ନୁଆ ଖାଇ ଦିନ ପ୍ରଥମ ଥର ପାଇଁ ଆମେ ଦେଖା ହେଇଥିଲୁ

ତାଙ୍କ ଉପସ୍ଥାପନା ସମସ୍ତଙ୍କୁ ଆକର୍ଷିତ କରେ। ସେ ଅଭିନୟ ହେଉ କିମ୍ବା ସମସ୍ତଙ୍କୁ ଉପସ୍ଥାପନା କରିବା ,ସବୁବେଳେ ସେ ଲୋକଙ୍କୁ ନିଜ ତରଫକୁ ଆକର୍ଷିତ କରନ୍ତି। ଏକଥା ଛାଡ଼ିକି ଯଦି ତାଙ୍କ ଭଏସ୍ ଆଉ ନାଚ ଉପରକୁ ଯିବା , ସେଥିରେ ବି ସେ ଲୋକଙ୍କୁ ବିମୋହିତ କରିବାରେ ଛାଡ଼ନ୍ତି ନାହିଁ। ସବୁଥିରେ ସେ ପାରଙ୍ଗମ ଆଉ ଏଥିପାଇଁ ବୋଧ ହୁଏ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ମିଳି ଯାଇଥିଲେ। କଣ ରହିଥିଲା ଏହାର ରାଜ୍ କି ଭଏସ୍ ପାଇଁ ସେ ଆଟ୍ରାକ୍ଟ୍ ହେଇଥିଲେ କି ସେଥିପାଇଁ ମୋ ପାଖରେ ଆଜି ଯୋଡ଼ି ହୋଇଛନ୍ତି ଜାଗୃତି ରଥ ମ୍ୟାମ୍ ଆଉ ତାଙ୍କ ପାଖରେ ବି ତାଙ୍କ ହଜବେଣ୍ଡ ବି ଅଛନ୍ତି , ସ୍ବରାଜ ଭାଈ ବି ଅଛନ୍ତି।

ଦୁଇ ଜଣଙ୍କ ସହ କଥା ହେବା । ଆମର ବାହାଘର ଦଶ ମାସ ହେଲାଣି ଆଉ ବର୍ଷେ ହେବାକୁ ଦୁଇ ମାସ ରହିଲା। ନୂଆଁଖାଇ ଦିନ ପ୍ରଥମ ଥର ଆମେ ଦେଖା ହେଇଥିଲୁ। ଆଉ ମୁଁ ଯେତେବେଳେ ତାଙ୍କୁ ଶୁଣିଥିଲି ତାଙ୍କର ଭଏସ୍ ହିଁ ଶୁଣିଥିଲି। ତାପରେ ମୁଁ ତାଙ୍କୁ ଦେଖିଲି। ଭଏସଟା ତାଙ୍କର ବହୁତ୍ ହିଁ ଆଟ୍ରାକ୍ଟିଭ୍ ଭଏସ୍ । ମୁଁ ତାଙ୍କୁ ହାଇଦ୍ରାବାଦରେ ଫାଷ୍ଟ ଦେଖିଲି ଆଉ ଶୁଣିଥିଲି। ସେ ଷ୍ଟେଜରେ ଗୋଟେ ଗୀତ ଗାଇଲେ, ଫାଷ୍ଟ ଏଙ୍କୋରିଙ୍ଗ କରୁଥଲେ ଆଉ ତାପରେ ଗୀତ ଗାଇଲେ। ମୁଁ ସେତେବେଳେ ଗୀତଟା ଶୁଣିଲି ଆଉ କହିଲି ଆରେ ଏ ଗୀତଟା କିଏ ଗାଉଛି ? ଯେହେତୁ ମୁଁ ଗୋଟେ ମ୍ୟୁଜିକସିଆନ୍ ସେଥିପାଇଁ ମୋ କାନରେ ଫାଷ୍ଟ ଭଏସଟା ପଡ଼ିଲା, ଆଉ ଭାବିଲି ଏ ଭଏସଟା କାହାର।

ତାପରେ ମୁଁ ଷ୍ଟେଜକୁ ଗଲି ଆଉ ଦେଖିଲି ଜାଗୃତି ସେଠି ଗୀତ ଗାଉଛନ୍ତି । ମୁଁ କହିଲି ,ୱାଓ ତାଙ୍କ ଭଏସଟା କେତେ ସୁନ୍ଦର! ତାଙ୍କର ଭଏସଟା ଯେତେ ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତେ ସୁନ୍ଦର। ମୁଁ ସେଇ ହାଇଦ୍ରାବାଦରେ ରହୁଥିଲି। ଗୋଟେ ଏମ୍.ଏନ୍.ସି ଥିଲା ସେଠାରେ ମୁଁ ଯବ୍ କରୁଥିଲି। ଓଡ଼ିଶାର ଗୋଟେ ବଡ଼ ଫେଷ୍ଟିଭାଲ ହେଉଛି ନୂଆଁଖାଇ । ଓଡ଼ିଶା ବାହାରେ ବି ଲୋକ ଏହାକୁ ସେଲିବ୍ରେଟ କରନ୍ତି। ସେଠି ଗୋଟେ ପ୍ରୋଗ୍ରାମ ହେଇଥିଲା ସେଠାକୁ ମୁଁ ଯାଇଥିଲି ଆଉ ସେଠି ଆମର ଦେଖା ହେଇଥିଲା।

ସେଥିପାଇଁ ଆମେ ନୂଆଁଖାଇ ଯେତେବେଳେ ପାଳୁ ବହୁତ୍ ଧୁମଧାମରେ ପାଳୁ। ଆଗରୁ କିଛି ଲୋକ କହୁଥିଲେ କି ତୋ ଭଏସଟା ହଲକି ଭଏସ୍। ଏଇଟା ଆଗକୁ ତୋର ପ୍ରୋବଲେମ୍ କରିପାରେ। କିନ୍ତୁ ଧୀରେ ଧୀରେ ମୋ ଭଏସଟା ଏତେ ପୋଜିଟିଭ ହୋଇଗଲା ଯେ ଲୋକମାନେ ଧୀରେ ଧୀରେ ପସନ୍ଦ କରିବା ଆରମ୍ଭ କଲେ। ତ ଭଏସକୁ ନେଇ ଆହୁରି ଏକ୍ସପ୍ଲୋର କରିବା ଭାବୁଛି।

କଳା କହିଲେ ଜନ୍ମରୁ ଆମେ ବଢ଼ିଛୁ ଏହାରି ଭିତରେ। ଗୀତ, ନାଚ ଏହି ମହୋଲରେ ଆମେ ବଢିଛୁ। ଯେହେତୁ ବାପା ରେଡ଼ିଓ ଆର୍ଟିଷ୍ଟ୍ ଥିଲେ। ମୋର ମାମା ବି କଲେଜ୍ ଟାଇମରେ ଜଣେ ଡ୍ରାମା ଆର୍ଟିଷ୍ଟ୍ ଥିଲେ, ତ ପିଲାବେଳୁ ଆମ ଦେହରେ ଏ ଗୁଣ ଅଛି। କିନ୍ତୁ ତାକୁ ନେଇ କ୍ୟାରିଅର କରିବା ମୁଁ କେବେ ଭାବି ନଥିଲି। ମୋ ଜିଜୁ ଯେହେତୁ ଭୁବନେଶ୍ଵରରେ ଥିଲେ ତାଙ୍କରି ସାହାଯ୍ୟରେ ମୁଁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆସିଛି। ଆଉ ମୁଁ କେବେବି ଓଡ଼ିଆ ଇଣ୍ଡଷ୍ଟ୍ରିରେ କୌଣସି ଅସୁବିଧାର ସମ୍ମୁଖୀନ ହେଇନି।

ବହୁତ୍ ସଫଳତା ସମ୍ମାନର ସହ କାମ କରିଛି।ଯେତେବେଳେ କରୋନା ପିରିଅଡ଼ ଆସିଲା ସେତେବେଳେ ତ ସବୁ ଷ୍ଟେଜ ବନ୍ଦ ହୋଇଗଲା, ମୋର ଏଙ୍କୋରିଙ୍ଗ କରିବା ବନ୍ଦ ହୋଇଗଲା।ସେତେବେଳେ ମୁଁ ଅନଲାଇନରେ ଡାନ୍ସ୍ କ୍ଲାସ୍ ଷ୍ଟାର୍ଟ କଲି। ମୋ ଶାଶୂଘର ଲୋକେ ମୋତେ ବହୁତ୍ ଭଲ ପାଆନ୍ତି। ଆଉ ମୁଁ ବହୁତ୍ ଲକି ଯେ ମୋତେ ଏତେ ଭଲ ପାଇବା ମିଳୁଛି।

Leave a Reply

Your email address will not be published. Required fields are marked *