୪୧ ଜଣ ଶ୍ରମିକଙ୍କୁ ସରକାର ଦେଲେ ବଡ଼ ଉପହାର

ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନେ ହୋଇଗଲେ ଖୁସି। ଜୀବନ ବଞ୍ଚିଗଲା, ତା ସହ ମିଳିଲା ଏକ ଲକ୍ଷ ଟଙ୍କା। ଦରମା ସହ ଆହୁରି ମିଳିବ ଲମ୍ବା ଛୁଟି। ଆଉ ଏମିତି ଶୁଣି ସେପଟେ ପରିବାର ସବୁ ହେଇଗଲେ ଖୁସି। ଯମ ମୁହଁରୁ ଫେରିଲା ପରି ଫେରିଛନ୍ତି ଏକ ଚାଳିଶ ଜଣ ଶ୍ରମିକ। ଯେଉଁଦିନ ଘ-ଟଣା ଘଟିଥିଲା, ଯେଉଁଦିନ ଟନେଲ୍ ଭୁଷୁଡି ପଡ଼ିଥିଲା।

ସେଦିନ କେହି ଜାଣିନଥିଲେ କେହି ବଞ୍ଚିବେ ନା ସବୁଦିନ ପାଇଁ ନିଖୋଜ ହେଇଯିବେ। ଆଉ ଏବେ ଯେତେବେଳେ ଏହି ଶ୍ରମିମାନଙ୍କ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି ଶ୍ରମିମାନଙ୍କ ମୁହଁରେ ଖୁସି ଟିକେ ଦେଖିବାକୁ ମିଳିଛି। ସତର ଦିନ କାଳ ଜୀବନ ସହ ସଂଘର୍ଷ କରୁଥିବା ଏହି ଶ୍ରମିମାନଙ୍କୁ ପ୍ରଶଂସା କରିବା ସହ ସରକାର ଘୋଷଣା କରି ଚାଲିଛନ୍ତି । ଶ୍ରମିମାନଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସରପ୍ରାଇଜ୍।

ହଁ ଆଜ୍ଞା ଯେଉଁ ଶ୍ରମିକ ଜୀବନ ଶେଷ ହୋଇଗଲା ଭାବି ଟନେଲ୍ ଭିତରେ ଚି-ତ୍କାର କରି କା-ନ୍ଦିଥିଲା। ସେହି ଶ୍ରମିକ ଆଜି ସରକାରଙ୍କର ଘୋଷଣା ପରେ ହେଇଯାଇଛି ଖୁସି। ଆଖିରୁ ଝରି ପଡ଼ିଛି ଖୁସିର ଲୁହ। ଦୀର୍ଘ ସତର ଦିନ ପରେ ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ସମସ୍ତ ଏକ ଚାଳିଶ ଜଣ ଶ୍ରମିକଙ୍କୁ ସୁର-କ୍ଷିତ ଭାବେ ଗତକାଲି ଉ-ଦ୍ଧାର କରାଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଵତନ୍ତ୍ର ହସ୍ପିଟାଲରେ ରଖାଯାଇଛି।

ସମସ୍ତଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ୍ ଥିଲେ ମଧ୍ୟ ସେମାନଙ୍କୁ ମେଡ଼ିକାଲ ନିରୀକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି। ଆଉ ତା ସହିତ ଉ-ଦ୍ଧାର ହୋଇଥିବା ସମସ୍ତ ଏକ ଚାଳିଶ ଜଣ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ସମସ୍ତଙ୍କୁ ଏକ ଲକ୍ଷ୍ୟ ଟଙ୍କା ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି। ଆଉ ଯାହା ପରେ ସମସ୍ତଙ୍କର ଖୁସି ନ କହିଲେ ସରେ। ଆଉ ଏହା ବାଦ୍ ସମସ୍ତେ ସୁସ୍ଥ ହେଲା ପରେ ସମସ୍ତଙ୍କୁ ନିଜ ନିଜର ରାଜ୍ୟକୁ ପଠେଇବେ ବୋଲି ଧାମୀ ସୂଚନା ଦେଇଛନ୍ତି।

ତେବେ ସେ କହିଛନ୍ତି ଉ-ଦ୍ଧାର ହେବା ପରେ ଯେଉଁ କମ୍ପାନୀ ତାଙ୍କୁ ଏହି କାର୍ଯ୍ୟରେ ଲଗାଇଥିଲେ , ସେଇ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବେ। ଯେ ଏହି ଶ୍ରମିକମାନଙ୍କୁ ଲମ୍ବା ଛୁଟି ଦିଆଯାଉ। ଆଉ କାହାର ପାରିଶ୍ରମିକ ପଇସା ଯେମିତି ନ କଟାଯାଉ। ଯେଉଁଥିରେ କି ସେମାନେ ତାଙ୍କ ଗାଁକୁ ଯାଇ ପରିବାର ସହିତ ଖୁସିରେ ମିଶି ପାରିବେ। ଆଉ ସାମିଲ୍ ହେଇପାରିବେ। ଯେଉଁଭଳି ପରିସ୍ଥିତିରେ ସମସ୍ତେ ଟନେଲ୍ ଭିତରେ ଫ-ସି ହୋଇ ରହିଥିଲେ , ପରିବାର ସମସ୍ତେ ଭାଙ୍ଗି ହୋଇ ପଡ଼ିଥିଲେ। ସମସ୍ତଙ୍କର ଯେମିତି ନିଦ ହଜି ଯାଇଥିଲା। ଆଉ ସେଇଥିପାଇଁ କମ୍ପାନୀ ଛୁଟି ଦେଲେ ଲମ୍ବା ଛୁଟିରେ ସମସ୍ତେ ଯାଇ ଘରେ ଛୁଟି କାଟିବେ। ଆଉ ତା ସହିତ ସରକାରଙ୍କ ଠାରୁ ମିଳିଛି ଏକ ଲକ୍ଷ୍ୟ ଟଙ୍କାର ଚେକ୍।

ସମସ୍ତେ ଏକ ଚାଳିଶ ଜଣ ଶ୍ରମିକ ଉ-ଦ୍ଧାର ହେବା ପରେ ଧାମୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଏହି ଚମତ୍କାରୀ ରେସ୍କ୍କ୍ୟୁ ଓପରେସନରେ ସାମିଲ୍ ଥିବା ସମସ୍ତ ମେମ୍ବରଙ୍କୁ ଧନ୍ୟବାଦ୍। ଆଉ ପରିଶେଷରେ କହିଛନ୍ତି ସମସ୍ତ ଶ୍ରମିକମାନଙ୍କୁ ଏକ ଲକ୍ଷ୍ୟ ଟଙ୍କା ଦିଆଯିବ। ଆଉ ପରିବାରମାନଙ୍କ ସହ ମିଶିବା ପାଇଁ ସେମାନଙ୍କୁ ଦିଆଯିବ ଲମ୍ବା ଛୁଟି। ଏକଥା ଶୁଣିବା ପରେ ପରିବାର ପ୍ରୟୋଜନ ସମସ୍ତେ ଖୁସି ହୋଇଯାଇଛନ୍ତି। ଯେଉଁଠି ଜୀବନକୁ ନେଇ ସଂ-ଘର୍ଷ ଚାଲିଥିଲା, ଯେଉଁଠି ଜୀବନ ଫସି ହୋଇରହିଥିଲା। ସେପଟେ ପରିବାର କାନ୍ଦୁଥିଲେ। ସେ ପରିବାର ଆଜି ପୁଣିଥରେ ହସିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *