ମାତ୍ର ୨୯ ବର୍ଷ ହେଲେ ଖେଳାଉ ନାହାଁନ୍ତି।
ଭଲ ଫର୍ମରେ ଥାଇ ମଧ୍ୟ କଣ ପାଇଁ ଭାରତୀୟ ଦଳରୁ ବାଦ ପଡିଲେ ସଞ୍ଜୁ ସାମଶନ?ମାତ୍ର୨୯ ବର୍ଷ ଦମଦାର ଫର୍ମ ହେଲେ ଦଳରୁ ବାହାର। କୋଉବି ମ୍ୟାଚରେ ସୁଯୋଗ ମିଳୁନାହିଁ। ୱାଣ୍ଡେରେ କି ଟେଷ୍ଟରେ ମିଳିଲାନି ଏବେ ଟି-୨୦ ରୁ ବି ବାହାର।ସଞ୍ଜୁ ସାମଶନ ଦମଦାର ଫର୍ମ ସହିତ ଭଲ ରେକର୍ଡ। ୱାଣ୍ଡେରେ ଭଲ ଏକ୍ସପ୍ରିଏନ୍ସ। ବୟସ ମଧ୍ୟ କମ। ଆଗକୁ ଭବିଷ୍ୟତ ବହୁତ ଭଲ। ହେଲେ ଇଏ ଏମିତି ଜଣେ ଖେଳାଳି ଯିଏ କ୍ରିକେଟ ଦୁନିଆକୁ ଆସିବା ବୋଧେ ଭୁଲ କରିଦେଇଛନ୍ତି। ବୋଧେ ୟାଙ୍କର କ୍ରିକେଟ ଦୁନିଆକୁ ଆସିବାର ନଥିଲା। କାରଣ ଗୋଟିଏ ପରେ ଗୋଟିଏ ସୁଯୋଗ ହାତ ଛଡା ହେଉଛି ହେଲେ ମିଳିପାରୁନାହିଁ ଭାରତୀୟ ଦଳରେ ସାମିଲ ହେବା ପାଇଁ।
ଭଲ ଖେଳି ମଧ୍ୟ BCCIଙ୍କ ନଜରକୁ ଆସିପାରୁନାହାନ୍ତି। BCCIଙ୍କ ଅଣଦେଖାରେ ଭାରତୀୟ ଦଳ ପାଇଁ କିଛି ବି କମାଲ କରି ପାରୁନାହାନ୍ତି। ନାଁ ଟେଷ୍ଟ ନାଁ ୱାଣ୍ଡେ ନାଁ ଏବେ ଟି-୨୦ କେଉଁଥିରେ ବି ସୁଯୋଗ ମିଳିପାରୁନାହିଁ।ହଁ ଆଜ୍ଞା ଏମିତି କିଛି ପ୍ରତିଥର ହେଉଛି ବ୍ୟାଟର ସାମଶନଙ୍କ ସହିତ। ଯିଏ ଏବେ କାହାକୁ କିଛି ନକହି କେବଳ ଅଭ୍ୟାସ କରିବାରେ ଲାଗିଛନ୍ତି ଆଉ ଅପେକ୍ଷା କରିଛନ୍ତି ସୁଯୋଗକୁ।
ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ପାଇଁ ଦଳ ଘୋଷଣା କରାଗଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ଭାରତ ପାଖରେ ସଞ୍ଜୁ ସାମଶନଙ୍କ ଭଳି ଭଲ ଖେଳାଳି ଥାଇ ମଧ୍ୟ ସୂର୍ଯ୍ୟ କୁମାରଙ୍କୁ ଅଧିନାୟକ କରାଯାଇଥିଲା। ଯିଏ ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ। ହେଲେ ଜଣେ ଭଲ ଏବଂ ଦମଦାର ବ୍ୟାଟର ଥାଇ ମଧ୍ୟ ତାଙ୍କୁ ସୁଯୋଗ ମିଳୁନାହିଁ। ତାଙ୍କୁ BCCI ପାଦ ତଳେ ଚାପି ରଖିଛି।
ତେବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜରେ ଦଳରେ ବହୁତ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା ହେଲେ ସଞ୍ଜୁ ସାମଶନ କୁଆଡେ ଉଭେଇ ଯାଇଛନ୍ତି। ଭଲ ଫର୍ମରେ ଥାଇ ମଧ୍ୟ ସଞ୍ଜୁଙ୍କୁ ବସାଇ ଦିଆଯାଇଛି। ଖାଲି ସଞ୍ଜୁ ନୁହଁନ୍ତି ଇଟ୍ସବେନ୍ଦର ଚହଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରୁନାହିଁ। ସ୍ପୀନ ବୋଲିଂରେ ମଧ୍ୟ ତାଙ୍କର ଭଲ ରେକର୍ଡ ରହିଛି। ୱେକେଟ ଟେକର ବୋଲର ହେଉଛନ୍ତି ଚହଲ। ହେଲେ ବିଶ୍ୱକପରୁ ବାହାରିଲେ ଆଉ ଏବେ ଅଷ୍ଟ୍ରେଲିଆ ସିରିଜରୁ ମଧ୍ୟ ଦଳ ବହାରେ ରହିଛନ୍ତି। ସେପଟେ ନେଇ ପନିଟିସ ଏଣ୍ଟ୍ରି କରିଛି। ସୋସିଆଲ ମିଡିଆରେ ସୋସି BCCIଙ୍କୁ ଟାର୍ଗେଟ କରିଛି।
ସୋସି କହିଛନ୍ତି କି ବିଶ୍ୱକପରେ ସାମଶନ ଖାଲି ଖେଳି ନାହାଁନ୍ତେ। ସିନିୟର ଖେଳାଳିଙ୍କ ସହ ଖେଳି ମଧ୍ୟ ସେ ଅଧିନାୟକ ରହିବାର ତାଙ୍କର ସାମର୍ଥ୍ୟ ଥିଲା। ହେଲେ ତାଙ୍କୁ ବିଶ୍ୱକପରେ ବାହାର କରାଗଲା ଆଉ ଏବେ ଅଷ୍ଟ୍ରେଲିଆ ସହ ୨୦-୨୦ ସିରିଜ ମ୍ୟାଚରେ ମଧ୍ୟ ବାହାର କରି ଦିଆଯାଇଛି।
ଭାରତୀୟ କ୍ରିକେଟ ବୋର୍ଡ ଏକ ଭଲ ଖେଳାଳି ପ୍ରତି ଖରାପ କରୁଛି ବୋଲି ତାଙ୍କ ପୋଷ୍ଟରୁ ସଫା ସଫା ଜଣାପଡୁଛି। ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଭାରତୀୟଦଳର ସବୁ ଫୋର୍ମାଣ୍ଟରୁ ବାହାରେ ରହିଛନ୍ତି ସାମଶନ। ୱେଏଟ ବୋଲ ରେଡ଼ ବୋଲ ଏବଂ ଟି-୨୦ ଫୋର୍ମାଣ୍ଟରେ ବି ମଧ୍ୟ ବାହାରେ ରହିଛନ୍ତି। ଯାହା ସବୁଠାରୁ ଚିନ୍ତାଜନକ ବିଷୟ।