“କିସ କେନ କହିବା ଛୁଆ ଆମେ କିସ କେନ କହିବୁ । ଲଣ୍ଡନ ଗଲେ ବି କହିବୁ ଆମେରିକା ଗଲେବି କହିବୁ” ।

ବନ୍ଧୁଗଣ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆପଣମାନେ ସ୍ମାର୍ଟଫୋନ ଦେଖିବାକୁ ପାଇବେ । ଆଉ ଏହି ସ୍ମାର୍ଟଫୋନ ଜରିଆରେ ସମସ୍ତେ ସୋସିଆଲ ପ୍ଲାଟଫର୍ମରେ ସକ୍ରିୟ ରହି ଆସୁଛନ୍ତି । ପୂର୍ବରୁ କେବଳ ଫୋନ ଯୋଗେ କଥା ହୋଇପାରୁଥିବା ବେଳେ ଏବେ କିନ୍ତୁ ସେହ ସ୍ମାର୍ଟ ଫୋନରେ ଅନେକ ସୁବିଧା ଉପଲବ୍ଧ ହେଉଛି । ଯେମିତ କିି ଟଙ୍କା ରୋଜଗାର କରିବାର ଜରିଆ ପାଲଟିଛି ଏହିି ସ୍ମାର୍ଟ ଫୋନ । ଫୋନ ମାଧ୍ୟମରେ ଆଜିକାଲିର ଯୁବପିଢି ଲକ୍ଷ ଲକ୍ଷ ଟଙ୍କା ଘରେ ବସି ରୋଜଗାର କରିପାରୁଛନ୍ତି ।

ଟ୍ୱିଟର, ଇନଷ୍ଟାଗ୍ରାମ ଆପ୍ ପରି ୟୁଟ୍ୟୁବରେ ଭିଡିଓ ସେୟାରିଂ କରାଯାଉଛି । ଆଜିକାଲି ୟୁଟ୍ୟୁବ କେବଳ ମନୋରଂଜନ କିମ୍ବା ଶିକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଟଙ୍କା ରୋଜଗାରର ଏକ ପ୍ଲାଟଫର୍ମ ମଧ୍ୟ ପାଲଟିଗଲାଣି । ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବର ଭାବେ ନିଜ କ୍ୟାରିୟର ଗଢୁଛନ୍ତି। ଏମିତି କି ନିଜ ନାଁରେ ୟୁଟ୍ୟୁବରେ ଆକାଉଣ୍ଟ ଖୋଲି ଭିଡିଓ ପୋଷ୍ଟ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ତିନି ଜଣ ୟୁଟ୍ୟୁବର ଏକ ଗଣମାଧ୍ୟମ ସାକ୍ଷାତକାର ରେ ନଜର ଆସିଛନ୍ତି । ତାଙ୍କର ବ୍ଲଗିନ ଚ୍ୟାନେଲ ହେଉଛି ଓଡ଼ିଆ ଝିଅ ବ୍ଲଗ୍ । ତାଙ୍କ ଡ଼ାଇଲାଗ ଆଉ ଏକ୍ସପ୍ରେସନ୍ କୁ ଲୋକମାନେ ବେଶ୍ ପସନ୍ଦ କରନ୍ତି ।

ତେବେ ସେହି ତିନି ଜଣ ହେଉଛନ୍ତି ଆଦ୍ୟାସା, ତନୁଶ୍ରି, ସ୍ୱାତିକା । ତେବେ ମିଡ଼ିଆରେ ବାଇଟ୍ ଦେବା ବେଳେ ସେମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ଭବିଷ୍ୟତରେ ଭଲ ଫିଲ୍ମ୍ ଅଫର୍ ଆସେ ତାହେଲେ ୩ଜଣ କଣ ୟୁଟ୍ୟୁବ୍ ଚ୍ୟାନେଲର କଣ କରିବେ । ଏହାର ଉତ୍ତରରେ ସେମାନେ କହିଥିଲେ ଆମେ ଜୀବନ ସାରା ଚାହିଁବୁ ନାହିଁ କି ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ ହେଉ ବୋଲି । ଯେହେତୁ ୟୁଟ୍ୟୁବ୍ ଚ୍ୟାନେଲରୁ ଆମେ ଗ୍ରୋ କରିଛୁ ସେଇଟା ସବୁବେଳେ ରହିବ । ଆଉ ଆକ୍ଟିଂ ଅଫର୍ ଆଜି ଆସିବ କାଲି ନାହିଁ ତାହାର କିଛି ଭରସା ନାହିଁ ତେବେ ଆକ୍ଟିଙ୍ଗ ଭଲ ଆସିଲେ କରିବୁ ।

ତାପରେ ପ୍ରଶ୍ନ କରାଯାଇଥିଲା ଯେ ୟୁଟ୍ୟୁବରୁ ଯେଉଁ ପଇସା ଆସେ ୩ଜଣ ଝଗଡା ଲାଗନ୍ତି କି କିଏ ନେବ ବୋଲି ଏହାର ଉତ୍ତର ଦେଇ କହିଥିଲେ ଯେ, “ନାଇଁ ଆମେ କେବେ ଝଗଡ଼ା ସେମିତି ଲାଗିନୁ । ସମାନ ଭାବରେ ଭାଗ କରିନେଉ । ଏମିତି କେବେ ହେଇନି ଯେ ଜଣେ କାମ କରିଛି ଆମେ ତାଙ୍କୁ ଟଙ୍କା ଦେଇନେ” । ଏହାପରେ ଆହୁରି ମଧ୍ଯ କହିଥିଲେ ଯେ ଆଗରୁ ଆମ ଚ୍ୟାନେଲରେ ବହୁତ୍ ଭ୍ୟୁଅର୍ସ ଆସୁଥିଲା ଏବେ ଗୋଟେ ବର୍ଷ ହେବ କିଛି ଭିଡ଼ିଓ ପଡ଼ିନି ବୋଲି ଏତେ ବେଶୀ ଭ୍ୟୁଅର୍ସ ଆସୁନି ।

Leave a Reply

Your email address will not be published. Required fields are marked *