୩ ବର୍ଷ ତଳର କୋହ। ଶେଷରେ ମୋଦୀ ବୁଝିଲେ ସାମୀଙ୍କ ଦୁଃଖ।

ସାମୀଙ୍କ ଦୁଃଖ ବୁଝିପାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩ ବର୍ଷ ତଳର ଦୁଃଖକୁ ଛାତିରେ ଚାପି ଧରିଥିଲେ ସାମୀ।ସ୍ତ୍ରୀ କଷ୍ଟ ଦେଲା ମୋଦୀ ଛାତିରେ ଲଗାଇଲେ। ସ୍ତ୍ରୀ ଘୃଣା କଲେ ମୋଦୀ ପ୍ରଶଂସା କଲେ। ହାରିଗଲି ବୋଲି କହି ମୋଦିଙ୍କୁ କୁଣ୍ଢାଇ ଧରିଲେ ସାମୀ। ସାମୀଙ୍କ ଲୁହ ପୋଛି ମୋଦୀ ପୁଣି କଲେ ପ୍ରଶଂସା।ସ୍ତ୍ରୀ ହସିନ ଜାହାନଙ୍କ ପାଇଁ ଦିନେ ଜୀବନକୁ ସାରିଦେବାକୁ ଚାହୁଁଥିଲେ ସାମୀ। ଏମିତିକି ୩ ଥର ପ୍ରୟାସ କରିଥିଲେ ଜୀବନକୁ ଶେଷ କରିବା ପାଇଁ।ପୁଣି ଫେରିଥିଲେ ଫମକୁ। ପୁରା ବିଶ୍ୱକପ ମ୍ୟାଚରେ ଦେଖାଇଥିଲେ ନିଜର ଚମକ। ସମସ୍ତଙ୍କ ଠାରୁ ଅଧିକ ୱକେଟ ନେଇଥିଲେ। ଏମିତିକି ସେମିଫାଇନାଲ ଦିନ ସାମୀଙ୍କୁ ପୁରା ଭାରତ ପ୍ରଶଂସା କରି କରି ଥକି ଯାଇଥିଲା।

ହେଲେ ସେଦିନ ବି ସ୍ତ୍ରୀ ହସିନ ଜାହାନଙ୍କ ପାଟିରୁ ସାମୀଙ୍କ ପାଇଁ ପଦଟିଏ ବି କିଛି ବହାରିନଥିଲା। ଯଦି ବାହାରିଥିଲା ତ କେବଳ ଘୃଣାର ଶବ୍ଦ ବାହାରୁଥିଲା। ଏପଟେ ସେ ଫାଇନାଲ ଦିନ ବି ଭଲଭାବରେ ଖେଳି ପାରିନଥିଲେ। ଆଉ ଭାରତ ବି ହାରିଯାଇଥିଲା। ଆହୁରି ଅନେକ କଥା ସାମୀଙ୍କୁ ଶୁଣାଇଥିଲେ ସ୍ତ୍ରୀ ହସିନ ଜାହାନ।ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ କିଛି ଏଭଳି କଥା ସବୁ ଯାହାକୁ ନେଇ ଭାଙ୍ଗି ପଡୁଥିଲେ ସାମୀ। ଆଉ ସାମୀ ଏତେ ଭାଙ୍ଗିପଡିଥିଲେ ଯେ ଶେଷରେ ଏକା କାନ୍ଦୁଥିଲେ। ଆଖି ଛଳ ଛଳ ହୋଇ ରହୁଥିଲା। ଆଉ ଉପରେ ଉପରେ ହସୁଥିଲେ।

ଠିକ ସେହି ସମୟରେ ପହଂଚିଯାନ୍ତି ଏପଟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଫୋଟଟିକୁ ଆପଣମାନେ ଦେଖି ପାରୁଥିବେ। ଏଇ ଫୋଟ ସେହି ସମୟର ଯେତେବେଳେ ମୋଦୀ ସାମୀଙ୍କୁ ଛାତିରେ ଲଗାଇ ଧରିଥିଲେ। ଆଉ ସାମୀ ନିଜ ଭିତରର ସବୁ କଷ୍ଟକୁ କିଭଳି ମୋଦିଙ୍କ ଆଗରେ କହି ଦେଉଛନ୍ତି।

ଏହି ଫୋଟରୁ ଆପଣ ଜାଣି ପାରୁଥିବେ ମୋଦୀ ଧୀରେ ଧୀରେ ସାମୀଙ୍କୁ କହିଛନ୍ତି ତମେ ବହୁତ ଭଲ ପ୍ରଦର୍ଶନ କରିଛ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ହୁଏତ ଜାଣିଥିବେ ଯେତେବେଳେ ସେମିଫାଇନାଲରେ ସାମୀ ଭଲ ଖେଳୁଥିଲେ ସେତେବେଳେ ସାରା ଦେଶ ପ୍ରଶଂସାରେ ପୋତି ପକାଇଥିଲା ସାମୀଙ୍କୁ। ଠିକ ସେହି ସମୟରେ ତାଙ୍କ ଜୀବନରେ ସବୁ ପୃଷ୍ଠା ଓଲଟା ହୋଇଥିଲା। ସମସ୍ତେ ଚର୍ଚ୍ଚା କରୁଥିଲେ ଯେ ମହମ୍ମଦ ସାମୀ କେବେ ବାହା ହୋଇଥିଲେ କାହାକୁ ବାହା ହୋଇଥିଲେ ଆଉ ତାଙ୍କ ସ୍ତ୍ରୀ ଏବେ କେଉଁଠି ଅଛନ୍ତି। ଆଉ ସେତେବେଳେ ଜଣା ପଡିଥିଲା ଯେ ସାମୀଙ୍କ ଜୀବନ ଏତେ ସରଳ ବା ଏତେ ସୁନ୍ଦର ନୁହେଁ। ଯେତିକି ଲୋକେ ଦେଖୁଛନ୍ତି ଆଜି ଯେତିକି ଲୋକେ ପ୍ରଶଂସା କରୁଛନ୍ତି ତାଙ୍କ ଜୀବନ ଆହୁରି କଷ୍ଟଦାୟକ।

୩ ବର୍ଷ ତଳେ ସାମି ଚାହୁଁଥିଲେ ଏ ଦୁନିଆରେ ନରହିବା ପାଇଁ। ଆଉ ସେ କଥାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁଭଳି ଭାବରେ ପତ୍ନୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଭାଙ୍ଗି ପଡ଼ିଥିଲେ ସାମୀ।ଏ ହେଉଛନ୍ତି ସେଇ ସାମୀ ଯାହାଙ୍କ ନାଁରେ ସ୍ତ୍ରୀ ଅଭିଯୋଗ ଆଣିଥିଲା। ସାମୀ କୁଆଡେ ଦେଶ ଦ୍ରୋହୀ କାମ କରୁଛନ୍ତି। ମ୍ୟାଚ ଫିକ୍ସିଂ ବାବଦକୁ କୁଆଡେ ଟଙ୍କା ନେଇଛନ୍ତି। ଏଭଳି ସଂଘୀନ ଅଭିଯୋଗ କରିବା ପରେ ସାମୀଙ୍କ ଉପରେ ବଡ଼ ପ୍ରଭାବ ପଡିଥିଲା। କିଛି ଦିନ ପାଇଁ ସେ ଖେଳି ପାରିନଥିଲେ। ଆଉ ସେହି କଥାକୁ ନେଇ ଅନେକ ଚର୍ଚ୍ଚା ହେଲା। ଆଉ ସେହି ସମୟରେ ଡିପ୍ରେସନକୁ ଚାଲି ଯାଇଥିଲେ ସାମୀ। ଆଉ ଖେଳି ପାରିନଥିଲେ କ୍ରିକେଟ।

ଆଉ ସାମୀ କହିଥିଲେ ଗୋଟିଏ ଗଣ ମାଧ୍ୟମରେ ମୁଁ ମୋ ଦେଶ ସହିତ କେବେ ଗରଦାରୀ କରିବି ନାହିଁ। ଆଉ ଯୋଉ ଦିନ ଏମିତି କରିଦେବି ତା ପୂର୍ବରୁ ମୁଁ ମୋ ନିଜକୁ ନିଜେ ମାରି ଦେଇଥିବି ଏଭଳି କିଛି କହିଥିଲେ ସାମୀ।ଠିକ ଦେଖାଗଲା ସେମିଫାଇନାଲରେ ଯେତେବେଳେ ସାମି ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଫାଇନାଲ ଦିନ ଯେଉଁଭଳି ଭାବେ ନିରାଶାର ସହିତ ପଡ଼ିଆରେ ଫେରିଥିଲେ ସାମୀ ସେତେବେଳେ ସମସ୍ତଙ୍କ ମନ ଦୁଃଖ ହୋଇଯାଇ ଥିଲା।

୭ ଟି ୱକେଟ ନେବଥିବା ବୋଲର ଫାଇନାଲରେ ମାତ୍ର ଗୋଟିଏ ୱକେଟ ନେଇ ଆଉ ଆଗକୁ ବଢି ପାରିଲେ ନାହିଁ। ଆଉ ଭାରତ ହାରି ଯାଇଥିଲା ଏବଂ ଅଷ୍ଟ୍ରେଲିଆ ଜିତି ଯାଇଥିଲା।ଏଭଳି ସ୍ଥିତିରେ ମୋଦି ସାମୀଙ୍କ ପାଖରେ ପହଁଚି କିଛି ସାନ୍ତନା ଦେଇ କହିଛନ୍ତି। ସାମୀ ତମେ ମନ ଦୁଃଖ କରନି ତମେ ଭଲ ପ୍ରଦର୍ଶନ କରିଛ। ତମେ ବହୁତ ଆଗକୁ ଯାଅ।

Leave a Reply

Your email address will not be published. Required fields are marked *