କିନ୍ନର ଦେବିକାଙ୍କ ଦୁଃଖ କାହାଣୀ,ପେଟର ଭୋକ ପାଇଁ ମୁଁ ଦେହ ବିକିଛି
ପ୍ରଥମେ ପ୍ରଥମେ ସେ ପୁଅ ଥିଲେ। ଭଗବାନ୍ ତାଙ୍କୁ ପୁଅ ପରି ଗଢ଼ିଥିଲେ। କିନ୍ତୁ ତାଙ୍କୁ ଅନୁଭବ ଝିଅ ପରି ହେଉଥିଲା। ଘର ଲୋକ ସାଥ୍ ଦେଲେନି ତାଙ୍କୁ ଘରୁ କାଢ଼ି ଦେଲେ। ଆଉ ସେତିକିରେ ବି ତାଙ୍କ ଭାଗ୍ୟ ତାଙ୍କୁ ସାଥ୍ ଦେଉ ନ ଥିଲା। ଯେ ସେ ପ୍ରେମରେ ମଧ୍ୟ ଧୋକା ଖାଇଲେ। ସେପଟେ ଗୋଟେ କିନ୍ନର ଭାବେ ଜୀବନ ବଞ୍ଚୁଥିବା ବେଳେ ଏପଟେ ପ୍ରେମରେ ମଧ୍ୟ ଧୋକା ଖାଇବା କେତେ କଷ୍ଟ ଥିଲା। ଆଜି ସେ ଦେବଦତ୍ତରୁ ଦେବୀକା ସାଜିଛନ୍ତି।
ଆସନ୍ତୁ କଥା ହେବା ଦେବୀକା ମ୍ୟାଡାମଙ୍କ ସହିତ। କି ଲାଇଫ ତାଙ୍କର କଉଁଠୁ ଆରମ୍ଭ ହୋଇଥଲା। କଣ ସିଏ ବି ସେକ୍ସ ୱର୍କରେ ନିଜକୁ ନିବେଶିତ କରିଥିଲେ କି। ପଇସା ରଜୋଗାର କରିବା ପାଇଁ ଭିକ୍ଷାବୃତ୍ତି ମଧ୍ୟ କରିଥିଲେ କି। ମୁଁ ଦେବୀକା। ବହୁତ୍ କିଛି ଅଛି ଯାହାକି ମୋ ଲାଇଫରେ ଘଟି ଯାଇଛି। ମୋ ଲାଇଫରେ ବହୁତ୍ ଦୁଃଖ କଷ୍ଟ ଅଛି। ଯେହେତୁ ମୁଁ ଛୋଟ ବେଳୁ ଝିଅପିଲା ମାନଙ୍କ ଡ୍ରେସ୍ ପିନ୍ଧିବାକୁ ଇଚ୍ଛା ହୁଏ, ଝିଅପିଲା ମାନଙ୍କ ସହ ଖେଳିବାକୁ ଇଚ୍ଛା ହୁଏ।ସେମାନଙ୍କ ସହ ଖୁଦୁରୁକୁଣୀ ଓଷା ବ୍ରତ ପାଳିବାକୁ ଇଚ୍ଛା ହୁଏ। କିନ୍ତୁ ମୋତେ ବହୁତ୍ ଡର ଲାଗେ କାଳେ ବାପା ମୋତେ ବାଡେଇବେ କି ମୋ ମାଆ ମୋତେ ବାଡେଇବେ କି।
ତଥାପି ମୁଁ ବହୁତ୍ ମାଡ଼ ଖାଇଛି। ଏମିତିକି ସ୍କୁଲରେ ସାହିରେ ମୋତେ ମାଇଚା କହି ଚିଡ଼ାନ୍ତି। ମୁଁ ବହୁତ୍ କଷ୍ଟ ପାଇଛି ଜୀବନରେ। ମୋ ବାପା ଆଇସକ୍ରିମ ବେପାର କରନ୍ତି। ମୋ ମାଆ ଜାଣିଥିଲେ ଏ ବିଷୟରେ ହେଲେ ସେ ଲୁଚେଇ ରଖିଥିଲେ। ମୋତେ କଳା ଆଉ ସିନ୍ଦୂର ପିନ୍ଧିବାକୁ ଭଲ ଲାଗେ। ଘରେ କେହି ନଥିବା ବେଳେ ମୁଁ ଲୁଚି ଲୁଚି ଝିଅପିଲାଙ୍କ ଡ୍ରେସ୍ ପିନ୍ଧୁଥିଲି । ଥରେ ଏମିତି ଝିଅପିଲାଙ୍କ ଡ୍ରେସ୍ ପିନ୍ଧି ସଜେଇ ହୋଇ ବାହାରକୁ ବାହାରିଥିଲି ହଠାତ୍ ବାପା ଦେଖି ନେଲେ ଆଉ ମୋତେ ଝାଡ଼ୁରେ ବହୁତ୍ ମାରିଥିଲେ।
ଯେତେବେଳେ ମୋତେ ଏତେ ବାଡ଼େଇ ଥିଲେ ମୁଁ ଆଉ ସହି ପାରିଲିନି, ସେଠି ଆମର ପାଖ ଥାନାକୁ ଗଲି ବାପାଙ୍କ ନାଁରେ କେଶ୍ ଦେବାକୁ। ଆଉ ପୋଲିସ୍ ବି ଆସିଥିଲା। ତାପରେ ଘରେ ମୋତେ ବୁଝେଇଲେ କହିଲେ କି ତୁ କଣ ଚାହୁଁଛୁ ତୋ ପାଇଁ ତୋ ବାପା ଥାନାକୁ ଯାଆନ୍ତୁ ବୋଲି। ଆଉ ସେଠି ମୁଁ କହିଲି ତାହେଲେ ତମେମାନେ ଗୋଟେ ଫ୍ୟାମିଲି ହେଇକି ଥାଅ। ମୁଁ ମୋର ପଳେଉଛି ଯେଉଁଠି ଖଟିବି ସେଇଠି ବଞ୍ଚିବି। ଯେହେତୁ ମୁଁ ଗୋଟେ କିନ୍ନର ମୋତେ ତ କେହି କାମ ଦେବେନି। ତାହେଲେ ମୁଁ ଯାଉଛି କିନ୍ନରମାନଙ୍କ ସହିତ ରହି କିଛି କାମ କରିବି। ମୁଁ ନିଜେ ଚଳିବି, ନିଜ ପେଟ ପୋଷିବି। ଲୋରିଆ ଦଳେଇ ଯିଏ ମୋର ଗୁରୁ ତାଙ୍କୁ ମୁଁ ଧନ୍ୟବାଦ ଦେବି ସିଏ ମୋତେ ବହୁତ୍ ସାହାଯ୍ୟ କରିଛନ୍ତି। ତିନି ଚାରି ମାସ କାଳ ସେ ମୋତେ ବସି ଖୁଆଇଛନ୍ତି। ପେଟ ପାଇଁ ତ ସବୁ ନାଟ।
ପେଟ ପୋଷିବା ପାଇଁ ହେଲେ ତ ସବୁକିଛି କରିବା ପାଇଁ ପଡ଼ିବ ନା। ଏଇ ପେଟର ଭୋକ ପାଇଁ ମୁଁ ଦେହ ବିକିଛି। ଜଣଙ୍କୁ ଖୁସି କରିବାକୁ ହେଲେ ସିନା ସେ ତୁମକୁ ପଇସା ଦବ। କିନ୍ତୁ ଏଇଟା ଆମର ଖୁସି ନୁହେଁ। ପଇସା ନେଲେ ହିଁ ଆମେ ଚଳିବୁ। ଜଣଙ୍କୁ ଛଅ ବର୍ଷ ହବ ଭଲ ପାଇଥିଲି। ହେଲେ ସେ ମୋତେ ଧୋକା ଦେଲା । ହେଲେ ପିଲା ଛୁଆ ଦେଇପାରିବୁନି କହି ସେ ମୋତେ ଛାଡ଼ି ଦେଲା।ସେତେବେଳେ ମୁଁ କହିଲି ଛଅ ବର୍ଷ ଧରି ମୁଁ ଯେ ଭଲ ପାଉଥିଲି, ତୋତେ ସବୁ ପଇସା ଦେଉଥିଲି, ତୋ ଘରକୁ ଚଳାଉଥିଲି ସେତେବେଳେ ତୁ କଣ ଜାଣି ନଥିଲୁ ମୁଁ ଗୋଟେ କିନ୍ନର ବୋଲି। ତାପରେ ସେ ଗୋଟେ ପଏଣ୍ଟରେ କାଟିଦେଲା ମୁଁ ଛକାମାନଙ୍କ ସହ କଥା ହେବିନି। ଏବେ ମୁଁ ଆଉ ଗୋଟେ ପୁଅକୁ ଭଲ ପାଉଛି ଆଉ ତା ସହ ଖୁସିରେ ରହିବା ପାଇଁ ଚାହୁଁଛି।