ବିବାହିତ ହୋଇ କାହିଁକି ସାମୀଙ୍କୁ ବାହାହେଲେ ହସିନ।
ମହମ୍ମଦ ସାମୀଙ୍କ ପ୍ରେମ କାହାଣୀ କାହିଁକି ବିବାହିତ ହସିନ ଜାହାନଙ୍କୁ ବାହା ହୋଇଥିଲେ ସାମୀ।ସାମି ଓ ହସିନଙ୍କର କେମିତି ଥିଲା ପ୍ରେମ? ମହମ୍ମଦ ସୈଫଉଦିନ ଥିଲା ପ୍ରଥମ ସ୍ୱାମୀ। କାହିଁକି ସାମୀଙ୍କୁ ଦ୍ୱିତୀୟ ବିବାହ କଲେ ହସିନ? ଆଉ ପ୍ରେମ ବିବାହ ପୁଣି କାହିଁକି ଅଧାରୁ ଭାଙ୍ଗିଗଲା? ହସିନ ଜାହାନ ଓ ସାମୀଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ସାମୀ ଭଲ ପରଫମାନ୍ସ କରିଛନ୍ତି ସେମି ଫାଇନାଲରେ ସେହି ଦିନ ଠାରୁ ଅଧିକ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି।ଯେତେବେଳେ କଥା ଉଠିଛି ସାମୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କାହିଁକି ଏ ଫାଟ ସୃଷ୍ଟି ହେଲା ସେତେବେଳେ କଥା ଉଠୁଛି ଯେ ସାମୀଙ୍କର ଯେଉଁ ସ୍ତ୍ରୀ ରହିଥିଲେ ସେ ଆଗରୁ ଥିଲେ ବିବାହିତା। ହେଲେ ବିବାହିତା ହୋଇ ମଧ୍ୟ କେମିତି ବାହା ହୋଇଥିଲା ସାମୀଙ୍କ ସହିତ। ସାମି ବାହା ହୋଇଥିବା ହସିନ ଜାହାନଙ୍କର ଆଗରୁ ରହିଥିଲା ପ୍ରଥମ ସ୍ୱାମୀ। ସେ ଆଗରୁ ବିବାହିତା ଥିଲେ।
୨୦୧୦ ମସିହାରେ ଡିଭର୍ସ ଦେଇଥିଲେ। ଯାହାଙ୍କର ନାମ ହେଉଛି ମହମ୍ମଦ ସୈଫଉଦ୍ଦିନ। ସେ ୱେଷ୍ଟବେଙ୍ଗଲରେ ରୁହନ୍ତି। ଗୋଟିଏ ଛୋଟିଆ ଗ୍ରସରି ଦୋକାନ ରହିଛି। ଆଜି ବି ସେ ଗ୍ରସରି ଦୋକାନରେ କାମ କରି ନିଜର ପରିବାର ଚଳାଉଛନ୍ତି। ତାଙ୍କୁ ବାହା ହୋଇଥିଲେ ୨୦୦୨ରେ ହସିନ ଜାହାନ। ଆଉ ପରବର୍ତୀ ସମୟରେ ପ୍ରଥମ ସ୍ବାମୀଙ୍କୁ ଛାଡି ମହମ୍ମଦ ସାମୀଙ୍କୁ ବାହା ହୋଇଥିଲେ ହସିନ ଜାହାନ।ଯେତେବେଳେ ସାମୀଙ୍କୁ ବାହା ହୋଇଥିଲେ ହାସିନ ଜାହାନ ସେତେବେଳେ ସାମୀ ଜାଣି ପାରିନଥିଲେ ଯେ ଆଗରୁ ହସିନ ଜାହାନ ହେଉଛନ୍ତି ବିବାହିତା ଏବଂ ତାଙ୍କର ଦୁଇଟି ଝିଅ ମଧ୍ୟ ଥିଲେ। ଏସବୁ କଥାକୁ ନେଇ ଅନେକ ମିଛ କହିଥିଲେ ହସିନ ଜାହାନ।
ଯାହାକି ସାମୀ କହିଥିଲେ ଯେତେବେଳେ ସେ ହସିନ ଜାହାନଙ୍କୁ ବାହା ହେଲେ ସେତେବେଳେ ଦୁଇଟି ଝିଅକୁ ଦେଖିଥିଲେ। ଏ କୁନି କୁନି ଝିଅଙ୍କୁ ଦେଖି ପଚାରିଥିଲେ ଏ ଝିଅ ଦୁଇଟି କିଏ ସେତେବେଳେ ହସିନ ଜାହାନ ନିଜ ଝିଅ ବୋଲି କହିନଥିଲେ। ସେ କଥାକୁ ଲୁଚାଇବାକୁ ଯାଇ ହସିନ କହିଥିଲେ ଏମାନେ ହେଉଛନ୍ତି ମୋ ଭଉଣୀର ଦୁଇଟି ଝିଅ। ଆଉ ମୋ ଭଉଣୀ ଏବଂ ତାଙ୍କ ସ୍ବାମୀ ମରି ଯାଇଛନ୍ତି। ଏ ଦୁଇଟି ଝିଅ ଆମକୁ ବାପା ମା ଡାକିବେ। ଏ କଥାରେ ମଧ୍ୟ ସାମୀ ସହଜରେ ରାଜି ହୋଇଯାଇଥିଲେ।ହେଲେ ପରବର୍ତ୍ତୀ ସମୟରେ ଜାଣିପାରିଥିଲେ ସାମୀ ଯେ ହସିନ ଜାହାନ ଆଗରୁ ବିବାହିତା। ମହମ୍ମଦ ସୈଫଉଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୦୨ ରେ ବିବାହ କରିଥିଲେ। ୨୦୧୦ ରେ ଡିଭର୍ସ ହୋଇଯାଇଥିଲା ପ୍ରଥମ ସ୍ୱାମୀଙ୍କ ସହିତ। ଯାହାକି ମହମ୍ମଦ ସୈଫଉଦ୍ଦିନ ପ୍ରଥମ ସ୍ୱାମୀ।
ସେପଟେ କହିଥିଲେ ହସିନ ଜାହାନଙ୍କର ସବୁବେଳେ ଅଭିଳାଷ ଉଚା ଥିଲା। ସେ ଚାହୁଁଥିଲେ ବହୁତ ଆଗକୁ ବଢ଼ିବା ପାଇଁ। ସେ କୌଣସି ବନ୍ଧନରେ ବାନ୍ଧି ହେବା ପାଇଁ ଚାହୁଁନଥିଲେ ହେଲେ ଦୁଇଟି ଛୁଆ ଜନ୍ମ ହେବା ପରେ ବହୁତ ନେହୁରା ହୋଇଥିଲେ ମହମ୍ମଦ ସୈଫଉଦ୍ଦିନ ହେଲେ ମାନି ନଥିଲେ ହସିନ ଜାହାନ।ଛାଡପତ୍ର ହୋଇଯାଇଥିଲା।ଏହାପରେ ୨୦୧୪ ମସିହା ସମୟରେ ହସିନ ଜାହାନଙ୍କ ସହିତ ସାମୀଙ୍କର ଦେଖା ହୁଏ। ଏହାପରେ ହସିନ ଜାହାନଙ୍କର ପ୍ରେମରେ ପଡ଼ିଯାନ୍ତି ସାମୀ। ଦୁଇ ଜଣଙ୍କର କଥାବାର୍ତ୍ତାରୁ ଧୀରେ ଧୀରେ ପ୍ରେମ ହୁଏ। ଆଉ ପ୍ରେମ ପରେ ବିବାହ ମଧ୍ୟ ହୋଇଯାଏ।
ହେଲେ ଏଇ ପ୍ରେମ ବିବାହକୁ ସାମୀଙ୍କ ଘର ଲୋକେ କୁଆଡେ ଅନୁମତି ଦେଇନଥିଲେ। ତଥାପି ଘର ଲୋକଙ୍କ ବିରୋଧରେ ଯାଇ ସାମୀ ବିବାହ କରିଥିଲେ ହସିନ ଜାହାନଙ୍କୁ। ତାପରେ ବି ଏଇ ପ୍ରେମ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଆଗକୁ ଯାଇ ପାରିନଥିଲା। ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ବାରମ୍ବାର ସାମୀଙ୍କୁ ସନ୍ଦେହ କରୁଥିଲେ ହସିନ ଜାହାନ।କେବଳ ସେଇଥିପାଇଁ ସାମୀଙ୍କ ନାମରେ ଆଣିଥିଲେ ବଡ଼ ବଡ଼ ଅଭିଯୋଗ। ଏମିତିକି ଦେଶ ଦ୍ରୋହୀ ପରି କାମ କରୁଛନ୍ତି କୁଆଡେ ସାମୀ ଏଭଳି ଅଭିଯୋଗ ଆଣିଥିଲେ। କ୍ରିକେଟ ମ୍ୟାଚକୁ ଫିକ୍ସିଂ କରିବାକୁ ଟଙ୍କା ନେଇଛନ୍ତି ସାମୀ ଏଭଳି ଅଭିଯୋଗ ଆଣିଥିଲେ।
ଏସବୁ ଭିତରେ ଡିପ୍ରେସନକୁ ଚାଲି ଯାଇଥିଲେ ସାମୀ। ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ କି ୨୦୨୩ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଯେଉଁ ଭଳି ଭାବେ ସାମୀ ପ୍ରଦର୍ଶନ କରିଥିଲେ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୭ ଟି ୱେକେଟ ଏଭଳି ଭାବେ ନେଇଥିଲେ ଯାହାକୁ ଦେଖି ଜାଣି ହେଉଥିଲା ଯେ ସାମୀ ଜୀବନରେ ଏତେ ଡିପ୍ରେସନରେ ଥାଇ ମଧ୍ୟ ଏତେ କଷ୍ଟ ଭିତରେ ଦିନ କାଟି ମଧ୍ୟ ଆଜି ସେ ଭାରତ ପାଇଁ ଆଣିଛନ୍ତି ଏଭଳି ଦିନ। ଯେଉଁଥି ପାଇଁ ପୁରା ଭାରତର ଲୋକେ ସାମୀଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି।