“କିନ୍ନରଙ୍କୁ ନେଇ ରାତିରେ ଶୋଇପାରିବ । କିନ୍ତୁ ତାଙ୍କ ସହ ବାହାହେଇ ପାରିବନି କାହିଁକି” : ପ୍ରକୃତି ସାହୁ ।
ନିକଟରେ ଏକ ସାକ୍ଷାତକାରରେ ଜଣେ କିନ୍ନର ପ୍ରକୃତି ସାହୁ ନିଜ ମନର ବ୍ୟଥାକୁ ପ୍ରକାଶ କରି କହିଛନ୍ତି ଯେ ଯେହେତୁ ସେ ନିଜକୁ ଗୋଟେ ଝିଅ ଭାବନ୍ତି ତାଙ୍କୁ ଘୃଣା ଲାଗେ କି ଏଇ ଦୁଃ-ଖଟା ତାଙ୍କ ଜୀବନରେ ଆଉ କେତେ ଦିନ? କୁହନ୍ତି ଯେ ଆଜି ଦୁଃ-ଖ ପରେ କାଲି ସୁଖ ଆସିବ । ସେ ସବୁବେଳେ ସୁଖର ତାରିଖ ଟା ଗଣୁଥାନ୍ତି ଯେ ଆଉ କେତେ ଦିନ ଗଲେ ତାଙ୍କ ଜୀବନରେ ସୁଖ ଆସିବ ।
ଦିନ ପରେ ଦିନ ଗଡ଼ି ଚାଲିଥିଲା ଆଉ ଦୁଃ-ଖ ପଛେ ବଢ଼ି ଚାଲିଥିଲା ଆଉ ସେ ଭାବନ୍ତି ତାଙ୍କ ଜୀବନରେ କେବେ ସେ ସୁଖ ଆସିବ କି ସେ ମଧ୍ୟ ଚାକିରି କରିବେ ଆଉ ଗୋଟେ ପର୍ସନାଲିଟି ଗଢିବେ ଆଉ ଘର ଲୋକଙ୍କ ପାଖକୁ ଫେରିଯିବେ । ସମୟ ବଦଳିଲା ଧୀରେ ଧୀରେ ସେ ମଧ୍ୟ ବଦଳିଗଲେ । ଆଉ ସେଦିନ ସତ ହେଲା ଯେଉଁ ଦିନଟିକୁ ଅପେକ୍ଷା ଥିଲା ଯେ ସୁଖର ଦିନ ଆସିବ ବୋଲି । ତେବେ ଘର ଲୋକଙ୍କ ସ-ପୋର୍ଟ କେମିତି ପଚରା ଯିବାରୁ ପ୍ରକୃତି ଉତ୍ତର ଦେଇଥିଲେ ତାଙ୍କ ବାପା ତାଙ୍କୁ ବହୁତ୍ ସପୋର୍ଟ କରିଛନ୍ତି
ତାଙ୍କ ଜୀବନରେ ତାଙ୍କ ବାପା ହିଁ ଗୋଟେ ମାଇଲଖୁଣ୍ଟ । ବାପା ଗାଳି କରନ୍ତି କିନ୍ତୁ ତାଙ୍କ ଗାଳି ଭିତରେ ମଧ୍ୟ ବହୁତ୍ କଥା ତାଙ୍କୁ ବୁଝାନ୍ତି । ଯେଉଁ ଗୁଡ଼ାକ କାନକୁ ଖରାପ୍ ଲାଗୁ ଥାଇପାରେ କିନ୍ତୁ ଲାଇଫ ଲେସନ୍ ଥାଏ । ଯେପରି ଉଚିତ୍ କର୍ମ କର । ସତ ମାର୍ଗରେ ଯାଓ । ଟଙ୍କାଟେ ରୋଜଗାର କର ପଛେ ହେଲେ ସତ୍ ଭାବରେ କର । ଆଉ ତାଙ୍କ ବାପାଙ୍କ ବୁଝାଇବା ଜିନିଷ ହିଁ ତାଙ୍କୁ ଆଜି ଏଠିକି ନେଇ ଆସିଛି ।
କିନ୍ନର ମାନଙ୍କ ଜୀବନ କେତେ କଷ୍ଟସାଧ୍ୟ ସେ ବିଷୟରେ କହିବାକୁ ଯାଇ ପ୍ରକୃତି ସାହୁ କହିଥିଲେ ଯେ କିନ୍ନର ମାନଙ୍କୁ ବହୁତ୍ ଖରାପ୍ ପରିସ୍ଥିତି ଦେଇ ଗତିକରିଥାଏ । ଆଉ କିନ୍ନର ମାନଙ୍କୁ ଭଲ ପାଇବା ମିଳେନି ଯେଉଁଠି ଲୋକମାନେ ଭାବନ୍ତି କିନ୍ନର ମାନେ ଭିକ ମାଗୁଛନ୍ତି, ଦେ-ହ ବେପାର କରୁଛନ୍ତି ତ ସେମାନେ ଗୋଟେ ଅସ୍ପୃଶ୍ୟ, ଘୃ-ଣ୍ୟ । କିନ୍ତୁ ଏମିତି ବି କିନ୍ନର ଅଛନ୍ତି ଯେଉଁମାନେ ପ୍ରକୃତ ଭଲ ପାଇବା ପାଇଛନ୍ତି ଏପରିକି ବିବାହ କରି ଘର ସଂସାର ମଧ୍ୟ କରିଛନ୍ତି । ଦୁନିଆରେ ବହୁତ୍ ପ୍ରକାରର ଲୋକ ଅଛନ୍ତି । ସମସ୍ତଙ୍କ ଚିନ୍ତାଧାରା ଅଲଗା । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କିନ୍ନରଙ୍କୁ ନେଇ ରାତିରେ ଶୋଇପାରିବେ, ଦେ-ହ ସୁଖ ନେବେ କିନ୍ତୁ ବିବାହ କରିକି ନିଜ ଘରକୁ ଇଜ୍ଜ-ତର ସହିତ ନେବେନି ସେଇଟା ଖରାପ୍।