ମୁଁ ନୂଆ ନୂଆ ପ୍ରେମ କଲା ବେଳେ ଧରା ପଡ଼ି ଯାଇଥିଲି..

ତାଙ୍କୁ ଡାକ୍ତର ହେବାକୁ ଇଚ୍ଛା ଥିଲା। ଆଉ ତାପରେ ସେରିଏଲ୍ ଲାଇନକୁ ବୋଧ ହୁଏ ତାଙ୍କ ଭାଗ୍ୟ ତାଙ୍କୁ ନେଇ ଆସିଲା। କୁଆଁରୀ ବୋହୂ ରୂପରେ ତାଙ୍କୁ ସମସ୍ତେ ଜାଣନ୍ତି। ବହୁତ୍ କମ୍ ବୟସରୁ ସେ କୁଆଁରୀ ବୋହୂ ହେଇଯାଇଥିଲେ ଆଉ ଏବେ ସେ ରାଗିଣୀ କ୍ୟାରାକ୍ଟର୍ ଆସିଛନ୍ତି। କୁଆଁରୀ ବୋହୂରେ ଯେ ସେ ସବୁବେଳେ ଶାଶୁର ଟର୍ଚରରେ କାନ୍ଦୁଥିଲେ। ଆଜି ସେ ଲଣ୍ଡନରୁ ଫେରି କେତେ ମଡର୍ନିଟି ଦେଖେଉଛନ୍ତି ସେରିଏଲରେ ଆସନ୍ତୁ ତାଙ୍କ ସହ କଥା ହେବା। ମୋ ସହିତ ଅଛନ୍ତି ପ୍ରିୟଙ୍କା ରଥ।

ଯାହାକୁ ଆପଣ ସବୁବେଳେ କୁଆଁରୀ ବୋହୂ ହିସାବରେ ଡାକୁଥିବେ। ହଁ ସେଇଟା ମୋର ଫାଷ୍ଟ ସେରିଏଲ ଥିଲା। ମୁଁ ବହୁତ୍ କଷ୍ଟରେ କରିଥିଲି। କାରଣ ସେତେବେଳେ ମୋତେ ଓଡିଆ ଆସୁନଥିଲା କି ମୁଁ ଓଡ଼ିଆ ପଢିବା ଶିଖି ନ ଥିଲି।ଏମିତିକି ମୁଁ ଏବେବି ଭଲରେ ଅ, ଆ ଜାଣେନି। କୁଆଁରୀ ବୋହୂରୁ ହିଁ ମୁଁ ଆକ୍ଟିଂ କଣ ସେଇଟା ଶିଖିଲି। ମୋତେ ସେତେବେଳେ ଓଡ଼ିଆ ଆସୁ ନ ଥିଲା। ମୁଁ ଓଡ଼ିଆ ପଢ଼ି ପାରୁ ନ ଥିଲି। କିନ୍ତୁ ଶୁଣିକି ମନେ ରଖିଦେଉଥିଲି । କୁଆଁରୀ ବୋହୂ ମୋର ଟର୍ନିଂ ପଏଣ୍ଟ ଥିଲା। କାରଣ ସେଇଠି ମୁଁ ପ୍ରିୟଙ୍କା ହେଇ କି ମୋର ରିଏଲ ଲାଇଫରେ ଥିଲି। ଏଇଟା ଖୁସିର କଥା କି ଲୋକ ମାନେ ଆଜିଯାଏଁ ମୋତେ କୁଆଁରୀ ବୋହୂର ଶ୍ରଦ୍ଧା ନାମରେ ଡାକୁଛନ୍ତି। ମୋର ଇଚ୍ଛା ଥିଲା ଡକ୍ଟର ହେବା ପାଇଁ।

କିନ୍ତୁ କୁଆଁରୀ ବୋହୂରେ ମୋର ରୋଲ୍ ହିଁ ଥିଲା ଡକ୍ଟରର। ତ ସେଠି ମୋର ହାଫ୍ ଇଚ୍ଛା ପୂରଣ ହେଇଗଲା। ମୋର ଛୋଟ ବେଳୁ ଇଚ୍ଛା ଥିଲା ଡକ୍ଟର ହେବା ପାଇଁ। ମୋର ସ୍କୁଲିଂ ଆଉ କଲେଜ୍ ହାଇଦ୍ରାବାଦରେ ହେଇଛି। ତ ସେଥିପାଇଁ ମୁଁ ଓଡ଼ିଆ ଜାଣେନି। ଯଦି ମୁଁ ଓଡ଼ିଶାରେ ପଢ଼ିଥାଆନ୍ତି, ଓଡ଼ିଆ ମିଡିଅମରେ ପଢ଼ିଥାନ୍ତି ତାହେଲେ ହୁଏତ ମୁଁ ଓଡ଼ିଆ ଜାଣିଥାନ୍ତି। ଆଉ ମୋର ଓଡ଼ିଆରେ ସେତେଟା ପ୍ରୋବଲେମ୍ ହେଇ ନଥାନ୍ତା। କିନ୍ତୁ ବାପା ମାଆ ସେତେବେଳେ ଚାହିଁଥିଲେ ଯେ ଝିଅ ମୋର ଇଂଲିଶ ମିଡିଅମରେ ପଢ଼ିବ, ଭଲ ଡକ୍ଟର ହେବ, ଭଲ ଚାକିରୀ କରିବ। ସେମାନେ ଆଉ କଣ ଜାଣିଥିଲେ କି ଯେ ଝିଅ ତାଙ୍କର ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବ ବୋଲି।

କୁହନ୍ତି ନା ଯେ ଭାଗ୍ୟରେ ଯାହା ଥିବ ଆମେ ଯାହା ଚାହିଁଲେ ତାହା ଓଲଟା ହେବ। ଆଉ କୁଆଁରୀ ବୋହୂରେ ଯେତେବେଳେ ମୁଁ କାନ୍ଦୁଥିଲି ମୋ ଘର ଲୋକେ ବି କାନ୍ଦୁଥିଲେ। ଯଦି ମୋ କାନ୍ଦକୁ ଦେଖି ଲୋକ ମୁଁ ଯେତେ ବି ଶିଖିଛି ମୋର ଆହୁରି ଶିଖିବାର ଅଛି। ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ମୁଁ ଆକ୍ଟ୍ରେସ ହେଇକି ସବୁବେଳେ ରହିବି। ମୁଁ ତ ଇଂଲିଶ ଆଉ ତେଲୁଗୁରେ ଏକ୍ସପୋର୍ଟ ଥିଲି ସେଥିପାଇଁ ଓଡ଼ିଆରେ ସେତେଟା ୱିକ୍ ଥିଲି । ଆଉ ନୂଆ ନୂଆ ପ୍ରେମ କଲାବେଳେ ଧରା ପଡ଼ି ଯାଇଥିଲି। ରାଗିଣୀ ଲଣ୍ଡନରେ ରହୁଥିଲେ ତ ନିଶ୍ଚୟ ତାଙ୍କର ଇଂଲିଶ ଭଲ ହଉ ଥିବ । ରାଗିଣୀ ଲଣ୍ଡନରୁ ଯେତେବେଳେ ଫେରିଛି କଣ ମୋଡର୍ନିଟି ନେଇ କି ଆସିଛି। ରାଗିଣୀ କ୍ୟାରାକ୍ଟରରେ ରାଗିଣୀ ଏକ୍ଚୁ ଆଲି ହେଉଛି ଗୋଟେ ମୋଡର୍ନ ଝିଅ। ସେ ଘୋଡ଼ା ଚଢିବା ପାଖରୁ ସବୁକିଛି ଶିଖିଛି। ଆଉ ତା ମାମା ତାକୁ ତାର ଓଡ଼ିଆ ସଂସ୍କୃତିକୁ ଭୁଲିବାକୁ ଦେଇନି। ଏବଂ ସେ ଜଣେ ଓଡ଼ିଶୀ ଡାନ୍ସର୍ । ସନ୍ଧ୍ୟା ରାଗିଣୀ ଦୁଇ ଭଉଣୀଙ୍କ ମଧ୍ୟରେ ସୁନ୍ଦର କାହାଣୀ ରହିଛି।

Leave a Reply

Your email address will not be published. Required fields are marked *