ଟନେଲ ଟ୍ରାଜେଡି। ସ୍ତ୍ରୀର ଗହଣା ବିକି ସୁଡ଼ଙ୍ଗ ପାଖରେ ପହଁଚିଲେ ବାପା।
ସ୍ତ୍ରୀର ଗହଣା ବିକି ସୁଡ଼ଙ୍ଗ ପାଖରେ ପହଁଚିଲେ ବାପା ୪୧ ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଲାଗିଛି ପ୍ରଶାସନ।୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁ-ଦ୍ଧକା-ଳୀନ ଭିତ୍ତିରେ ଲାଗିଛି ପଶାସନ। ଟନେଲରେ ଫସିଥିବା ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ। ପ୍ଲାଜମା କଟରରେ କଟା ଚାଲିଛି ଭା-ଙ୍ଗିଯାଇଥିବା ଅଗର ମେସିନ। ଏହାରି ଭିତରେ ଦେଖିବାକୁ ମିଳିଛି ଦୁଃ-ଖ ଉପରେ ନଳିତା ବିଡ଼ା ସଦୃଶ ଏକ ଘ-ଟଣା।
ଶ୍ରମିକଙ୍କୁ ଟନେଲ ଭିତରୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକ୍ନିକାଲ ଟିମ ସହ ମିଶି ମାନୁଆଲ ଡ୍ରିଲଂ କରିବ ଇଣ୍ଡିଆନ ଆର୍ମି। ଉତ୍ତର କାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉ-ଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ।ଉତ୍ତର କାଶିର ସିଲ୍କୟାରା ଟନେଲ ଭିତରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମଞ୍ଜିତ ଚୌଧିରି ନାମକ ବ୍ୟକ୍ତି ମଧ୍ୟ ଅଛନ୍ତି। ଆଜକୁ ସେ ମଧ୍ୟ ୧୫ବ ଦିନ ହେଲା ଟନେଲ ଭିତରେ ଫସି ରହିଛନ୍ତି। ଏହାକୁ ନେଇ ତାଙ୍କ ବାପା ମା’ ଚିନ୍ତାରେ ଭାଙ୍ଗି ପଡିଛନ୍ତି।
ମଞ୍ଜିଲଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ। ଟନେଲ ଦୁର୍ଘ-ଟଣା ଖବର ପାଇବା ମାତ୍ରେ ଫସିଥିବା ଶ୍ରମିକଙ୍କ ପରିବାର ଲୋକେ ଉତ୍ତରାଖଣ୍ଡର ଉତ୍ତର କାଶିର ପହଞ୍ଚି ଥିଲେ। ହେଲେ ମଞ୍ଜିତଙ୍କ ପରିବାର ପାଖରେ ଲକ୍ଷ୍ମୀପୁର ଖେରିରୁ ଟନେଲ ପର୍ଯ୍ୟନ୍ତ ପହଁଚିବା ପାଇଁ ଏତେ ଟଙ୍କା ନଥିଲା। କିନ୍ତୁ ପୁଅର ଅଘ-ଟଣ ଖବର ପାଇ ମଞ୍ଜିତଙ୍କ ବାପା ଘରେ ଥିବା ତାଙ୍କ ସ୍ତ୍ରୀର କାନଫୁଲ ଓ ପାଉଁଜି ବନ୍ଧା ପକେଇ ଅର୍ଥ ଯୋଗାଡ଼ କରିଥିଲେ।
ଗହଣା ବନ୍ଧା ପକେଇ ଯେଉଁ ଅର୍ଥ ମିଳିଥିଲା ତାକୁ ନେଇ ବାପା ଟନେଲ ପାଖରେ ଯାଇ ପହଁଚିଥିଲେ। ମଞ୍ଜିତଙ୍କ ବାପା ଏହି ଦୁର୍ଘ-ଟଣାକୁ ନେଇ କହିଛନ୍ତି କି ମୋର ଦୁଇଟି ପୁଅ। ବଡ଼ ପୁଅର ଏକ ଦୁର୍ଘ-ଟଣାରେ ପୂର୍ବରୁ ମୃ-ତ୍ୟୁ ହୋଇ ହୋଇଯାଇଛି। ସାନ ପୁଅକୁ ଦେଖି ଆମେ ସ୍ୱାମୀ ସ୍ତ୍ରୀ ଦିନ କାଟୁ। ଯେଉଁଦିନ ପାଖରୁ ଆମେ ଏଇ ଘ-ଟଣା ଶୁଣିଛୁ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଶ-ବ ପାଲଟି ଯାଇଛୁ।
ଦୁଃ-ଖରେ ଭାଙ୍ଗିପଡି ମଞ୍ଜିତଙ୍କ ବାପା ଆହୁରି କହିଛନ୍ତି କି ଖାଇବା ପିଇବା ଦିନ ରାତି ପୁଅର ଚିନ୍ତା ଘାରୁଛି। ଏହା ମଧ୍ୟ କହିଛନ୍ତି କି ଥରେ ମୋ ପୁଅ ଟନେଲରୁ ବାହାରିଲେ ତାକୁ ଆଉ ମୁଁ ଏଠାକୁ ପଠାଇବି ନାହିଁ। ଗାଁରେ ଏକ ଛୋଟ ଦୋକାନ କରି ସେ ତାର ପେଟ ପଶିବ।ତେବେ ଏଠାରେ ଜଣେଇ ଦେବାକୁ ଚାହୁଁଛୁ କି ଟନେଲ ଭିତରେ ଥିବା ମଞ୍ଜିତ ନିଜ ବାପାଙ୍କ ସହିତ କଥା ହୋଇଛନ୍ତି। ଆଉ ସେ କହିଛନ୍ତି ବାପା ତୁମେ ଚିନ୍ତା କରନାହିଁ କନ୍ଦା କଟା କର ନାହିଁ। ମୁଁ ଏଠାରେ ଭଲରେ ଅଛି।