ମୋ ଝିଅକୁ ଭୁବନେଶ୍ୱର ପଠାଇ ଭୁଲ କରିଦେଲି।
ମୋ ଝିଅକୁ ଭୁବନେଶ୍ୱର ପାଠ ପଢ଼ିବାକୁ ପଠେଇ ମୁଁ ବଡ଼ ଭୁଲ କରିଦେଲି. କୌଣସି ମା ବାପା ଝିଅକୁ ଭୁବନେଶ୍ୱର….ମୋ ଝିଅକୁ ଭୁବନେଶ୍ୱର ପଠାଇ ଭୁଲ କରିଦେଲି। ଭୁବନେଶ୍ବର ମୋ ଝିଅ ପାଇଁ କାଳ ପାଲଟି ଗଲା। ମୋ ଝିଅ ପାଠ ପଢିବାକୁ ଆସି ସ୍ମଶା-ନକୁ ଚାଲିଗଲା। ମୋ ଝିଅ ରାଜଧାନୀକୁ ପାଠ ପଢିବାକୁ ଆସିଥିଲା। ପାଠ ପଢି ବଡ଼ ଇଞ୍ଜିନିୟର ହୋଇଥାନ୍ତା। କହିଥିଲା ବାପା ମୁଁ ବଡ଼ ଇଞ୍ଜିନିୟର ହେବି ଆଉ ତୁମର ନାଁ ରଖିବି। ହେଲେ ସବୁକିଛି ଅଧା ରହିଗଲା। ମୋ ଝିଅ ଭୁବନେଶ୍ୱରକୁ ପାଠ ପଢିବାକୁ ଆସି ସ୍ମଶା-ନକୁ ଚାଲିଯାଇଛି।
ହଁ ଆଜ୍ଞା ରାଜଧାନୀର କଲେଜ ମାନଙ୍କୁ ଏବେ ଝିଅ ପଠାଇବାକୁ ଭ-ୟ କଲେଣି ପରିବାର। ଝିଅମାନେ ପାଠ ତ ପଢିବାକୁ ଆସୁଛନ୍ତି ହେଲେ ଘରକୁ ଆଉ ଫେରୁନାହାନ୍ତି। ବାପା ମାଙ୍କୁ ଛାଡି ଆରପାରିକୁ ଚାଲି ଯାଉଛନ୍ତି। ସେମିତି ଜଣେ ଖୋଦ୍ଧା ଜିଲ୍ଲା ତଦାପୁର ଅଞ୍ଚଳର ଏକ ଇଂଜିନିୟରିଂ କଲେଜର ଛାତ୍ରୀ ସମ୍ପୁର୍ଣ୍ଣାଙ୍କର ମୃ-ତ୍ୟୁ ହୋଇଯାଇଛି।
ଡିପ୍ଲମା ଇଂଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ସମ୍ପୁର୍ଣ୍ଣା। ତେବେ ମୃ-ତ୍ୟୁ ପରେ ଜଟଣୀ ପୋ-ଲିସ ମୃ-ତ ଦେହକୁ ଉଧାର କରିଛି। ଘର ଲୋକେ ଏବେ ଅଭି-ଯୋଗ ଆଣିଛନ୍ତି କି ତାଙ୍କ ଝିଅ ଜୀବନ ହାରି ନାହିଁ ତାକୁ ମା-ରି ଦିଆଯାଇଛି।ସେପଟେ ମା କହୁଛନ୍ତି ଝିଅକୁ ଭୁବନେଶ୍ୱରକୁ ପଠେଇ ଭୁଲ କରିଦେଲେ। ଯଦି ଭୁବନେଶ୍ୱରକୁ ଛାଡି ନଥାନ୍ତେ ତାହେଲେ ତାଙ୍କ ଝିଅ ସହ ଏମିତି ହୋଇନଥାନ୍ତା। ସେ ଆହୁରି ମଧ୍ୟ କହିଛନ୍ତି କି ମୋ ଝିଅର ମୃ-ତ୍ୟୁ ପଛରେ ରହିଛି କଲେଜର ହାତ। ଝିଅକୁ ଡାକ୍ତରଖାନାକୁ ନେବା ପରେ ପୋଲି-ସକୁ ଛଣାଇଥିଲେ କଲେଜ କତ୍ତୃପକ୍ଷ। ବହୁତ ବିଳମ୍ବରେ ପୋ-ଲିସ ପାଖରେ ଖବର ପହଁଚି ଥିଲା।
ମୋ ଝିଅ କେବେବି ଏମିତି କରିପାରିବ ନାହିଁ। ମୋ ଝିଅ ଏତେ ଦୁର୍ବଳ ନୁହେଁ। କାରଣ ଆମ ଝିଅ ବହୁତ ଭଲସେ କଥାବାର୍ତ୍ତା ହୁଏ। ପୂର୍ଣ୍ଣିମାରେ ଘରକୁ ଆସିବ କହୁଥିଲା। କହିଥିଲା ମା ମୋ ପାଇଁ ବା-ଣ ରଖିଥିବୁ ମୁଁ ଘରକୁ ଯିବି। ହେଲେ ଏମିତି କିଛି ହୋଇଯିବ ବୋଲି ଆମକୁ ଜଣା ନଥିଲେ।ତେବେ ମୃ-ତ୍ୟୁ ପୂର୍ବରୁ ସମ୍ପୁର୍ଣ୍ଣା କୁଆଡେ ବହୁତ କାନ୍ଦୁଥିଲେ। କାହାର କଲ ଆସିବା ପରେ ତାଙ୍କର କା-ନ୍ଦ ଆରମ୍ଭ ହୋଇଥିଲା। ଫୋନରେ ଭିଡ଼ିଓ କଲ କରି କାହାକୁ କହୁଥିଲେ କି ଜୀବନ ହାରିଦେବେ ବୋଲି।
ଯାହା ପରେ ଏମିତି କିଛି ହୋଇଥିଲା ବୋଲି କହିଛନ୍ତି ସମ୍ପୁର୍ଣ୍ଣାଙ୍କର ସାଙ୍ଗ ପିଲା।ଏହା ମଧ୍ୟ ଶୁଣିବାକୁ ମିଳୁଛି କି ସମ୍ପୁର୍ଣ୍ଣା କୁଆଡ଼େ ମୃ-ତ୍ୟୁ ସମୟରେ ବହୁତ ଜୋରରେ ଥରୁଥିଲେ।ଏବେ ଏମ୍ସ ରେ ଏବେ ରହିଛି ସମ୍ପୁର୍ଣ୍ଣାଙ୍କର ମୃ-ତ ଦେହ। ଆଜି ଶ-ବ ବ୍ୟବ-ଚ୍ଛେଦ ପରେ ମୃ-ତ୍ୟୁର କାରଣ ଜଣାପଡିବ ବୋଲି ପୋ-ଲିସ କହିଛି।