିରେ କମର୍ଦ୍ଦା ଥାନାରେ ରୁମା ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ସେହି ଅଭିଯୋଗ ପତ୍ରରେ ଲେଖା ହୋଇଛି ଯେ ବିରେନ୍ଦ୍ର ହେଉଛନ୍ତି କୁଆଡ଼େ ତାଙ୍କ ପ୍ରେମିକ। ସେ ବିରେନ୍ଦ୍ରଙ୍କୁ ବିବାହ ହୋଇ ନାହାଁନ୍ତି। ତେବେ ଏଭଳି କିଛି ସାମ୍ନାକୁ ଆସିବା ପରେ ପ୍ରେମିକା ରୁମାଙ୍କର କିଛି ପ୍ରତିକ୍ରିୟା ମିଳି ପାରିନାହିଁ।
ଦୀର୍ଘ ପାଞ୍ଚ ଦିନ ହବ ରୁମା ମ୍ୟାରିୟମ୍ ଓଡ଼ିଶାରେ ଅଛନ୍ତି।ଆଉ ସେ ତାଙ୍କ ପ୍ରେମକୁ ପାଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି। ଏପଟେ ବିରେନ୍ଦ୍ରଙ୍କ ଧର୍ମପତ୍ନୀ କୁଆଡ଼େ ତାଙ୍କ ବାପଘରକୁ ଚାଲି ଯାଇଥିବା ଦେଖା ଦେଇଛି। ତେବେ ଏହାରି ଭିତରେ ବିରେନ୍ଦ୍ରଙ୍କ ପ୍ରେମ ତାଜା ହେବାରେ ଦେଖା ଦେଇଛି। କମର୍ଦ୍ଦା ଥାନା ପୋଲିସରେ ଅଭିଯୋଗ ଦେବା ପରେ ରୁମା ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇଛି। ଆଉ ବିଭିନ୍ନ ଦିଗକୁ ପୋଲିସ ଏବେ ତଦନ୍ତ କରୁଛନ୍ତି।
ତେବେ ପୂର୍ବରୁ ରୁମା ବିରେନ୍ଦ୍ରଙ୍କୁ ବିବାହ କରିଛନ୍ତି ବୋଲି କହୁଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ତେଣୁ ପୋଲିସ ଆଗରେ ଯେଉଁ ଲିଖିତ ଅଭିଯୋଗ ଦେଇଛନ୍ତି ବିରେନ୍ଦ୍ର କୁଆଡ଼େ ତାଙ୍କ ପ୍ରେମିକ ବୋଲି ଉଲ୍ଲେଖ କରିଛନ୍ତି। ତେବେ ବିରେନ୍ଦ୍ର ରୁମାଙ୍କୁ ବିବାହ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହେଇ ନାହିଁ।