ବିଶ୍ୱକପ ଉପରେ ପାଦ ରଖିଥିଲେ ଏବେ ନାମ ନେବେ।

ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖି ଅସମ୍ମାନ କରିଥିଲେ ମିଚେଲ ମାର୍ସ ଏବେ ନାମ ନେବେ।ବିଶ୍ୱକପ ଟ୍ରଫି ଉପରେ ପାଦ ଥୋଇଥିଲେ ବିଶ୍ୱକପ ଜିତିବା ପରେ ଅପମାନ ଦେଇଥିଲେ। ଏବେ ମିଚେଲ ମାର୍ସ ନାମ ନେବେ। କଙ୍ଗାରୁ ଦଳର ବ୍ୟାଟର ପୁରା ଫସିବେ।୨୦୨୩ ବିଶ୍ୱକପ ଜିତି ଷଷ୍ଠ ଥର ପାଇଁ ବିଶ୍ୱ ଚମ୍ପିୟାନ ହୋଇଛି ଅଷ୍ଟ୍ରେଲିଆ। ଗତ ରବିବାର ଫାଇନାଲ ମ୍ୟାଚରେ ଭାରତ ଭାରତକୁ ପରାସ୍ତ କରି ବିଶ୍ୱକପ ଟ୍ରଫି ହାତେଇ ନେଇଥିଲା କଙ୍ଗାରୁ ଦଳ। ହେଲେ ଟ୍ରଫି ଜିତିବା ପରେ ଅଷ୍ଟ୍ରେଲିଆ ଦଳ ଯେଉଁ ଅହଂକାର ଦେଖାଇଥିଲା ତାହା ଗୋଟେ କ୍ରିକେଟ ପ୍ରେମୀଙ୍କ ମନକୁ ଆଘାତ ଦେଇଥିଲା।

ଅଷ୍ଟ୍ରେଲିଆ ଖେଳାଳି ମିଚେଲ ମାର୍ସ ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ଫୋଟ ସେୟାର କରିଥିଲେ। ଯାହା ଭାଇରାଲ ହେବା ପରେ ତାଙ୍କୁ କଡା ସମାଲୋଚନା କରାଯାଇଥିଲା।ଭାରତରେ ଖେଳା ଯାଇଥିବା ICC ଦିନିକିଆ ପୁରୁଷ ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆ ଚାମ୍ପିୟାନ ହେବା ପରେ ଏହି ଦଳର ଗର୍ବର ସୀମା ଟପି ଥିଲା। ବିଶ୍ୱକପ ଟ୍ରଫି ଜିତିବା ପରେ ଡ୍ରେସିଂ ରୁମରେ ମିଚେଲ ମାର୍ସ ଏକ ସଫା ଉପରେ ବସି ଚଟାଣରେ ବିଶ୍ୱକପକୁ ରଖି ତା ଉପରେ ଗୋଡ଼ ଥୋଇଥିଲେ। ଆଉ ଏହି ସମୟରେ ସେ ହାତରେ ଏକ ବୀୟର ଗ୍ଲାସ ମଧ୍ୟ ଧରିଥିଲେ। ଯାହାର ଫୋଟକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ବ୍ୟାଟ କମିନ୍ସ ଏବଂ ଏହି ଫୋଟ ଭାଇରାଲ ହେବା ପରେ ଲୋକେ ଖୁବ ନିନ୍ଦା କରିଥିଲେ।

ତେବେ ଏଥିରେ ସବୁଠାରୁ ଅଧିକ ଅପମାନିତ ଅନୁଭବ କରିଥିଲେ ଭାରତୀୟ ମାନେ କାରଣ ଏହି ବିଶ୍ୱକପର ଆୟୋଜକ ଦେଶ ଥିଲା ଭାରତ। ଆଉ ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇ ଥିଲେ କଙ୍ଗାରୁ ଦଳର ଏହି ଖେଳାଳି। ଯାହାକୁ ନେଇ ତାଙ୍କ ନାଁରେ ଥାନାରେ ଏତଲା ହୋଇଛି।

ବିଶ୍ୱକପ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କ ଅସମ୍ମମାନ କରିଥିବା ନେଇ ଦିଲ୍ଲୀ ଗେଟ ପୋଲିସ ଷ୍ଟେସନରେ ମିଚେଲ ମାର୍ସଙ୍କ ବିରୋଧ ଲିଖିତ ଅଭିଯୋଗ ହୋଇଛି। ବାଲିଗଡ଼ର ସୂଚନା ଅଧିକାର କର୍ମୀ ପଣ୍ଡିତ କେଶବ ମାର୍ସଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ଆଧାରରେ ମିଚେଲ ମାର୍ସଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗର କପି ପ୍ରଧାନମନ୍ତ୍ରୀ ଏବଂ ଖେଳମନ୍ତ୍ରୀଙ୍କୁ ଦେଇଛନ୍ତି ପଣ୍ଡିତ କେଶବ।

ଭାରତ ଅଷ୍ଟ୍ରେଲିଆ ମ୍ୟାଚରେ ମିଚେଲ ମାର୍ସଙ୍କ ଖେଳିବା ଉପରେ ଆଜୀବନ କଟକଣା ଲଗାଯାଉ ବୋଲି ସେ ଦାବି କରିଛନ୍ତି।ତେବେ ଏଠାରେ ଆମେ ଜଣେଇ ଦେବାକୁ ଚାହିଁବୁ କି ବିଶ୍ୱକପ ଫାଇନାଲ ମ୍ୟାଚରେ ମିଚେଲ ମାର୍ସ ୧୫ ବୋଲରୁ ମାତ୍ର ୧୫ ରନ କରିଥିବା ବେଳେ ୨ ଓଭର ବୋଲିଂ କରି କୌଣସି ୱକେଟ ପାଇନଥିଲେ। ହେଲେ ଦଳ ଟ୍ରଫି ଜିତିବା ପରେ ତାଙ୍କର ଅହଂକାର ପୂର୍ଣ୍ଣ ଆଚରଣ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟର ସମ୍ମାନରେ ଆଞ୍ଚ ଆଣିଛି।

Leave a Reply

Your email address will not be published. Required fields are marked *