ସାମ୍ନାସାମ୍ନି ହେଲେ ମନୋଜ ଓ ଅନୁଭବ।
ବାଦ ବିବାଦ ପରେ ପୁଣି ଅନୁଭବ ଓ ମନୋଜ ମୁହାଁମୁହିଁ…. ପୁଣି ଚର୍ଚ୍ଚାରେ ଦୁଇ କଳାକାର।ପୁରା ସାମ୍ନାସାମ୍ନି ମନୋଜ ମିଶ୍ର ଓ ଅନୁଭବ ମହାନ୍ତି। ଆଉ ଏବେ ହେବ ଅସଲି ଫାଇଟ। ପୁରା ଫେସ ଟୁ ଫେସ ପୁରା ଡାଇରେକ୍ଟ। ବନ୍ଧୁଗଣ ଆମେ ଏକଥା ଏଇଥି ପାଇଁ କହୁଛୁ କି ସୁବର୍ଣ୍ଣ ପୁର କସଲ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଆଜି କସଲ ମହାବମ ଡାକରା ଦେଇଛି। ଜିଲ୍ଲାରେ ଗାଡି ଚଳାଚଳ ଦୋକାନ ବଜାର ସବୁ ବନ୍ଦ ରହିଛି। ସହରରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ବନ୍ଦ ପାଳନ ହେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ ମୁତାୟନ କରିଛି।
ଏସବୁ ଭିତରେ ଯାହାକୁ ନେଇ କୋଳି ମନୋଜ ମିଶ୍ରଙ୍କର ଫେସବୁକ ପୋଷ୍ଟ ବି ଚର୍ଚ୍ଚାକୁ ଆସିଛି। ଆଉ ମନୋଜ ମିଶ୍ର ଲେଖିଛନ୍ତି ଯିଏ କହୁଥିଲେ ଯେ ଏସବୁର ମୋର ହାତ ନାହିଁ ଭଲ କରି ଦେଖିନିଅନ୍ତୁ ତାଙ୍କର ଫେସବୁକ ପୋଷ୍ଟଟିକୁ।ଯେଉଁଥିରେ ସେ ଲେଖିଛନ୍ତି ଜଣେ କଳାକାର କେବଳ କଳାତ୍ମକ ଅଭିବ୍ୟକ୍ତି ପ୍ରତି ନୁହେଁ ଅଞ୍ଚଳ ପ୍ରତି ଭାଷା ପ୍ରତି ମଧ୍ୟ ଅଙ୍ଗୀକାରବଧତା ରହିବ ବୋଲି ମୁଁ ମନେ କରେ।
ମନୋଜ ବାବୁ ଆପଣଙ୍କ କଥାକୁ ସମସ୍ତେ ସମ୍ମାନ କରୁଛନ୍ତି। ମତେ ଅପମାନିତ କରିବା କଥାକୁ ମୁଁ ସହିଲି କିନ୍ତୁ ସମ୍ବଲପୁରୀ ଭାଷାକୁ ଅସଭ୍ୟ ଭାବରେ ମାନହାନି କରିବା ପଶ୍ଚିମ ଓଡ଼ିଶାର ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ବୋଲି ସ୍ୟୁକାର ନକରିବା ପଶ୍ଚିମାଞ୍ଚଳର କଳାକାର ମାନଙ୍କୁ ଅଞ୍ଚଳଭେଦରେ ଲାଞ୍ଚିତ କରିବା ମା ସମ୍ବଲେଇଙ୍କୁ ମଧ୍ୟ ଗାଳି କରିବା ଆଦିକୁ ମୁଁ ବରଦାସ୍ତ କରି ପାରିବି ନାହିଁ।
ପଶ୍ଚିମାଞ୍ଚଳର ଲୋକଙ୍କ ଭାବାବେଗ ସହିତ ମୁଁ ଥିଲି ରହିଛି ଓ ରହିବି। ଭାଷା ସଂସ୍କୃତି ଅଞ୍ଚଳକୁ ଯେଉଁମାନେ ଅପମାନିତ କରିଛନ୍ତି ତାର ମୁଁ ଦୃଢ଼ ପ୍ରତିବାଦ କରୁଛି।ବନ୍ଧୁଗଣ ଏସବୁ ପୋଷ୍ଟ ପରେ ଆଜିର ଏଇ ଆନ୍ଦୋଳନ ଆଜିର ଏଇ ବନ୍ଦ ଆଜିର ଏଇ ଚକ ନଚାଲିବା ଦୋକାନ ବଜାର ବନ୍ଦ ରହିବା ସବୁକିଛି ଭିନ୍ନ କଥାକୁ ଇଙ୍ଗିତ କରୁଛି।ସେପଟେ ଅନୁଭବ ମହାନ୍ତିଙ୍କ ଫେସବୁକ ପୋଷ୍ଟବି ଟିକେ ଦେଖିନିଅନ୍ତୁ।
ବର୍ଷ ବର୍ଷ ଧରି ପରସ୍ପର ପାଇଁ ରହିଥିବା ଭଲପାଇବା ଓ ସମ୍ମାନକୁ ବୁଝିବାର ସମୟ ଆସିଗଲାଣି। କାହାର ବ୍ୟକ୍ତିଗତ ସ୍ୱାର୍ଥ, ମାଟି ମାର ସମ୍ମାନ ଠାରୁ କଦାପି ବଡ଼ ନୁହେଁ। ଏ ମାଟିର ସ୍ୱାଭିମାନ ପାଇଁ କେତେଯେ ବଳିଦାନ ଦେବାକୁ ପଡିଛି, ଇତିହାସ ହିଁ ତାର ଏକମାତ୍ର ମୁକ ସାକ୍ଷୀ। ସେଇ ବିର ବଳିଦାନ ମାନେ ଲଢ଼ିଥିଲେ ନା ତ ପୂର୍ବ, ନା ପଶ୍ଚିମ ନା ଉତ୍ତର, ନା ଦକ୍ଷିଣ, ନା ମଧ୍ୟମ ଓଡିଶା ପାଇଁ ବରଂ ଲଢ଼ିଥିଲେ ଅଖଣ୍ଡ ଓଡିଶା ପାଇଁ। ଆମର ଏକତା ହିଁ ଆମର ବଳ ଓ ଆମର ପରିଚୟ।ବନ୍ଦେ ଉତ୍କଳ ଜନନୀ।କିନ୍ତୁ ଏବେ ଯାହା ହେଉଛି ତାକୁ ଦେଖିଲେ ଦୁଃଖ ଲାଗୁଛି କଷ୍ଟ ଲାଗୁଛି।