ମାଟି କାମ କରୁଥିଲେ ଏବେ ମ୍ୟାଚ ଜିତାଉଛନ୍ତି।

କ୍ରିକେଟ ଖେଳିବାକୁ ଦିନେ ମଜୁରୀ ଲାଗୁଥିଲେ, ଏବେ ଭାରତକୁ ମ୍ୟାଚ ଜିତାଉଛନ୍ତି ଏହି ଷ୍ଟାର ପ୍ଲେୟାର।ଖେଳ ପାଇଁ ଦ୍ଵାଦଶ ପରୀକ୍ଷା ଦେଇନଥିଲେ। ଏବେ ବ୍ୟାଟ୍ସମ୍ୟାନଙ୍କ ନିଦ ହଯାଉଛନ୍ତି। ୫ ସେପ୍ଟେମ୍ବର ୨୦୦୦ ମସିହା ରାଜସ୍ଥାନ ଯଦପୁରର ଏକ ଛୋଟିଆ ଗ୍ରାମରେ ଜନ୍ମ ହୁଅନ୍ତି ରବି ବିସ୍ମୟ। ତାଙ୍କ ବାପା ସରକାରୀ ସ୍କୁଲ ଶିକ୍ଷକ ଥିବା ବେଳେ ମା ହାଉସୱାଇଫ ଥିଲେ। ସବୁ ଛୋଟ ପିଲାଙ୍କ ଭଳି ରବି ମଧ୍ୟ ନିଜ ପିଲା ଦିନେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ସ୍କୁଲରୁ ଆସିବା ପରେ ସେ ସାଙ୍ଗ ମାନଙ୍କ ସହିତ ମିଶି ପଡ଼ିଆରେ ଟେନିସ ବୋଲ ଖେଳୁଥିଲେ।

ନିଜ ଘର ପାଖରେ ଥିବା ଏକ ଆର୍ପିଓ ଗ୍ରାଉଣ୍ଡକୁ ସେମାନେ କ୍ରିକେଟ ଖେଳିବାକୁ ଯାଉଥିଲେ। ଟେସ ବୋଲିଂ କରିବାକୁ ସେ ପ୍ରଥମରୁ ଭଲ ପାଉଥିଲେ। ଆଖପାଖରେ ଭଲ ଗ୍ରାଉଣ୍ଡ ନଥିବାରୁ ଘର ପାଖରୁ ଟିକେ ଦୂରରେ ନରେନ୍ଦ୍ର ଶର୍ମା ନାମଙ୍କ ଜଣେ କୋଚ୍ ପିଲା ମାନଙ୍କୁ ଖେଳ ଶିଖାଉଥିଲେ। ହେଲେ ସେଠାକାର ସ୍ପିଜ ଥିଲା ଙ୍କଙ୍କରିଡ଼। ବାପାଙ୍କ ଠାରୁ କିଛି ଟଙ୍କା ନେଇ ସେ ସେଠାରେ ଖେଳ ଶିଖିବାକୁ ଲାଗିଲେ।

ଆଉ କୋଚ୍ ତାଙ୍କୁ ସ୍ପେସ ଛାଡି ସ୍ପିନ ବୋଲିଂ କରିବାକୁ ଉପଦେଶ ଦେଇଥିଲେ। ସେଠାରେ ପ୍ରଦତ ସିଂ ରାଠୋର ଓ ଶାଖାରୁଖ ପଠାଣ ନାମକ ଦୁଇ ସିନିୟର ଖେଳାଳିଙ୍କ ସହ ସାକ୍ଷତ ହୁଏ ବିସ୍ମୟଙ୍କର । ଉଭୟ କିଛି ପିଲାମାନଙ୍କୁ ନିଜ ଅଣ୍ଡରରେ ଖେଳ ଶିଖାଉଥିଲେ। ହେଲେ ୨୦୧୩ ମସିହାରେ ଦୁଇଜଣ ଚାକିରୀ କରିବା ପାଇଁ ବାହାରକୁ ଚାଲିଯିବା ପରେ ସବୁକିଛି ବଦଳି ଯାଇଥିଲା। ବିସ୍ମୟଙ୍କୁ ପ୍ରାକ୍ଟିସ କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା। ଏମିତିକି ଅଣ୍ଡର ୧୬ ରେ ମଧ୍ୟ ରବିକୁ ଜାଗା ମିଳିଲା ନାହିଁ।

୨ ବର୍ଷ ପରେ ଗାଁକୁ ଫେରିଲେ ପ୍ରଦତ ଆଉ ସାହାରୁଖ। ଆଉ କ୍ରିକେଟ ଖେଳୁଥିବା ପିଲା ମାନଙ୍କ ପାଇଁ କିଛି କରିବା ପାଇଁ ସେମାନେ ଚିନ୍ତା କଲେ। ନିଜ ଗାଁରେ ଏକ କ୍ରିକେଟ ଗ୍ରାଉଣ୍ଡ କରିବା ପାଇଁ ପଡିଆକୁ ଭଡାରେ ନେଇ କାମ ଆରମ୍ଭ କଲେ। ଆର୍ଥିକ ସମସ୍ୟା ହେତୁ ପ୍ରଦତ୍ତ ଓ ସାହାରୁଖ ବିସ୍ମୟଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ନେଇ ସ୍ପିଚ ଆଉ ଗ୍ରାଉଣ୍ଡ ତିଆରି କଲେ।

ମାର୍ଚ୍ଚ ୨୦୧୬ରେ ସ୍ପୋଟନ କ୍ରିକେଟ ଏକାଡେମୀ ନାମରେ ଲଞ୍ଚ ହେଲା ଗ୍ରାଉଣ୍ଡ। ଆଉ ସେଇଠାରେ ପ୍ରାକ୍ଟିସ କଲେ ରବି ବିସ୍ମୟ। ଏହା ପରେ ଭଲ ପ୍ରଦର୍ଶନକୁ ଆଖି ଆଗରେ ରଖି ରାଜସ୍ଥାନ ଅଣ୍ଡର ନାଇଟିଂନ କ୍ରିକେଟ ଟିମରେ ସାମିଲ ହେଲେ ବିସ୍ମୟ। ୨୦୧୮ ମସିହା ଆପିଏଲ ରାଜସ୍ଥାନ ରୟାଲ ପକ୍ଷରୁ ସେ ଦଳରେ ନେଟସ ବୋଲର ଭାବେ ସାମିଲ ହେଲେ।

ପ୍ରଥମେ କିଛି ମ୍ୟାଚରେ ତାଙ୍କୁ ବୋଲିଂ କରିବାକୁ ସୁଯୋଗ ମିଳିଲାନି। ଅନ୍ୟ ପଟେ ତାଙ୍କର ଦ୍ଵାଦଶ ପରୀକ୍ଷା ଥିବାରୁ ସେ ପରୀକ୍ଷା ପାଇଁ ଘରକୁ ବାହାରିଲେ। ହେଲେ କୋଚ୍ ତାଙ୍କୁ ପରାମର୍ଶ ଦେଲେନାହିଁ। ତୁମେ ଘରକୁ ଯାଅନାହିଁ। ତାଙ୍କ କଥା ମାନି ବିସ୍ମୟ ସେଠାରେ ଟିମରେ ରହିଲେ। ୨୧ ଫେବୃଆରୀ ୨୦୧୯ ରାଜସ୍ଥାନ ପକ୍ଷରୁ ଡମେଷ୍ଟିକରେ ସେ ଟି-୨୦ରେ ଡେବ୍ୟୁ କଲେ। ଆଉ ପ୍ରଥମ ମ୍ୟାଚରେ ସେ ନେଇଥିଲେ ୨ଟି ୱକେଟ। ଡମେଷ୍ଟିକ ଏବଂ ଅଣ୍ଡରନାଇଣ୍ଟିନରେ ସେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଅଣ୍ଡରନାଇଣ୍ଟିନ ଭାରତୀୟ ଦଳରେ ସୁଯୋଗ ମିଳିଲା।

ଜୁଲାଇ ୨୦୧୯ରେ ଭାରତ ବାଙ୍ଗଲାଦେଶ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଡ୍ରାୟ ସିରିଜରେ ସେ ୯ଟି ୱକେଟ ନେଇଥିଲେ। ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଅଣ୍ଡରନାଇଣ୍ଟିନ ୱାଲଡ଼କପ ପାଇଁ ଟିମ ଇଣ୍ଡିଆର ସ୍ଥାନ ପାଇଲେ। ଆଉ କରି ଚାଲିଲେ ଉନ୍ନତ ପ୍ରଦର୍ଶନ। ସେ ଟୋର୍ଣ୍ଣାମେଣ୍ଟରେ ସେ ୧୭ଟି ୱକେଟ ନେଇଥିଲେ। ଆପିଏଲ ପୂର୍ବରୁ ଏମିତି ଖେଳ ଦେଖି ବିସ୍ମୟଙ୍କୁ କିଣିବା ପାଇଁ ସବୁ ଦଳ ନିଜ ନଜରରେ ରଖିଥିଲେ।

୨୦ ଲକ୍ଷର ବେଷ୍ଟ ପ୍ରାଇଜ ଥିବା ବିସ୍ମୟ ୨୦ ଗୁଣା ଅର୍ଥାତ ୪ କୋଟି ଟଙ୍କାରେ ପଞ୍ଜାବ ଦଳରେ ସାମିଲ ହୋଇଥିଲେ। ୨୦୨୦ ସେପ୍ଟେମ୍ବର ୨୦ରେ ସେ ଦିଲ୍ଲୀ ବିପକ୍ଷରେ ଆପିଏଲରେ ଡେବ୍ୟୁ କରିଥିଲେ। ୨୦୨୦-୨୦୨୧ ବର୍ଷରେ ଆପିଏଲରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ୨୦୨୨ ୱେଷ୍ଟେଡିଜ ବିପକ୍ଷ ଟି-୨୦ ପାଇଁ ଟିମ ଇଣ୍ଡିଆ ସ୍କୁଆଡ଼ରେ ସେ ସାମିଲ ହେଲେ। ହେଲେ ଦିନିକିଆ ଖେଳରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା।

ହେଲେ ୧୬ ଫେବୃଆରୀ ୨୦୨୨ରେ ୨୦-୨୦ରେ ଡେବ୍ୟୁ କରନ୍ତି ବିସ୍ମୟ। ପ୍ରଥମ ମ୍ୟାଚରେ ଘାତକ ବୋଲିଂ କରି ସେ ମ୍ୟାନ ଅଫ ଦା ମ୍ୟାଚ ହୋଇଥିଲେ। ତାପରେ ସେ ପଛକୁ ଅନାଇ ନାହାନ୍ତି। ୨୦୨୨ ଆପିଏଲରେ ଲକ୍ଷନୌ ନିଜ ଦଳରେ ସାମିଲ କରିଥିଲା ବିସ୍ମୟଙ୍କୁ। ୬ ଅକ୍ଟୋବର ୨୦୨୨ ରେ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ସେ ଦିନିକିଆରେ ପଦାର୍ପଣ କରିଥିଲେ। ତେବେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ ଏବେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବିସ୍ମୟ ସର୍ବାଧିକ ୯ ଟି ୱକେଟ ନେଇଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାନ ଅଫ ଡା ମ୍ୟାଚ ବିବେଚନା କରାଯାଇଛି।

ତେବେ ଖେଳିବାକୁ ପଡିଆ ନଥିବା ବେଳେ ସେ ପଛକୁ ଫେରି ନଥିଲେ ବରଂ ନିଜେ କଷ୍ଟ କରି ଆଜି ଫେରି ପାଇଛନ୍ତି ସଫଳତା। ତେବେ ଦେଖିବାକୁ ବାକି ରହିଲା ଭାରତୀୟ ଟିମ ପାଇଁ ରବିଙ୍କର ପ୍ରଦର୍ଶନ ଏମିତି ଆଗକୁ କେତେଦିନ ପର୍ଯ୍ୟନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *