କଣ ପାଇଁ କାନ୍ଦି ପକାଇଲେ ପ୍ରିୟଙ୍କା ସନମ?
ସୋସିଆଲ ମିଡ଼ିଆ ଯାହାକୁ ଆମେ ଇନ୍ଷ୍ଟାଗ୍ରାମ, ୟୁଟୁବ୍ ଆଉ ବହୁତ୍ ଜିନିଷ ଥାଏ ଯାହା ଥ୍ରୋରୁ ଆମେ ଏଣ୍ଟରଟେଣ୍ଟ ନିଜକୁ କରନ୍ତି ଏବଂ ମୁଡ୍ ମଧ୍ୟ ଆମର ଠିକ୍ ହେଇଯାଏ। ସେହି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ ମାନଙ୍କ ମଧ୍ୟରୁ ଜଣେ ଝିଅ ଅଛନ୍ତି ଯିଏକି କଲେଜ୍ ଲାଇଫ ଆଉ ସୋସିଆଲ ମିଡ଼ିଆ ସବୁକୁ ହେଣ୍ଡେଲ କରନ୍ତି। ଘରର ଗୋଟେ ଝିଅ ଗେହ୍ଲା ମଧ୍ୟ ହେଇଥିବେ କିନ୍ତୁ ତା ମଧ୍ୟରେ ବି ବାଉଣ୍ଡାରୀ ଥିବ। ସେସବୁ ପଛରେ ଯଦି ଆମେ ଯିବା ସେ ନିଜର ଭିଡ଼ିଓ ମାଧ୍ୟମରେ ଗୋଟିଏ ଫ୍ରେମ୍ ବନେଇଛନ୍ତି।
ଆଉ ଲୋକମାନେ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତି। ସେ ଏ ଜିନିଷ ପାଇଁ କଣ ପୋଜିଟିଭିଟି,କଣ ନେଗେଟିଭିଟି ଗେନ୍ କରିଛନ୍ତି । ଆପଣମାନେ ତାଙ୍କୁ ଖୁବ୍ ସାରା ଭଲ ପାଇବା ଦିଅନ୍ତି। ତାଙ୍କୁ ଏବଂ ତାଙ୍କର ସବୁ ଭିଡ଼ିଓ ପାଇଁ ବହୁତ୍ ଭଲ ପାଇବା ଦିଅନ୍ତି ଏଥିପାଇଁ କି ତାଙ୍କର ଫେସିଆଲ୍ ଅଫେକ୍ସନ୍ ହଉ କି ତାଙ୍କର ଲିପ୍ସିଂ ହଉ ସବୁବେଳେ ଆପଣଙ୍କ ମନ ଛୁଏଁ। ମୋ ପାଖରେ ଅଛନ୍ତି ପ୍ରିୟଙ୍କା ସନମ୍।
ସନମ ନେମଟା ମୋତେ ଭଲ ଲାଗିଲା ବୋଲି ମୁଁ ରଖିଦେଲି। ଆକ୍ଚୁଆଲି ମୋର ପ୍ରକୃତ ନାଁ ହେଉଛି ସୁଶ୍ରୀ ଶୁଭ୍ରା ସୁଶ୍ରିତା ପ୍ରିୟଙ୍କା ପ୍ରିୟଦର୍ଶିନୀ ଦେହୁରୀ। ଏଇ ନାଁଟା ମୋ ମାମୁଁ ରଖିଥିଲେ। ସେ ମୋତେ ବହୁତ୍ ଭଲ ପାଉଥିଲେ। ଆମେ ସକାଳେ ଶୋଇଥିଲୁ ହଠାତ୍ ଗାଁରୁ ଫୋନ୍ ଆସିଲାକି ମାମୁଁଙ୍କର ଡେଥ୍ ହେଇଯାଇଛି। ତ ସେଥିପାଇଁ ମୁଁ ଗୋଟିଏ ମାସ ବ୍ରେକ୍ ରଖିଥିଲି। ମୁଁ ତ ଆଉ କଉଁ ସୋସିଆଲରେ ନାହିଁ।
ମୁଁ ଇନ୍ଷ୍ଟାଗ୍ରାମରେ ରିଲ୍ସ୍ କରୁଛି। ମୋ ଓଡିଏନ୍ସ ଙ୍କ ପାଖରେ ପହଞ୍ଚିବାକୁ ହେଲେ ମୋତେ ତ ଗୋଟେ ଗୋଟେ ରିଲ୍ସ ପୋଷ୍ଟ କରିବାକୁ ପଡ଼ିବ। ମୁଁ ତାଙ୍କ ସହିତ ଯେତିକି ଟାଇମ୍ ସ୍ପେଣ୍ଡ କରିଛି ସେ ମୋତେ ଯେତିକି ଜିନିଷ ଶିଖେଇଛନ୍ତି ବହୁତ୍। ତାଙ୍କ ପାଖରୁ ମୁଁ ଅନେକ ଜିନିଷ ଶିଖିଛି। ମୋତେ ଲାଗୁଛି ସେ ମୋତେ ଲାଇଫରେ ଯେଉଁ ଫାର୍ଷ୍ଟ ରାଇମ୍ ଅଛି ‘ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର’ ସେଇଟା ଶିଖେଇଛନ୍ତି ।
ସେ ଆସିଲେ ମୋ ପାଇଁ ଚକୋଲେଟ ନେଇ ଆସନ୍ତି। ପାଠ ପଢା ବିନା ଲାଇଫରେ କିଛି ନାହିଁ। ଯେଉଁ ପର୍ଯ୍ୟନ୍ତ ମୋର ପାଠ ପଢା ସରିନି ମୁଁ ସେତେ ପର୍ଯ୍ୟନ୍ତ ସେରିଏଲ୍ କରିପାରିବିନି। ଆମ ଘରେ ସେଇଟାକୁ ଆଲାଓ କରିବେନି।ଇନ୍ଷ୍ଟାଗ୍ରାମ, ୟୁଟୁବରୁ କିଛି ପଇସା ଆସେ ମୋ ଆକାଉଣ୍ଟକୁ। ତ ମୋର ନିଜର ଖର୍ଚ୍ଚ ଉଠିଯାଉଛି। ଘରର ଖର୍ଚ୍ଚ ତ ମୁଁ ଉଠେଇ ପାରିବିନି। ସେଇଟା ବାପା ବୁଝନ୍ତି। କିନ୍ତୁ ମୋର ଯଦି କିଛି ପଇସା ସର୍ଟ ପଡ଼ିଯାଏ ତାହେଲେ ବାପାଙ୍କୁ ମାଗେ। ମୋ ବାପା ବହୁତ୍ ମୋତେ ଭଲ ପାଆନ୍ତି। ମୁଁ ମୋ ମାଆଙ୍କଠୁ ବାପାଙ୍କୁ ଅଧିକା ଭଲ ପାଏ। ଆଉ ବାପାଙ୍କୁ ବି ଡରେ। ମୋ ବାପାଙ୍କୁ କିଏ କଣ କହିଦେଲେ ମୁଁ ସହିପାରେନି।