ଶ-ବ ଗୃହରେ ଥିଲା ବାପାର ଶ-ବ। ପକେଟରେ ରିଙ୍ଗ ହେଲା ଫୋନ।

ବାପାଙ୍କ ପକେଟରେ ରିଙ୍ଗ ହେଉଥିଲା ଫୋନ… ପୋ-ଲିସ ରିସିଭ କରି କହିଲେ….ତୁମ ବାପା ଆଉ ନାହାନ୍ତି ତାପରେ…।ସବୁ ଗୃହରେ ଥିଲା ବାପାର ଶ-ବ। ପକେଟରେ ରିଙ୍ଗ ହେଉଥିଲା ଫୋନ। ବାରମ୍ବାର ଫୋନ ରିଙ୍ଗ ହେବା ପରେ ମଧ୍ୟ କେହି ହେଲେ ରିସିଭ କରିନଥିଲେ। ଅନେକ ସମୟର ଚେଷ୍ଟା ପରେ ଫୋନ ରିସିଭ ହୋଇଥିଲା। ଖୁସିରେ ଝିଅ କହିଲା ବାପା ତୁମେ କେତେବେଳେ ଆସିବ? ହେଲେ ସେପଟରୁ କେହି ଜଣେ ଗମ୍ଭୀର ସ୍ୱରରେ କହିଲେ ମୁଁ ରେଳବାଇ ପୋଲିସ କହୁଛି ଆପଣ ଯାହାକୁ କଲ କରିଛନ୍ତି ସେ ଆଉ ଏ ଦୁନିଆରେ ନାହାଁନ୍ତି। ବାସ ତାପରେ ଯେମିତି ହସଖୁସିର ପରିବାର ଉପରେ ମାଡି ବସିଥିଲା ଦୁଃ-ଖର ପାହାଡ଼ ବାଦଲ। ବାପାଙ୍କୁ ତ ଦେଖିପାରିଲେନି ହେଲେ ଶେଷ ଥର ପାଇଁ ବାପାଙ୍କର ମୃ-ତ ଶରୀରକୁ ଦର୍ଶନ କରିବା ପାଇଁ ଆକୁଳ ହୋଇପଡିଥିଲେ ପରିବାର ଲୋକେ।

ମାତ୍ର ଅନେକ ଚେଷ୍ଟା ପରେ ମଧ୍ୟ ପରିବାର ଲୋକେ ମୃ-ତ ଦେହକୁ ଫେରାଇ ଆଣିପାରିନଥିଲେ। ବାଧ୍ୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ତ ହେବା ପରେ ଏ ହେଉଛି ତାର କରୁଣ ଦୃ-ଶ୍ୟ। ଝିଅଟି କା-ନ୍ଦି କା-ନ୍ଦି କହୁଛି ଆମ ଘରେ କେହିବି ନାହାନ୍ତି ଆମକୁ ଆମ ବାପା ଦରକାର। ସାର ଟିକେ ଦୟା କରି ମୋ ବାପାଙ୍କୁ ଯେମିତି ହେଲେ ଫେରାଇ ଆଣନ୍ତୁ। ବାପାଙ୍କୁ ଟିକେ ଆଖି ପୁରେଇ ଦେଖିବୁ। ସେ ଗତ ସୋମବାର ଦିନ ଶେଷ ଥର ପାଇଁ କଲ କରିଥିଲେ ଆଉ କହିଥିଲେ ମୁଁ ଶୀଘ୍ର ଯାଇ ଘରେ ପହଂଚିବି। ହେଲେ ମୋ ବାପା ଠକି ଦେଲେ। ଆସିବେ ବୋଲି କହି ଏହାରି ଭିତରେ ୩ ଦିନ ବିତିଗଲାଣି। ହେଲେ ସେ ଏଯାଏଁ ବି ଘରକୁ ଆସୁନାହାନ୍ତି। ତାଙ୍କୁ ଆମ ପାଖକୁ ଫେରାଇ ଆଣନ୍ତୁ ବାବୁ ଆମ ଉପରେ ଟିକେ ଦୟା କରନ୍ତୁ। ଏମିତି କହି ବାହୁନି ବାହୁନି କାନ୍ଦୁଛି କୁନି ଝିଅଟିଏ। ଆଖିରେ ବହି ଯାଉଛି ଅଜସ୍ର ଲୁହ। ରାହା ଧରି କାନ୍ଦୁଛି ଆଉ ରାହା ଧରି ଗୋଟିଏ କଥା କହୁଛି ଯେମିତିବି ହେଉ ମୋ ବାପାଙ୍କୁ ଫେରାଇ ଆଣନ୍ତୁ। କୁନି ଝିଅଟି ଏମିତି କିଛି ଆକୁଳ ନିବେଦନ କରୁଛି ଜିଲାପାଳଙ୍କୁ।

ଖାଲି ଝିଅଟିଏ କାନ୍ଦୁନାହିଁ କା-ନ୍ଦୁଛି ପୁରା ପରିବାର। ଛୋଟ ଛୋଟ ଭାଇ ଭଉଣୀମାନେ କିଛି ବୁଝି ପାରୁନାହାନ୍ତି ସତ ହେଲେ ବଡ଼ ଭଉଣୀ ଏବଂ ମାର କା-ନ୍ଦ ଦେଖି ସେ ନିଜକୁ ବି ସମ୍ଭାଳି ପାରୁନାହାନ୍ତି ଭୋ ଭୋ ହୋଇ କା-ନ୍ଦି ଚାଲିଛନ୍ତି। ଘରର ମୁରବି ତାଙ୍କ ବାପା ଚାଲିଗଲା ପରେପୁରା ପରିବାର ଆଜି ଯେମିତି ବେସାହାରା ହୋଇଯାଇଛି। କାନ୍ଦ ବୋବାଳିରେ ଆଜି ଫାଟି ପଡୁଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର।

ହଁ ବନ୍ଧୁଗଣ ଘରର ଅଭାବ ଅନଟନ ପାଇଁ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରୀଢ଼ିଆ ଥା-ନା କୁକୁରିଢ଼ି ଗାଁର ସୁରେଶ ନାରଙ୍ଗ ଆଜକୁ ୫ ମାସ ହେବ ୬ ଛୁଆ ସ୍ତ୍ରୀଙ୍କୁ ଛାଡି ଦାଦନ ଖଟିବାଜୁ ଗୋଆ ଯାଇଥିଲେ। କାମ ସାରି ଘରକୁ ଫେରୁଥିଲେ। ସେ ଗୋଆରୁ ବିଜୟାଡା ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ଆଉ ଏକ ଟ୍ରେନ ବଦଳାଇ ଓଡିଶାକୁ ଫେରୁଥିବା ବେଳେ ଗୁଣ୍ଡୁରୀ ଷ୍ଟେସନରେ ହଠାତ ତାଙ୍କ ଗୋଡ଼ ଟ୍ରେନରୁ ଖସି ଯାଇଥିଲା ଆଉ ସିଧା ଯାଇ ଟ୍ରେନ ଚକା ତଳେ ପଡିଯାଇଥିଲେ ସୁରେଶ କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ତାଙ୍କୁ ଉ-ଦ୍ଧାର କରାଯାଇ ପାରିନଥିଲା ଆଉ ଟ୍ରେନ ଚକା ତଳେ ଛଟପଟ ହୋଇ ଚାଲିଯାଇଥିଲା ସୁରେଶଙ୍କ ଜୀବନ।

ମାତ୍ର ପକେଟରେ ରହିଥିବା ସୁରେଶଙ୍କ ଫୋନର କୌଣସି ବି କ୍ଷ-ତି ହୋଇନଥିଲା। ଅନେକ ସମୟ ଧରି ସୁରେଶଙ୍କର କୌଣସି ପତା ନମିଳିବାରୁ ବାରମ୍ବାର ପରିବାର ଲୋକେ କଲ କରିଥିଲେ। ଅନେକ ସମୟ ଧରି ଫୋନଟି ପକେଟରେ ରିଙ୍ଗ ହେବା ପରେ ରେଳବାଇ ଫୋନ ପକେଟରୁ ବାହାର କରି ରିସିଭ କରି ଜଣାଇ ଥିଲେ ଯେ ଟ୍ରେନ ଚକା ତଳେ ପଡି ସୁରେଶଙ୍କ ଜୀବନ ଚାଲିଯାଇଛି।

ଏ ଖବର ପାଇବା ପରେ ପୁରା ପରିବାର ଯେମିତି ଦୁଃ-ଖରେ ଭାଙ୍ଗି ପଡିଥିଲା। ଗରିବ ଏବଂ ଅଭାବୀ ପରିବାର ହୋଇଥିବା ବେଳେ ପରିବାର ଲୋକଙ୍କ ପାଖରେ ସୁରେଶଙ୍କୁ ଓଡିଶାକୁ ଫେରାଇ ଆଣିବାକୁ ସକ୍ଷମ ନଥିଲେ। ସେଥିପାଇଁ ସୁରେଶଙ୍କ ସ୍ତ୍ରୀ ପିଲାମାନଙ୍କୁ ଧର ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ସ୍ବାମୀଙ୍କ ଶ-ବକୁ ଫେରାଇ ଆଣିବା ପାଇଁ ଜିଲାପାଳଙ୍କୁ ହାତ ଯୋଡି ଗୁହାରି କରୁଛନ୍ତି।

ଏ ଦୃ-ଶ୍ୟକୁ ଦେଖିବା ପରେ ଜିଲାପାଳ ବି ନିଜ ଛାତିର କୋହକୁ ସମ୍ଭାଳି ପାରିନଥିଲେ ଜିଲାପାଳଙ୍କ ଆଗରେ ଝିଅଟି ଏଭଳି କା-ନ୍ଦି କା-ନ୍ଦି ଗୁହାରି କରିବା ଘ-ଟଣା ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ ଭାବ ବିହୁଳ ହୋଇପଡିଥିଲେ। ଝିଅଟିର ଏଭଳି କରୁଣ କାନ୍ଦ ଦେଖି ଜିଲାପାଳଙ୍କ ହୃଦୟ ତରଳି ଯାଇଥିଲା। ଜିଲାପାଳଙ୍କ ନିର୍ଦେଶ କର୍ମେ ସମ ବିଭାଗର ଅଧିକାରୀମାନେ କିଭଳି ତାଙ୍କ ଶ-ବକୁ ଘରକୁ ଅଣାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *