ମୁଖ୍ୟମନ୍ତ୍ରୀ ସବୁ ଦେଖି ମୋତେ ପଠେଇଛନ୍ତି…
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୋର ଗୋଟେ ନିର୍ଦ୍ଦେଶ ଥିଲା ଯେ ଯାଇକି ପହଞ୍ଚ, ବୁଝ କଣ ହେଉଛି , କଣ ତାଙ୍କର ଅସୁବିଧା କଣ ? ମୁଁ କହିଦେବାକୁ ଚାହେଁ ଯେ ଯେଉଁ ଡିମାଣ୍ଡ ଗୁଡା ରଖିଛନ୍ତି ସେଇ ଡିମାଣ୍ଡ ଗୁଡାକ ନେଇ ମୁଁ ଗତ ୧୬ତାରିଖ ଦିନ ଚିଫ୍ ସେକ୍ରେଟାରୀ, ଡି.ସି. , ପ୍ରିନ୍ସିପାଲ୍ ସେକ୍ରେଟାରୀ ଇଣ୍ଡଷ୍ଟ୍ରି , ସି.ଏମ୍.ଙ୍କ ଚେୟାରମ୍ୟାନ । ସେମାନଙ୍କୁ ସବୁ ଦିଆଯାଇଥିଲା ଆଉ ସେମାନେ ସହୃଦୟତା ସହ ବସି ବିଚାର କରୁଛନ୍ତି। ଖୁବ୍ ଶୀଘ୍ର ସରକାରଙ୍କ ତରଫରୁ ଆସିଯିବ ଯେ ସେମାନେ କଣ ନିଷ୍ପତ୍ତି ନେଲେ।
ସାନଲିଶା ଯେଉଁ ଦାବି ଗୁଡ଼ିକ ନେଇ ବସିଥିଲେ , ଆଜି ଯେଉଁ ପାଞ୍ଚ ଦଫା ଦାବିଗୁଡ଼ିକ ତାଙ୍କର ଥିଲା । ମୁଁ ସାନଲିଶାଙ୍କୁ ବୁଧବାର ଦିନ କହିଥିଲି ଯେ ମା’ ମୁଁ ଏସବୁ କଥା ତ ସରକାରଙ୍କ ପାଖରେ ଅଲରେଡି ୧୬ ତାରିଖ ଦିନ ରଖିଛି। ପୁଣି କାହିଁକି କରୁଛ ?ଗଣତନ୍ତ୍ର ଶାସନରେ ଏସବୁ କଥା ହୁଏ ଏବଂ କିଛି ଅସୁବିଧା ନାହିଁ ଏଥିରେ। ଆଉ ସେ ମୋତେ କହିଲା କି ମୋତେ ଗୋଟେ ଲିଖିତ ପ୍ରତିଶ୍ରୁତି ଦରକାର୍। ମୁଁ ତାକୁ ଗୋଟେ ଲେଖିକି ପ୍ରତିଶ୍ରୁତି ଦେଇଛି ଯେ ଆଗାମୀ ମଙ୍ଗବାର ଦିନ ଇଡକୋରେ ଗଭର୍ନର୍ମେନ୍ଟ୍ ତରଫରୁ କିଛି ପ୍ରତିନିଧି ଓ ସରକାରୀ ଅଫିସର,ସେମାନେ ଆସିକି କହିବେ ଯେ କଣ ପ୍ରକୃତରେ ଏ କଥା ଗୁଡ଼ାକ ସମ୍ପର୍କରେ ସରକାର ବିଚାର କଲେ।
ମୁଁ ସାନଲିଶାଙ୍କୁ ଡାକିଛି ଏବଂ ଆପଣମାନେ ବି ଆସନ୍ତୁ ଆଉ ସିଧାସଳଖ ସେମାନଙ୍କ ମୁହଁରୁ ଶୁଣନ୍ତୁ ଯେ ସରକାରଙ୍କର ଆଭିମୁଖ୍ୟ କଣ ଏବଂ ସରକାର କଣ ତମମାନଙ୍କ ପାଇଁ କରିବାକୁ ଚାହୁଁଛନ୍ତି। ଗୋଟିଏ କଥା ଆମମାନଙ୍କ ମନରେ ଅଛି ଯେ ଓଡ଼ିଆ ସିନେମା କେମିତି ଭାବରେ ଆଉ ଟିକେ ଉପରକୁ ଯିବ, କେମିତି ତାର ଉନ୍ନତୀ ହେବ ।ଲୋକମାନେ କେମିତି ଆସି ଆମ ସିନେମା ଦେଖିବେ ଆଉ ଆମ ସିନେମା ଆଉ ଟିକେ ଆଦୃତ ହେବ ।
ତେଣୁ ସେହି ଆଦୃତ ପାଇବା ପାଇଁ ତ ଏତେ ପ୍ରଚେଷ୍ଟା। ମୁଁ ଯଦି ସିନେମାଟିକୁ ମୋ ପରିବାର ବୋଲି କହୁଛି ତାହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଆମର କିଛି ଅସୁବିଧା ନାହିଁ। ଆମର ଓଡ଼ିଶା ପ୍ରଥମେ ସିନେମାଟିକୁ ଶିଳ୍ପର ମାନ୍ୟତା ଦେଇଥିଲା, ଇଣ୍ଡଷ୍ଟ୍ରିର ମାନ୍ୟତା ଦେଇଥିଲା। ବର୍ତ୍ତମାନ ପୋଲିସିଟି ଯେତେବେଳେ ଫୁଲ୍ ଫେଜ୍ ରେ ଆସିଯିବ ଆପଣମାନେ ଦେଖିବେ ଅନେକଗୁଡ଼ିଏ କଥାର ସମାଧାନ ଛାଁଛାଁ ହେଇଯିବ ।