ବାଲିଯାତ୍ରା ନଯାଇ ଉପେନ୍ଦ୍ର ସହ ହୋଟେଲ ଯାଇଥିଲା ରଶ୍ମି । ଗତ ବର୍ଷ ବାଲିଯାତ୍ରାରେ ପ୍ରେମ ହୋଇଥିଲା ।

ସାଙ୍ଗ ମାନଙ୍କ ସହିତ ବାଲିଯାତ୍ରା ବୁଲି ଯାଉଛି କହି ରଶ୍ମୀ ଗୋଟିଏ ରାତି ବାହାରେ ରହିଲା । ବୋଉ ଫୋନ୍ କରି ପଚାରିବାରୁ ରଶ୍ମୀ କହିଥିଲା ସେ କଟକର ଗୋଟେ ସାଙ୍ଗ ଘରେ ରହିଗଲା ବୋଲି । କିନ୍ତୁ ରଶ୍ମୀ ଏପଟେ ନିଜ ପ୍ରେମିକ ଉପେନ୍ଦ୍ର ସହ ହୋଟେଲରେ ଥିଲା । ଦୁହିଁଙ୍କ ଭିତରେ ରାତି ସାରା ସେଇ ପୁରୁଣା କଥା ଚାଲିଥିଲା । ଗଲାବର୍ଷ ସେହି ବାଲିଯାତ୍ରାରେ କିଭଳି ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା ସେହି ବିଷୟରେ କଥା ହୋଇଥିଲେ ଆଉ ରାତିରେ ରଶ୍ମିର ମୁଣ୍ଡ ତକିଆରୁ ଖସି ଆସି ଉପେନ୍ଦ୍ରର ଛାତି ଉପରେ ପହଞ୍ଚି ଯାଉଥିଲା ।

ହୋଟେଲ ଲାଇଟ୍ ବନ୍ଦ ଥିଲା ଆଉ ରାତି ବାଢ଼ିବା ସହିତ ରଶ୍ମି ଓ ଉପେନ୍ଦ୍ର ସବୁ ସୀମାକୁ ପାର ହୋଇଗଲେ । ସକାଳର ଆଲୋକରେ ରଶ୍ମି ଅଳସ ଭାଙ୍ଗି ଉପେନ୍ଦ୍ରକୁ ପଚାରିଥିଲା, ତୁମେ ସତରେ ମୋତେ ବାହା ହେବ ତୋ? କେବେ ମୋ ଠାରୁ ଦୂରେଇ ଯିବନି ତ? ଆଉ ଉପେନ୍ଦ୍ର ରଶ୍ମିକୁ ଛାତିରେ ଲଗାଇ କହିଥିଲା “ଏକ ବର୍ଷ ହୋଇଗଲା ସମ୍ପର୍କକୁ, ମୁଁ ସେମିତିକା ପୁଅ ନୁହେଁ” । କିନ୍ତୁ ଠିକ୍ ସେତିକି ବେଳେ ଅଙ୍କିତା ନାମକ ଏକ ଝିଅର ହ୍ୱାଟ୍ସଆପ୍ କୁ ମେସେଜ ଆସେ ।

ଆଉ ଉପେନ୍ଦ୍ର ଲୁଚା-ଇବାକୁ ଯାଇ ମୋବାଇଲ୍ ଟି ସଙ୍ଗେ ସଙ୍ଗେ ଧରିନିଏ । ଆଉ ରଶ୍ମିକୁ କୁହେ, “ତୁମେ ଚାହା ପିଇବ? ମୁଁ ଯାଇ ଚାହା ଆଣୁଛି” । ରଶ୍ମି ମନା କରୁଥିଲା ସେ ଚାହା ପିଇବନି ତଥାପି ଉପେନ୍ଦ୍ର ମୋବାଇଲ୍ ଧରି ହୋଟେଲ ବାହାରକୁ ଚାଲିଗଲା । ଆଉ ସେପଟେ ଅଙ୍କିତା ଫୋନ୍ ରେ ପଚାରେ “ରାତିସାରା ମୋ ନମ୍ୱର୍ ବ୍ଲକ୍ କାଇଁ ମାରିଥିଲ? କେଉଁଠି ଥିଲ ରାତିରେ?” ଆଉ ସେଇଠି ଉପେନ୍ଦ୍ର ଚିନ୍ତାରେ ପଡ଼ିଯାଏ । ହଁ ଆଜ୍ଞା ଗତବର୍ଷ ବାଲିଯାତ୍ରାରେ ରଶ୍ମି ଓ ଉପେନ୍ଦ୍ରର ଗୋଟେ ଚାଟ୍ ଦୋକାନରେ ଦେଖା ହୋଇଥିଲା । ଆଉ ସେଇଠୁ ନମ୍ୱର୍ ଦିଆନିଆ ହେଇଥିଲେ । ଆଉ ଏବେକୁ ଏକ ବର୍ଷ ବିତିଗଲାଣି ।

ହେଲେ ଏହି ବାଲିଯାତ୍ରାରେ ରଶ୍ମି ଘରେ ମି-ଛ କହି ଆସି ରାତିସାରା ଉପେନ୍ଦ୍ରର ବାହୁରେ ଥିଲା । ରଶ୍ମିର ଘରେ ଉପେନ୍ଦ୍ରକୁ ଗ୍ରହଣ କରିବାକୁ ନାରାଜ । ଆଉ ଏପଟେ ଉପେନ୍ଦ୍ରର ବାପା ମା ତା’ପାଇଁ ଝିଅ ଦେଖି ସାରିଛନ୍ତି । ଆଉ ସେହି ଝିଅର ନାଁ ଅଙ୍କିତା । କିନ୍ତୁ ଉପେନ୍ଦ୍ର ରଶ୍ମିକୁ ହିଁ ଭଲପାଏ । ହେଲେ ବାପା ମା ପାଇଁ ଅଙ୍କିତାର କଲ୍ ଉଠାଇବାକୁ ବାଧ୍ୟ ହୁଏ । ହେଲେ ଏମିତି ଉପେନ୍ଦ୍ର ଜୀବନରେ ଆଉ କେତେ ଦିନ ଚାଲିବ?

Leave a Reply

Your email address will not be published. Required fields are marked *