କୋହଲି କା-ନ୍ଦିଲା ଦେବ ମ-ରିଲା।

ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ କା-ନ୍ଦ ସହିପାରିଲାନି ଦେବ…. ଏ ଦୁନିଆକୁ ଛାଡି ଚାଲିଗଲା।କ୍ରିକେଟ ଖେଳ ପାଇଁ ଦେବ ଚାଲିଗଲା। ଅନ୍ତନ୍ତ ଅଷ୍ଟ୍ରେଲିଆ ଏ ଦେବଙ୍କ ଠାରୁ ଏତିକି ଶିଖିବାର ଥିଲା। ଜଣେ କ୍ରିକେଟ ଖେଳୁନି କିନ୍ତୁ କ୍ରିକେଟକୁ ଏତେ ଭଲ ପାଏ ଯେ ତା ଜୀବନ ଚାଲିଗଲା। ସବୁଦିନ ପାଇଁ ଶୋଇ ପଡ଼ିଲା କାରଣ ସେ ଯାହାକୁ ଭଲ ପାଏ ରୋହିତ ଶର୍ମା ବିରାଟ କୋହଲି ଏମାନଙ୍କ କା-ନ୍ଦିବା ସେ ଦେଖିପାରିଲା ନାହିଁ

କିନ୍ତୁ ଅଷ୍ଟ୍ରେଲିଆ ସେହି ମ୍ୟାଚ ଜିତିଲା ଯେଉଁ ମ୍ୟାଚ ଜିତି ସାରିବା ପରେ ତାକୁ ଏ ବିଶ୍ୱକପ ଦିଆଗଲା ସେ ଏଇ ବିଶ୍ୱକପ ଉପରେ ପାଦ ରଖିଛି। ଅନ୍ତତଃ ପକ୍ଷେ ଏହି ଦୃଶ୍ୟକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ଯାଜପୁର ଜିଲ୍ଲା ବିଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତ କୁଲା ସାହିର ନୀଳମଣି ଦାସଙ୍କ ସାନ ପୁଅ ଦେବ ରଞ୍ଜନ ଦାସ ଯେତିକି କ୍ରିକେଟକୁ ଭଲ ପାଆନ୍ତି କିନ୍ତି ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଅନ୍ତତଃ ପକ୍ଷେ ସେତିକି ଭଲ ପାଏନି କ୍ରିକେଟ ଖେଳକୁ।ଖାଲି ଦେବ ଠାରୁ ନୁହେଁ ସଚିନ ତେନ୍ଦୁଲକର କପିଲଦେବ ଏବଂ ମହେନ୍ଦ୍ର ସିଂ ଧନୀଙ୍କ ଠାରୁ ବି ଅନେକ କିଛି ଶିଖିବାର ଅଛି ଅଷ୍ଟ୍ରେଲିଆ ଦଳକୁ।

୬ ଟା ବାଡ଼ି ପ୍ରତି ହାତରେ ଗୋଟିଏ ବ୍ୟାଟ ଧରି ବୋଲକୁ ପି-ଟି ଜିତିଗଲେ ତମେ ବିଶ୍ୱକପ ଜିତି ଯାଇପାର ଅଷ୍ଟ୍ରେଲିଆ କିନ୍ତୁ ମାନବିକତା ନୁହେଁ। ଯେଉଁ କପକୁ ପାଇବା ପାଇଁ ତମେ ଦେଢ଼ ମାସ ଖେଳିଛ ଯେଉଁ କପକୁ ପାଇବା ପାଇଁ ସେମି ଫାଇନାଲରେ ପହଁଚିବା ପାଇଁ ଦିନ ରାତିକୁ ଏକ କରିଦେଇଛ ଯେଉଁ ସଫଳତା ଟିକକ ପାଇବା ପାଇଁ ତୁମେ ତୁମ ଦେହକୁ ମାଟି ସହିତ ସମାନ କରିଦେଇଛ ଆମେ ଖୁସି ତୁମ ଖେଳ ପାଇଁ। କିନ୍ତୁ ଆମେ ଦୁଃଖୀ ତୁମର ଏଇ ବ୍ୟବହାର ଆଚରଣ ପାଇଁ।ଆଖି ଯଦି ଅଛି ଟିକେ ଆଖି ଖୋଲି ଦେଖିନିଅ କାନ ଯଦି ଅଛି କାନ ଖୋଲି ଶୁଣି ନିଅ ଏ ହେଉଛନ୍ତି କ୍ରିକେଟର କିମ୍ବଦନ୍ତୀ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର।

ଯେତେବେଳେ ଭାରତ ଜିତି ଥିଲା ବିଶ୍ୱକପ ସେ ବିଶ୍ୱକପକୁ ଓଠରେ ଲଗାଉଥିଲେ। ୟାଙ୍କୁ ତ ଆପଣ ମାନେ ନିଶ୍ଚୟ ଚିନ୍ହି ଥିବେ ଏ ହେଉଛନ୍ତି ଲମ୍ବା ବାଳ ରଖୁଥିବା ମହେନ୍ଦ୍ର ସିଂ ଧନୀ। ହେଲିକେପ୍ଟର ଛକା ମାରନ୍ତି। ଯେତେବେଳେ ବିଶ୍ୱକପ ଜିତିଥିଲେ ଲଣ୍ଡା ହୋଇଥିଲେ। ଏଇ ବିଶ୍ୱକପକୁ ସମ୍ମାନ ଦେବା ପାଇଁ।ୟାଙ୍କୁ ତ ଆପଣ ଭଲ ଭାବରେ ଚିନ୍ହି ଥିବେ ଏ ହେଉଛନ୍ତି କପିଲ ଦେବ ୧୯୮୩ ମସିହାରେ ଯେତେବେଳେ ବିଶ୍ୱକପ ଜିତିଥିଲେ ବିଶ୍ୱକପକୁ ପାଦରେ ନୁହେଁ ମୁଣ୍ଡରେ ମୁଣ୍ଡାଇ ସମସ୍ତଙ୍କୁ ଦେଖାଇଥିଲେ କାରଣ ଏ ହେଉଛି ବିଶ୍ୱ। ବିଶ୍ୱ କାହାକୁ କୁହାଯାଏ ଅଷ୍ଟ୍ରେଲିଆ ଖେଳାଳି ଆମେ ଜାଣିନୁ କିନ୍ତୁ ଆମେ ଜାଣିଛୁ କିଛି ଲୋକଙ୍କୁ ନେଇ ଗୋଟେ ପରିବାର।

କିଛି ପରିବାରକୁ ନେଇ ଗୋଟେ ସାହି କିଛି ସାହିକୁ ନେଇ ଗୋଟେ ୱାର୍ଡ। କିଛି ୱାର୍ଡକୁ ନେଇ ଗୋଟେ ଗ୍ରାମ। କିଛି ଗ୍ରାମକୁ ନେଇ ଗୋଟେ ଗ୍ରାମ ପଞ୍ଚାୟତ। କିଛି ଗ୍ରାମ ପଞ୍ଚାୟତକୁ ନେଇ ଗୋଟେ ବ୍ଲକ। କେତେ ଗୁଡିଏ ବ୍ଲକକୁ ନେଇ ଗୋଟିଏ ଜିଲ୍ଲା। କେତେ ଗୁଡିଏ ଜିଲ୍ଲାକୁ ନେଇ ଗୋଟିଏ ରାଜ୍ୟ। କେତେ ଗୁଡିଏ ରାଜ୍ୟକୁ ନେଇ ଗୋଟେ ଦେଶ। କେତେ ଗୁଡିଏ ଦେଶକୁ ନେଇ ବିଶ୍ୱ ହୋଇଛି।

ଆଉ ସେହି ବିଶ୍ୱକପକୁ ତମେ ଯେତେବେଳେ ଜିତି ସାରିଛ ତମ ଖେଳକୁ ଆମେ ପ୍ରଶଂସା କରୁଛୁ। ତୁମ ଖେଳ ପ୍ରତି ଥିବା ଭଲପାଇବାକୁ ଆମେ ପ୍ରଶଂସା କରୁଛୁ କିନ୍ତୁ ବିଶ୍ୱକପକୁ ଯେଉଁ ଅପମାନ କରିଛ ସେଥିପାଇଁ ତୁମକୁ ଭଗବାନ ବି କ୍ଷମା କରିବେ ନାହିଁ। ଅନ୍ତତଃ ପକ୍ଷେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମହେନ୍ଦ୍ର ସିଂ ଧନୀ କପିଲ ଦେବଙ୍କ ଠାରୁ ତୁମର କିଛି ଶିଖିବାର ଅଛି।୨୦୧୧ ମସିହାରେ ଯେଉଁ ବିଶ୍ୱକପ ଭାରତ ଜିତିଥିଲା ସେ ଦିନର ଖେଳ ତମେ ଦେଖିଥିବ ନିଶ୍ଚୟ। ପଡିଆ ଭିତରେ କେବଳ ଲୁହ ଝରିଥିଲା ଖୁସିର ଲୁହ। କିନ୍ତୁ ତମେ ବିଶ୍ୱକପ ଜିତି ସାରିବା ପରେ ତମେ ତାକୁ ପାଦରେ ରଖୁଛ।ବଏହା ତମର ଗର୍ବ ହୋଇପାରେ। ଏହା ତମର ଅହଙ୍କାର ହୋଇପାରେ। କିନ୍ତୁ ମନେରଖ କ୍ଷୀର ଉତୁରିଲେ ଚୁଲିକୁ ଯାଏ।

Leave a Reply

Your email address will not be published. Required fields are marked *