ଏତେ କମ୍ ବର୍ଷରେ ମୁଁ ଶାଶୂ ହୋଇଛି…

ଟିଭି ପରଦାରେ ଦୁଇଜଣଙ୍କୁ ଆପଣମାନେ ଖୁବ୍ ସାରା ଭଲପାଇବା ଦିଅନ୍ତି ଆଉ ସେଥିପାଇଁ ବୋଧେ ସେ ବାଛିଛନ୍ତି ଯେ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ଘରକୁ ଆସି ଆହୁରି ଭଲପାଇବା ସାଉଁଟିବେ, ସେମାନେ ହେଉଛନ୍ତି ‘ତୁ ଖରା ମୁଁ ଛାଇ’ ର ଲିଡ୍ କ୍ୟାରେକ୍ଟର୍ ମାନିନୀ ଏବଂ ଏଜେ।

କହିବାକୁ ଗଲେ ତ ବହୁତ୍ ଖୁସି ଲାଗୁଛି କାହିଁକି ନା ଆମେମାନେ ସମସ୍ତେ ସୁଟିଂ ରେ ବ୍ୟସ୍ତ ଥାଉ ତା ଭିତରେ ବି ଫ୍ୟାନ୍ ମାନଙ୍କର ଏତେ ସାରା ଭଲପାଇବା ବଟ୍ ଆମେ ତାଙ୍କୁ ଦେଖା କରି ପାରୁନା କେଉଁଠି ନା କେଉଁଠି ମନ ଦୁଃଖ ବି ହୁଏ ଏଇଟା ତ ଫାଷ୍ଟ ଟାଇମ୍ ପାଇଁ ହେଇଛି ତ ଜି ସାର୍ଥକ କୁ କହିବୁ କି ଆମକୁ ଆମ ଫ୍ୟାନ୍ ମାନଙ୍କ ସହିତ ଦେଖା କରିବାର ଗୋଟେ ସୁଯୋଗ ତାଙ୍କୁ ବି ଆମ ସହିତ ଦେଖା କରିବାର ସୁଯୋଗ ଯେଉଁ ମାନେ କି ଆମ ମାନଙ୍କୁ ବହୁତ୍ ଭଲପାଉଛନ୍ତି ତ ବହୁତ ହି ଖୁସି ଲାଗୁଛି।

ଆମେ ଏଇଠିକି କ’ଣ ପାଇଁ ଆସିଛୁ ଏଇଟା ହେଉଛି ଗୋଟେ ପ୍ରଶ୍ନ, ତ କହିଦେବାକୁ ଚାହୁଁଛୁ କି ଜନ୍ମାଷ୍ଟମୀ ରେ ଆମର ଗୋଟେ କଣ୍ଟେଷ୍ଟ ହେଇଥିଲା ଯେଉଁଥିରେ କି ଲୋକମାନେ ନିଜର କୁନି କୁନି ପିଲାମାନଙ୍କୁ ସୁନ୍ଦର ସୁନ୍ଦର କ୍ରିଷ୍ଣା କିମ୍ବା ରାଧା କରି ଜି ସାର୍ଥକ ଜନ୍ମାଷ୍ଟମୀ ହଆଷ୍ଟ୍ରଆକ୍ କଣ୍ଟେଣ୍ଟ୍ ଦେଇକି ପୋଷ୍ଟ କରିବେ ଆଉ ସେଇ ଭିତରୁ ଆମକୁ ଉଇନର୍ ବାଛିବାର ଥିଲା। ସସ୍ମିତା ନାୟକ ଯିଏକି ଆମେ ଯାହାଙ୍କ ଘରେ ବର୍ତ୍ତମାନ ଅଛୁ ।

ତାଙ୍କର ଗୋଟେ କୁନି ଝିଅ ବହୁତ୍ ହି କ୍ୟୁଟ୍ ତା ନା ହେଉଛି ଶ୍ରୀନିକା ତ ସିଏ କ୍ରିଷ୍ଣା ହେଇଥିଲେ ଆଉ ସିଏ ଉଇନର୍ ହୋଇଛନ୍ତି ସେଥିପାଇଁ ଆମେ ଆସିଛୁ ତାଙ୍କୁ ଦେଖା କରିବାକୁ। ଆମେ ଦୁଇଜଣ ଆସିଲା ବେଳେ ଝଗଡ଼ା ଲାଗୁଥିଲୁ ଏଇଥି ପାଇଁ ଝଗଡ଼ା ଲାଗୁଥିଲୁ କି ରାସ୍ତାରେ ଆସିଲା ବେଳେ କଥା ହେଉଥିଲୁ କି ସେ ପୁଅ କି ଝିଅ ଆଉ ସେଇ କଥାକୁ ନେଇକି ଆମେ ଦୁଇଜଣ ଟିକେ ଝଗଡ଼ା ଲାଗି ଯାଇଥିଲୁ ଆଉ ଏଇଠିକି ଆସିଲା ପରେ ଜଣା ପଡ଼ିଲା କି ସେ ଝିଅ ବୋଲି। ସବୁଦିନ ସାଢ଼େ ଆଠଟା ବେଳେ ଶ୍ରୀନିକା ଦେଖୁଛନ୍ତି ତୁ ଖରା ମୁଁ ଛାଈ କିନ୍ତୁ ସାମ୍ନାରେ ଦେଖିକି ଆମକୁ ଜାଣି ପାରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *